/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710670513.jpg)
Bus-Tanker Collision In Afghanistan
ଦକ୍ଷିଣ ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ତିନୋଟି ଗାଡ଼ି ପରସ୍ପରକୁ ଧକ୍କା ଦେବା ପରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ଜଣ ଆହତ ହୋଇଛନ୍ତି। ଆଜି ସକାଳେ ବାଇକ୍- ବସ୍-ତେଲ ଟ୍ୟାଙ୍କର- ଧକ୍କା ହୋଇଥିଲା।
ଆଜି ସକାଳୁ ହେଲମାଣ୍ଡ ପ୍ରଦେଶ ଜେରାଶ ଜିଲ୍ଲାରେ ଦକ୍ଷିଣ କାନ୍ଦାହାର ଏବଂ ପଶ୍ଚିମ ହେରାଟ ପ୍ରଦେଶ ମଧ୍ୟରେ ମୁଖ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ବସଟି ଯାତ୍ରୀଙ୍କୁ ନେଇ ହେରାଟ୍ ସହରରୁ କାବୁଲ ଅଭିମୁଖେ ଯାତ୍ରା କରୁଥିଲା। ପ୍ରଥମେ ଏହା ମୋଟର ସାଇକେଲକୁ ଧକ୍କା ଦେଇଥିଲା। ପରେ ବସଟି ଭାରସାମ୍ୟ ହରାଇ ରାସ୍ତାର ବିପରୀତ ପାର୍ଶ୍ୱରେ ଯାଉଥିବା ଏକ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ଏନେଇ ହେଲମାଣ୍ଡର ଟ୍ରାଫିକ ଅଧିକାରୀ କାଦ୍ରାତୁଲ୍ଲା ସୂଚନା ଦେଇଛନ୍ତି।
ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୨୧ଜଣଙ୍କର ମୃତ୍ୟୁ ହୋଇଯାଇଛି। ବାଇକରେ ୨ଜଣ ବ୍ୟକ୍ତି ଯାଉଥିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୮ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ସେମାନଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବା ହେଲମାଣ୍ଡ ପୋଲିସ ମୁଖପାତ୍ର ହାଜାତୁଲ୍ଲା ହକକାନି ସୂଚନା ଦେଇଛନ୍ତି।
JUST NOW: 21 Dead And 38 Injured In A Traffic Accident In Southern Afghanistan
A traffic accident in southern Afghanistan left at least 21 people dead and 38 others injured, according to a provincial traffic department... pic.twitter.com/TZx8IfxqCm
— Balloblog (@Balloblog1) March 17, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)