/odishatv-khabar/media/post_attachments/uploadimage/library/16_9/16_9_0/Accident_1713258347.jpg)
Accident
ବିହାର ପାଟନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାରେ ସାତଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିହାରର ପାଟନାରେ ଏକ ଅଟୋରିକ୍ସା ବୁଲଡୋଜର ସହ ଧକ୍କା ହେବା ଫଳରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
କଙ୍କାରବାଗ ଅଞ୍ଚଳରେ ପାଟନା ମେଟ୍ରୋ ରେଳ ପ୍ରକଳ୍ପରେ କାର୍ଯ୍ୟ କରୁଥିଲା ଏହି ବୁଲଡୋଜର । ପରେ ପରେ ବୁଲଡୋଜର ସହ ଏକ ଅଟୋରିକ୍ସା ଆସି ମୁହାଁମୁହିଁ ଧକ୍କା ହୋଇଥିଲା । ମିଳିଥିବା ଫୁଟେଜରୁ ଜଣା ପଡ଼ୁଛି ଯେ, ଅଟୋରିକ୍ସାଟି ବୁଲଡୋଜରକୁ ଧକ୍କା ଦେଇ ଏକାଧିକ ଥର ଓଲଟି ପଡିଛି । ଫଳରେ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଅଧିକ ପଢ଼ନ୍ତୁ: ଦୁର୍ଘଟଣାଗ୍ରସ୍ତ ହାଇୱାକୁ ପିଟିଲା ବସ୍; ଜଣେ ମୃତ ଓ ୨୦ରୁ ଅଧିକ ଆହତ
ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ବିଷୟରେ ଜଣା ପଡ଼ିନାହିଁ । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣାଟି ହେଲା ସେନେଇ ପୋଲିସ ତଦନ୍ତ କରୁଛି । ପୀଡ଼ିତଙ୍କ ବିଷୟରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପୋଲିସର ହସ୍ତଗତ ହୋଇନାହିଁ ।
पटना में दर्दनाक सड़क हादसा ऑटो और JCB की टक्कर हादसे में 7 लोगों की मौत CM नीतीश ने शोक संवेदना व्यक्त की #Bihar#Patna#Accidentpic.twitter.com/LoBox4GVzZ
— Tathya Bharat (@TathyaBharatIND) April 16, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)