/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670220035.jpg)
truck rams into people at bus stop
ଲୋକଙ୍କ ଉପରେ ଚଢିଗଲା ଟ୍ରକ। ଆଖି ଆଗରେ ଚାଲିଗଲା ଛଅ ଛଅଟା ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାତଲମ୍ ଜିଲ୍ଲାରେ। ରାତଲମ୍-ଲେବାଡ୍ ରାସ୍ତାର ସତ୍ରୁନ୍ଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।
Advertisment
ରାତଲମ୍ରୁ ବଡନାୱରକୁ ଟ୍ରକଟି ଯାଉଥିଲା। ରାତଲମ୍-ଲେବାଡ୍ ରାସ୍ତାର ସତ୍ରୁନ୍ଦା ଗାଁ ବସ୍ଷ୍ଟପ୍ ନିକଟରେ ଲୋକ ବସ୍କୁ ଅପେକ୍ଷା କରିଥିଲେ। ସେପଟେ ଯାଉଥିବା ଟ୍ରକର ଚକା ଫାଟିଯାଇଥିଲା। ଟ୍ରକର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଚଢିଯାଇଥିଲା।
ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ସହ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)