• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜୀବନ ନେଉଛି ସଡ଼କ ଦୁର୍ଘଟଣା । ଅକାଳରେ ଝଡ଼ି ପଡ଼ୁଛି ନୀରିହ ଜୀବନ । ରାଜ୍ୟରେ ଦିନକୁ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହେଉଛି । ଗତବର୍ଷ ରାଜ୍ୟରେ ଦୁର୍ଘଟଣାରେ ୫,୪୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକି ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢ଼ିଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଓଡ଼ିଶାରେ ଦୁର୍ଘଟଣା ଜନିତ ମୃତ୍ୟୁ ୭.୬ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ଗୁରୁତର ଆହତ ହାର ୪୬.୯ ପ୍ରତିଶତ ରହିଛି ।

ଅନ୍ୟପଟେ ଦେଶରେ ମଧ୍ୟ ବଢ଼ିବାରେ ଲାଗିଛି ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା । ପ୍ରତି ଘଣ୍ଟାରେ ଦେଶରେ ୫୩ଟି ଦୁର୍ଘଟଣା ଘଟୁଛି । ୨୦୨୨ ସଡ଼କ ଦୁର୍ଘଟଣା ରିପୋର୍ଟରେ ଆସିଛି ଏଭଳି ତଥ୍ୟ । ଯାହା ସମସ୍ତଙ୍କୁ ଚକିତ କରିଛି ।

ସେହିପରି ଦିନକରେ ଦେଶରେ ୧୨୬୪ଟି ଦୁର୍ଘଟଣା ଘଟୁଥିବା ବେଳେ ୪୬୨ ଜଣକ ମୃତ୍ୟୁ ହେଉଛି । ୨୦୨୨ ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ୪ ଲକ୍ଷ ୬୧ ହଜାର ୩୧୨ଟି ଦୁର୍ଘଟଣା ହୋଇଛି । ଯେଉଁଥିରେ ୧ ଲକ୍ଷ ୬୮ ହଜାର ୪୯୧ ଲୋକଙ୍କ ମୃତ୍ୟୁ ହୋଇଛି ।

୪ ଲକ୍ଷ ୪୩ ହଜାର ୩୬୬ ଜଣ ଦୁର୍ଘଟଣାରେ ଆହତ ହେଇଛନ୍ତି । ୨୦୨୧ ତୁଳନାରେ ଦୁର୍ଘଟଣା ହାର ୧୧.୯ ପ୍ରତିଶତ ବଢିଛି । ସେହିପରି ୨୦୨୧ ତୁଳନାରେ ମୃତ୍ୟୁ ହାର ୯.୪ ପ୍ରତିଶତ ବଢ଼ିଥିବା ବେଳେ, ଆହତ ହାର ୧୫.୩ ପ୍ରତିଶତ ବଢିଛି । ୨୦୨୦-୨୧ ବର୍ଷରେ କୋଭିଡ ଯୋଗୁ ଦୁର୍ଘଟଣା ହାର କମ୍ ଥିଲା । ଏବେ ଦୁର୍ଘଟଣା ହାର ବୃଦ୍ଧି ଚିନ୍ତାର କାରଣ ସାଜିଛି ।