Advertisment

Road Accident: ରକ୍ତରେ ଭିଜିଲା ରାଜରାସ୍ତା; ୨ ଦୁର୍ଘଟଣାରେ ଗଲା ୫ ଜୀବନ

ଠିକ୍‌ ସେମିତି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥରେ ଘଟିଥିଲା। ଆଜି ଅପରାହ୍ନରେ ହାଇୱାଟି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ପଛ ପାର୍ଶ୍ୱରୁ ଏକ ବାଇକ ପିଟି ହୋଇଯାଇଥିଲା।

Accident

Accident

Advertisment

ଆଜି ଦୁଇଟି ସ୍ଥାନରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେଉଁଥିରେ ଯାଇଛି ୫ ଯୁବକଙ୍କ ଜୀବନ। ଜଣେ ଗୁରୁତର ଆହତ ହୋଇ ମେଡିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଘଟିଛି।

Advertisment

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବଦେନବାହାଲ ଗାଁରେ ଚାଲିଥିବା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ। ତେଣୁ ଖେଳ ଦେଖିବାକୁ ଯାଇଥିଲେ ବାଜେନମୁଡ଼ା ଗାଁର ପଦ୍ମମନ ଥପା, ପଦ୍ମଲୋଚନ ଥପା ଓ ଆକାଶ ପୋଡ଼। ସମସ୍ତେ ଗୋଟିଏ ବାଇକ୍‌ରେ ଯାଇଥିଲେ। ଖେଳ ଦେଖି ଅପରାହ୍ନରେ ସମସ୍ତେ ଘରକୁ ଫେରୁଥିଲେ। ତେବେ ମହୁଲପାଲି ବ୍ରିଜ ଉପରେ ସେମାନଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ: ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି କଳି ! ନିଜ ଦଳ ମେୟରଙ୍କ ଚେର କାଟିବାକୁ କାଉନସିଲରଙ୍କ ହଙ୍ଗାମା 

Advertisment

ଠିକ୍‌ ସେମିତି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥରେ ଘଟିଥିଲା। ଆଜି ଅପରାହ୍ନରେ ହାଇୱାଟି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ପଛ ପାର୍ଶ୍ୱରୁ ଏକ ବାଇକ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ମୃତ ଯୁବକ ଦୁଇ ଜଣ ହେଲେ ନଦୁଆଁ ଗାଁର ସିପୁନ ଖଟୁଆ ଓ ଟୁନୁ ଖଟୁଆ। ଆଉ ଆହତ ଯୁବକ ହେଲେ ସେହି ଗାଁର ଦୀପକ ଦେହୁରୀ ବୋଲି ଜଣାପଡ଼ିଛି। ଘଷିପୁରା ଥାନା ପୋଲିସ ଘଟଣାସ୍ଥଳରେ ଗାଡ଼ି ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment
Accident Kendujhar Baragarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ