• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଥାରେ ଅଛି.. ଯେ ପାଞ୍ଚେ ପରମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଏ ଲୋକ କଥା ଆଜି ବାସ୍ତବରେ ସତ ପ୍ରମାଣିତ ହୋଇଛି । କାରଣ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରିବା ପରେ ଅକାଳରେ ତାର ଜୀବନ ଯାଇଛି । କଥାଟି ଆପଣଙ୍କୁ କାହାଣୀ ଭଳି ଲାଗୁଥାଇ ପାରେ ହେଲେ ବାସ୍ତବରେ ଏହା ସମ୍ପୂର୍ଣ୍ଣ ସତ୍ୟ ।  

ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସାବନ୍ତବାଡ଼ିରେ । ସୂଚନା ମୁତାବକ ଏକ ଛୋଟିଆ ବଚସାକୁ ନେଇ ଜଣେ ବନ୍ଧୁ ତାର ବନ୍ଧୁକୁ ହତ୍ୟା କରିଛି । ଆଉ ତାର ମୃତଦେହକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ତାର ଜୀବନ ଚାଲି ଯାଇଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । 

ଏହି ହତ୍ୟା ଘଟଣାକୁ ନେଇ ପୁଲିସ ତାର ପ୍ରତିକ୍ରିୟା ରଖିଛି । ସୂଚନା ଅନୁସାରେ ଗତ ରବିବାର ଦିନ କିଛି ଟଙ୍କା କାରବାରକୁ ନେଇ ୨୮ ବର୍ଷିୟ ତୁଷାର ପାୱାର ଓ ୩୦ ବର୍ଷିୟ ସୁଶାନ୍ତ ଖିଲାରୋଙ୍କ ମଧ୍ୟରେ ବଚସା ହୋଇଥିଲା । 

ଅଧିକ ପଢ଼ନ୍ତୁ: ବନ୍ଧୁ ସାଜିଲା ବନ୍ଧୁର ବଇରୀ : ଏକାଠି ମଦ ପିଇଲେ, ବଚସାରୁ ହତ୍ୟା କଲେ

ବଚସା ପରେ ତୁଷାର ତାଙ୍କ ସହଯୋଗୀଙ୍କ ସହ ସୁଶାନ୍ତ ଖିଲାରୋଙ୍କୁ ହତ୍ୟା କରିଥିଲା । ହତ୍ୟା ପରେ ଶବକୁ ଲୁଚାଇବାକୁ ଯାଇ ତୁଷାର ଏକ କାରରେ ସୁଶାନ୍ତର ମୃତଦେହକୁ ୪୦୦ କିଲୋମିଟର ଦୂର ଅମ୍ବୋଲି ଘାଟକୁ ନେଇଯାଇଥିଲା । 

ଘାଟିରେ ପହଞ୍ଚିବା ପରେ ଶବକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲା ତୁଷାର । ହେଲେ ଘାଟିରୁ ଶବକୁ ଫିଙ୍ଗିବା ବେଳେ ନିଜର ସନ୍ତୁଳନ ହରାଇ ଘାଟିରୁ ତଳକୁ ଖସିପଡ଼ିଥିଲା । ତଳକୁ ପଡ଼ିବା ପରେ ଅଭିଯୁକ୍ତ ତୁଷାରର ମଧ୍ୟ ସେଠାରେ ମୃତ୍ୟୁ ହୋଇଥିଲା । ପୋଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । 

ପୋଲିସକୁ ସମ୍ପୃକ୍ତ ଅଞ୍ଚଳର ଜଣେ ଲୋକ ଶବ ଦେଖିବା ପରେ ଖବର ଦେଇଥିଲା । ପୁଲିସ ଖବର ପାଇ ସେହି ଅଞ୍ଚଳରୁ ଦୁଇଟି ଶବ ଜବତ କରିଛି ।