Advertisment

ଦେବୀ ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଛାତ୍ର

ବାଲିଡିହା ଗାଁ ଦେବୀ ନଦୀରେ ଗାଧୋଇବା ବେଳେ ଅଘଟଣ । ସମସ୍ତ ମୃତକ ବାଲିଡିହା ଗାଁର, ବୟସ ୧୩ରୁ ୧୫ ବର୍ଷ ବୋଲି ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
3 Student Drown To Death While Taking Bath In Devi River

Drown

Advertisment

କୋଣାର୍କରେ ଅଘଟଣ। ଗାଧୋଉଥିବା ବେଳେ ଦେବୀ ନଦୀରେ ବୁଡି ୩ ନାବାଳକ ମୃତ୍ୟୁବରଣ କରିଛନ୍ତି। ସେମାନେ ହେଲେ ରୋହନ, ଓମ ଓ କାହ୍ନା । ସେମାନେ ଘରକୁ ଆସିବା ବିଳମ୍ବ ହେବାରୁ ଘର ଲୋକ ଖୋଜାଖୋଜି କରିବା ପରେ ସମସ୍ତଙ୍କ ପ୍ୟାଣ୍ଟ ସାର୍ଟ ଏକ ଡ଼ଙ୍ଗାରେ ଥିବା ଦେଖିବାକୁ ପାଇଥିଲେ । ସନ୍ଦେହରେ ଖୋଜାଖୋଜି କରିବା ପରେ ନଦୀରେ ଭାସୁଥିବା ଅବସ୍ଥାରେ ତିନି ମୃତ ଦେହ ମିଳିଥିଲା । ଏହି ଦୁଃଖଦ ଘଟଣା ସଂପୃକ୍ତ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସାଙ୍ଗ ହୋଇ ଖୁସି ମନରେ ଯାଇଥିଲେ ଗାଧୋଇବାକୁ। ହେଲେ ବିଧିର ବିଧାନ ଥିଲା ଅତି ଦାରୁଣ। ଗାଧୁଆ ସାରି କେହି ଆଉ ଫେରିଲେନି। ଫେରିଲା କେବଳ ସେମାନଙ୍କ ଶବ ଆଉ କିଛି ପିନ୍ଧା ଲୁଗାପଟା। 

Advertisment

ପଢନ୍ତୁ ଏହି ଖବର: ମୁକୁଳା ଡ୍ରେନରେ ଭାସିଗଲା ନାବାଳକ, ଉଦ୍ଧାର ପରେ ମୃତ ଘୋଷଣା

ଦୀର୍ଘ ସମୟ ଖୋଜାଖୋଜି ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି  ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିିଲେ । ସମସ୍ତଙ୍କ ଘର ନଗର ପଞ୍ଚାୟତର ବାଲିଡ଼ିଆ ଗ୍ରାମରେ ।

ଅନ୍ୟପଟେ ରାଜଧାନୀରେ ମଧ୍ୟ ଆଜି ସମାନ ଧରଣର ଏକ ଘଟଣା ଘଟିଛି । ମୁକୁଳା ଡ୍ରେନରେ ଭାସିଯାଇଛି ଜଣେ ନାବାଳକ। ପ୍ରବଳ ବର୍ଷା ଯୋଗୁଁ ସେ ଡ୍ରେନ୍‌ରେ ଭାସି ଯାଇଥିବା ସୂଚନା ମିଳିଛି। ୟୁନିଟ-୩ ମସଜିଦ୍ କଲୋନୀ ପାଖ ଡ୍ରେନ୍‌ରେ ନାବାଳକ ଜଣଙ୍କ ଭାସିଯାଇଥିବା ବେଳେ ପ୍ରାୟ ଅଧ ଘଣ୍ଟା ପରେ ୮ ବର୍ଷର ନାବାଳକକୁ ଉଦ୍ଧାର କରାଯାଇଛି । ତାକୁ ତୁରନ୍ତ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 

Advertisment

ପଢନ୍ତୁ ଏହି ଖବର: ମୋରମ ଖୋଳିବା ବେଳେ ଅଘଟଣ; ମାଟି ଅତଡ଼ା ଧସି ୨ ମହିଳାଙ୍କ ମୃତ

ତେବେ ନାବାଳକର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଅଗ୍ନିଶମ ଡିଜିଙ୍କୁ SRC ନିର୍ଦ୍ଦେଶ ଦିଆଯାଇଥିଲା। ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ନାବାଳକଟି ବେଲୁନ୍ ଧରିବାକୁ ଯାଇ ଭାସିଯାଇଥିଲା ।  ୟୁନିଟ-୩ ମସଜିଦ୍‌ କଲୋନୀ ପାଖ ଡ୍ରେନ୍‌ରେ ସେ ଭାସି ଯାଇଥିବା ଜଣାପଡ଼ିଛି।

Rephrase with Ginger (Ctrl+Alt+E)
Drowning Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ