/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687171387.jpg)
Tamil Nadu 2 buses Accident
ଦୁଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣଙ୍କ ମୃତ୍ୟୁ ହେବା ସହ ୭୦ଜଣ ଅହତ ହୋଇଛନ୍ତି । ସୂଚନା ଅନୁସାରେ ଗୋଟିଏ ବସ୍ର ଆଗ ଟାୟାର ଫାଟିଯିବାରୁ ନିୟନ୍ତ୍ରଣ ହରାଇ ଅନ୍ୟ ଗୋଟିଏ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହେବାସହ ୭୦ଜଣ ଅହତ ହୋଇଥିଲେ ।
ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୁଡାଲୋର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାମିଲନାଡୁର କୁଡାଲୋର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । କୁଡାଲୋର ଜିଲ୍ଲାରେ ନେଲିକପୁପମ୍ ନିକଟ ପଟ୍ଟମ୍ବାକ୍କମ୍ ଠାରେ ଦୁଇଟି ଘରୋଇ ବସ୍ ଧକ୍କା ହୋଇଥିବାବେଳେ କୁଡାଲୋର ଏବଂ ପାନ୍ରୁତି ଯାତ୍ରା କରୁଥିଲେ ଦୁଇ ବସ୍ ।
ଦୁର୍ଘଟଣାକୁ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ପାଇଁ ୫୦,୦୦୦ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)