Advertisment

Viral Demonetisation Rumours: ପୁଣିଥରେ ହେବ କି ନୋଟବନ୍ଦୀ ? ବନ୍ଦ ହୋଇଯିବ କି ୫୦୦ ଟଙ୍କିଆ ନୋଟ୍ ?

ପୁଣିଥରେ ହେବ କି ନୋଟବନ୍ଦୀ ? ବନ୍ଦ ହୋଇଯିବ କି ୫୦୦ ଟଙ୍କିଆ ନୋଟ୍ ? ମାର୍ଚ୍ଚରୁ ATMରୁ ଆଉ ୫୦୦ ଟଙ୍କିଆ ବାହାରିବନି କି ? ବର୍ତ୍ତମାନ ସୋସିଆଲ ମିଡିଆରେ ଜୋର୍ ଧରିଛି ଏମିତି କିଛି ଚର୍ଚ୍ଚା ।

author-image
OTV Bureau
Rs-500-Notes-Discontinuation-Claim

Rs-500-Notes-Discontinuation-Claim Photograph: (OTV)

ପୁଣିଥରେ ହେବ କି ନୋଟବନ୍ଦୀ ? ବନ୍ଦ ହୋଇଯିବ କି ୫୦୦ ଟଙ୍କିଆ ନୋଟ୍ ? ମାର୍ଚ୍ଚରୁ ATMରୁ ଆଉ ୫୦୦ ଟଙ୍କିଆ ବାହାରିବନି କି ? ବର୍ତ୍ତମାନ ସୋସିଆଲ ମିଡିଆରେ ଜୋର୍ ଧରିଛି ଏମିତି କିଛି ଚର୍ଚ୍ଚା । ସରକାର ୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ଯାଉଥିବା ଦାବି କରାଯାଉଛି । କୁହାଯାଉଛି କି, ଆସନ୍ତା ମାର୍ଚ୍ଚରେ ଦେଶରେ ବିମୁଦ୍ରୀକରଣ ବା ନୋଟବନ୍ଦୀ ହେବ । ଏଟିଏମ୍‌ରୁ  ୫୦୦ ଟଙ୍କିଆ ନୋଟ ବାହାରିବା ବନ୍ଦ ହୋଇଯିବ । ତା' ପରେ ଧୀରେ ଧୀରେ ରିଜର୍ଭ ବ୍ୟାଙ୍କ ଏହାର ସର୍କେଲୁସନ ବନ୍ଦ କରିଦେବେ ।  ଫେସବୁକଠାରୁ ଆରମ୍ଭ କରି ଟ୍ବିଟର ସବୁଥିରେ ଏହି ଖବର ଏବେ ନିଆଁ ଭଳି ବ୍ୟାପିବାରେ ଲାଗିଛି ।  ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଲୋକେ । ୨ ହଜାର ଟଙ୍କିଆ ନୋଟ୍ ଭଳି ୫୦୦ ଟଙ୍କିଆ ବି ବନ୍ଦ ହୋଇଯିବ ଭାବୁଛନ୍ତି ।

Advertisment

ହେଲେ ଏ ଖବରରେ କେତେ ସତ୍ୟତା ରହିଛି ? ଏହା ସତ ନା ଗୁଜବ ? ଏନେଇ ସ୍ପଷ୍ଟ କରିଛି ପ୍ରେସ୍ ଇନଫରମେସନ ବ୍ୟୁରୋ ବା ପିଆଇବି ଫ୍ୟାକ୍ଚ ଚେକ୍ । ସୋସିଆଲ ମିଡିଆରେ କରାଯାଇଥିବା ଏ ଦାବି ସମ୍ପୂର୍ଣ୍ଣ ମିଛ । ୫୦୦ ଟଙ୍କିଆ ଅଚଳ ହେବନି କି ସେଭଳି କିଛି ଯୋଜନା ମଧ୍ୟ ନାହିଁ । ତାହା ଲିଗାଲ୍ ଟେଣ୍ଡର ହୋଇରହିବ । ଏଭଳି ଗୁଜବରେ ବିଶ୍ୱାସ ନକରିବାକୁ ଆହ୍ୱାନ କରିଛି PIB । କୌଣସି ଖବର ଉପରେ ବିଶ୍ୱାସ କରିବା ପୂର୍ବରୁ ତାହାର ଅଫିସିଆଲ ସୋର୍ସକୁ ଚେକ୍‌ କରିବାକୁ ପରାମର୍ଶ ଦିଆଯାଇଛି ।

ହେଲେ କାହିଁକି ୫୦୦ ଟଙ୍କିଆ ବନ୍ଦ ହେବା ନେଇ ଉଠିଲା ଚର୍ଚ୍ଚା ? ତେବେ ଏଭଳି ଗୁଜବ ବ୍ୟାପିବା ପ୍ରଥମ ଥର ନୁହେଁ । ୨୦୨୫ ଜୁନ୍‌ରେ ମଧ୍ୟ ଏମିତି ଚର୍ଚ୍ଚା ହେଉଥିଲା ଯେ, ସରକାର ୫୦୦ ଟଙ୍କିଆ ନୋଟ୍ ବନ୍ଦ କରିପାରନ୍ତି । 

Advertisment

୨୦୧୬ ନଭେମ୍ବର ୮ରେ ଦେଶରେ ବିମୁଦ୍ରୀକରଣ ଘୋଷଣା କରିଥିଲେ ସରକାର । ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯାଇଥିଲା ।  ଆଉ ଏହି ନୋଟ ବଦଳାଇବାକୁ ବ୍ୟାଙ୍କରେ ଘଣ୍ଟା ଘଣ୍ଟା କାଳ ଲାଇନ୍ ଲଗାଇଥିଲେ ଲୋକେ । ତେଣୁ ପୁଣିଥରେ ୫୦୦ ଟଙ୍କା ନୋଟ ବନ୍ଦ ହେବା ଗୁଜବ ବ୍ୟାପିବା ପରେ ଲୋକମାନେ ଛାନିଆ ହୋଇଯାଇଥିଲେ ।

Advertisment
Related Articles
Advertisment