/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707574552.jpg)
LPG cylinder Explodes
ଗ୍ୟାସ୍ ସିଲିଣ୍ଡର ଫାଟି ୬ ଗୁରୁତର । ଘର ଭିତରେ ଗ୍ୟାସ୍ ସିଲିଣ୍ଡର ଫାଟି ଯିବାରୁ ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୫ ମହିଳା ଓ ଜଣେ ଯୁବକ ରହିଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଟିଭି ଦେଖୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।
ଏପରି ଏକ ଅଭାନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁରେ । ଉପରପଡ଼ା ଅଦାବରିଆ ପରିବାରରେ ଘରର ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଏହି ଅଘଟଣ ଘଟିଛି । ଗୋଟିଏ ପରିବାରର ୬ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସମସ୍ତ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଆଜି ସନ୍ଧ୍ୟା ୫ଟା ସମୟରେ ଘରର ମୋଟ ୬ ଜଣ ସଦସ୍ୟ ଟିଭି ଦେଖୁଥିଲେ । ସେହି ସମୟରେ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରରେ ଲାଗିଯାଇଥଲା l ଫଳରେ ବିସ୍ଫୋରଣ ହୋଇଥିଲା ।
ସମସ୍ତ ଗୁରୁତରଙ୍କୁ ଗାଡ଼ିରେ କଣ୍ଟାବାଞ୍ଜି ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ତେବେ କିପରି ନିଆଁ ଲାଗିଥିଲା ତାହା ସ୍ପଷ୍ଟ ଜଣାପଡ଼ିନାହିଁ l ସେପଟେ ହସ୍ପିଟାଲରେ ଲୋକଙ୍କ ପ୍ରବଳ ଭିଡ ଜମିଛି l ହସ୍ପିଟାଲରେ କଣ୍ଟାବାଞ୍ଜି ପୋଲିସ ଆସି ତଦନ୍ତ କରୁଥିବା ବେଳେ ଗୁରୁତରଙ୍କୁ କିପରି ଶୀଘ୍ର ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)