Advertisment

ଫୁଲ୍‌ ସ୍ପିଡ୍‌ରେ କାର୍‌ରେ ଆସି ଧକ୍କା ଦେଲେ, ୩ କି.ମି. ଯାଏ ସେମିତି କାର୍‌ ଛାତ ଉପରେ ପଡ଼ିଥିଲେ ଯୁବକ...

ଗାଡ଼ି ଧକ୍କାରେ ଜଣେ ଛିଟିକି ହୋଇ କିଛି ଦୂରରେ ପଡ଼ିଥିବା ବେଳେ ଆଉ ଜଣେ କାର୍‌ ଛାତ ଉପରେ ଯାଇ ପଡ଼ିଥିଲେ। ଏଭଳି ସ୍ଥିତିରେ କାର୍‌କୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭର ସେମିତି ଗାଡ଼ି ଚଲାଇ କିଛି କି.ମି. ପର୍ଯ୍ୟନ୍ତ ଯାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Hit And Run Case

Man Dies In Delhi Hit-And-Run

ଫୁଲ୍‌ ସ୍ପିଡ୍‌ରେ କାର୍‌ରେ ଆସି ଧକ୍କା ଦେଇ ପଳାଇଲେ। ଗାଡ଼ି ଧକ୍କାରେ ଜଣେ ଛିଟିକି ହୋଇ କିଛି ଦୂରରେ ପଡ଼ିଥିବା ବେଳେ ଆଉ ଜଣେ କାର୍‌ ଛାତ ଉପରେ ଯାଇ ପଡ଼ିଥିଲେ। ଏଭଳି ସ୍ଥିତିରେ କାର୍‌କୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭର ସେମିତି ଗାଡ଼ି ଚଲାଇ କିଛି କି.ମି. ପର୍ଯ୍ୟନ୍ତ ଯାଇଥିଲେ। ଦିଲ୍ଲୀର ହାଇ-ସିକ୍ୟୁରିଟି ଭିଆଇପି ଜୋନ୍‌ରେ ଶନିବାର ରାତିରେ ଏଭଳି ଏକ ହିଟ୍‌-ଆଣ୍ଡ-ରନ୍‌ ମାମଲା ସାମ୍ନାକୁ ଆସିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। 

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କସ୍ତୁରବା ଗାନ୍ଧି ମାର୍ଗ ଓ ଟୋଲଷ୍ଟୟ ମାର୍ଗ ଛକରେ ଏହି ଘଟଣା ଘଟିଛି। ବାଇକରେ ଯାଉଥିବା ୨ ଜଣ ବ୍ୟକ୍ତିଙ୍କୁ କାର୍‌ ଡ୍ରାଇଭର ଧକ୍କା ଦେଇଥିଲେ। ଏଥିରେ ଜଣେ ବ୍ୟକ୍ତି ଛିଟିକି ହୋଇ କିଛି ଦୂରରେ ପଡ଼ିଥିବା ବେଳେ ଆଉ ଜଣେ କାର୍‌ ଛାତ ଉପରେ ଯାଇ ପଡ଼ିଥିଲେ। ଏହାଦେଖି କାର୍‌ ଡ୍ରାଇଭର ଗାଡ଼ି ଅଟକାଇବା ପରିବର୍ତ୍ତେ ସେମିତି ଗାଡ଼ି ଚଲାଇଥିଲେ। 

ପ୍ରାୟ ୩ କି.ମି. ଯାଏ ଗାଡ଼ି ଚଲାଇ ନେବା ପରେ ସନ୍ଦିଗ୍ଧମାନେ ଦିଲ୍ଲୀ ଗେଟ୍‌ ନିକଟରେ କାର୍‌ ଉପରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତଳକୁ ଆଣି ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଫଳରେ ୩୦ ବର୍ଷୀୟ ଦୀପାଂଶୁ ବର୍ମାଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ତାଙ୍କର ୨୦ ବର୍ଷୀୟ ଭାଇ ମୁକୁଲ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

Advertisment

ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ହତ୍ୟା ମାମଲା ରୁଜୁ କରିଛି। ଏହାସହ ଏହି ମାମଲାରେ ସନ୍ଦିଗ୍ଧଙ୍କୁ ପୋଲିସ୍‌ ଗିରଫ କରିଛି। ହିଟ୍‌-ଆଣ୍ଡ-ରନ୍‌ କେସ୍‌ରେ ଜୀବନ ଚାଲି ଯାଇଥିବା ଦୀପାଂଶୁଙ୍କ ଏକ ଜୁଏଲାରୀ ଦୋକାନ ଥିଲା ଓ ସେ ତାଙ୍କ ବାପାମା’ଙ୍କର ଏକ ମାତ୍ର ସନ୍ତାନ ଥିଲେ।

Road Accident Accident Car Accident Hit And Run Case
Advertisment
Advertisment