Advertisment

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍; ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଯିବା ପରେ ଏକ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ।

ଅଦ୍ୟତନ ହୋଇଛି
speeding car rams into a group of 37 kanwariyas at Nischintakoili

road accident

Advertisment

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଯିବା ପରେ ଏକ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। 

Advertisment

ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ବାବୁଜଙ୍ଗରୁ ପାଣି ଉଠାଇ ଏକ ୩୭ଜଣିଆ କାଉଡ଼ିଆ ଭକ୍ତ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କ ପାଖକୁ ପାଣି ନେଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ମୃତ ମହିଳା କାଉଡିଆ ଜଣଙ୍କ ହେଉଛନ୍ତି ବସପଦା ଜିହ୍ନିପୁରର ଚିନ୍ମୟୀ ବେହେରା । ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭରକୁ ଅଟକ ରଖି ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ କରୁଛି ।

ଅଧିକ ପଢନ୍ତୁ : ଶ୍ରାବଣରେ ଅଘଟଣ; ଜଳଲାଗି ପୂର୍ବରୁ ନଦୀରେ ବୁଡ଼ି କାଉଡ଼ିଆ ମୃତ

Advertisment

ଆଜି ଶ୍ରାବଣର ଦ୍ବିତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କରୁଛନ୍ତି କାଉଡିଆ । ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ବର, ବାବା ଆଖଣ୍ଡଳମଣିଙ୍କ ପୀଠରେ ଶତାଧିକ ବୋଲବମ୍ ଭକ୍ତ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି।

ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର। ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ଭିଡ ହୋଇଥିଲେ ବି ସବୁଠୁ ଅଧିକ ଭିଡ ଲାଗିଛି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ। 

Advertisment
Road Accident Kanwariyas Accident Road Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ