• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁର୍ଘଟଣାର ବର୍ଷ ୨୦୨୩ । ଶେଷ ଦିନ ବି ପିଛା ଛାଡ଼ିଲାନି । ବର୍ଷର ଶେଷ ଦିନରେ ବଡ଼ ଅଘଟଣ ଘଟିଛି । ପିକନିକ୍ ବସ୍ ଓଲଟି ୩୫ଜଣ ଆହତ ହୋଇଛନ୍ତି । ତପ୍ତପାଣି ଘାଟିରେ ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୮ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଭାରସାମ୍ୟ ହରାଇ ଘାଟିରୁ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା ବସ । ଏହି ଦୁର୍ଘଟଣାଗ୍ରସ୍ତ ବସ୍‌ରେ ମୋଟ୍‌ ୬୦ଜଣ ଥିଲେ । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି ।

ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଛି । ଉଦ୍ଧାର କର୍ଯ୍ୟରେ ସାମିଲ ହେବା ସହ ଦୁର୍ଘଟଣା କିପରି ହେଲା ଓ କାହିଁକି ହେଲା ସେନେଇ ତଦନ୍ତ ଚଳାଇଛି । ୨୦୨୩ ଆରମ୍ଭରୁ ବାରମ୍ବାର ଓଡ଼ିଶାରେ ଦୁର୍ଘଟଣା ଘଟିଚାଲିଛି ।

ଆଜି ବର୍ଷର ଶେଷ ଦିନ ଥିବାବଳେ ପୁଣି ତପ୍ତପାଣି ଘାଟିରେ ପିକ୍‌ନିକ୍‌ ବସ୍ ଓଲଟି ୩୫ ଜଣ ଆହତ ହୋଇଛନ୍ତି । ସାମାନଙ୍କ ମଧ୍ୟରେ କିଛି ଲୋକ ଗୁରୁତର ଥିବା ମଧ୍ୟ ସୂଚନା ରହିଛି ।