/odishatv-khabar/media/media_files/2026/01/17/ed-raid-2026-01-17-13-13-06.jpg)
ED Raid Photograph: (OTV)
ବାଲି ମାଫିଆଙ୍କ ଉପରେ EDର ରେଡ୍ ବେଳେ ମିଳିଛି ଅଢ଼େଇ କୋଟି କ୍ୟାସ୍। ଆଲମିରା ଭର୍ତ୍ତି ଟଙ୍କା ଗଣତି ପରେ ଏନେଇ ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି।
ଗତକାଲି ଗଞ୍ଜାମର ବିଜେଡି ନେତା ହୃଷିକେଶ ପାଢୀଙ୍କ ଘରେ ରେଡ୍ ହୋଇଥିଲା। ପରେ ହୃଷିକେଶଙ୍କ ସମେତ ଗଞ୍ଜାମ ଜିଲ୍ଲାର ୮ରୁ ୧୦ ବାହୁବଳୀ ବାଲି ଓ ମଦ ମାଫିଆଙ୍କ ଠିକଣାରେ ଇଡି ଘନ ଘନ ଯାଞ୍ଚ କରିଥିଲା। ଏହି ଯାଞ୍ଚରେ ମିଳିଥିବା ଆଲମାରୀ ଭର୍ତ୍ତି ଟଙ୍କା କାହାର ତାକୁ ନେଇ ତଦନ୍ତ ଚାଲିଛି।
ଆଉ ଏହି ଟଙ୍କା ସହ ଖୋଲିବାରେ ଲାଗିଛି ବାଲି ମାଫିଆଙ୍କ କଳା ସାମ୍ରାଜ୍ୟର ଗୁମର। ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାର ଏହି ବାଲି ମାଫିଆମାନେ ନିଜ ବାହୁ ବଳରେ ଚଲାଇଥିଲେ ବେଆଇନ ଅର୍ଥ କାରବାର। ଋଷିକୂଲ୍ୟା, ବାହୁଦା, ବଡ଼ ନଦୀରୁ ବେଆଇନ ଭାବେ ବାଲି ଉଠାଇ କୋଟି କୋଟି ଟଙ୍କା ରାଜସ୍ବ ଫାଙ୍କୁଥିଲେ। ଏନେଇ CAG ରିପୋର୍ଟରେ ଆସିବା ପରେ ଏହି ରେଡ୍ ଇଡି କରିଥିବା ଦର୍ଶାଇଛି।
ରେଡ୍ ବେଳେ ବାଲି ମାଫିଆଙ୍କ ଚୋରା ମଦ କାରବାର ସମ୍ପର୍କରେ ମଧ୍ୟ ମିଳିଛି ବଡ଼ ସୁରାକ। ଗଞ୍ଜାମରେ ବାଲି ମାଫିଆ ଚଳାଉଛନ୍ତି ବେଆଇନ୍ ଦେଶୀ ମଦ ଭାଟି। ବାଲି ଘାଟ ନିଲାମ ସହ ଜାଲ Y ଫର୍ମ ଜରିଆରେ ବର୍ଷ ବର୍ଷ ଧରି ବାଲି ଚାଲାଣ ହେଉଥିବା ସାମ୍ନାକୁ ଆସିଛି।
ବାଲି ମାଫିଆଙ୍କ ଉପରେ ରେଡ୍ ବେଳେ ଜଣା ପଡିଛି ପୁରା ସିଣ୍ଡିକେଟ୍ ର ମାଷ୍ଟରମାଇଣ୍ଡ କୃପାସିନ୍ଧୁ ମୁଦୁଲି। ଯିଏ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବାଲି ଚୋରା ଚାଲାଣର ସବୁ କିଛି ପରିଚାଳନା କରୁଛନ୍ତି।
ଗତକାଲି ରାଜ୍ୟର ୨୫ଟି ସ୍ଥାନରେ ରେଡ୍ ପରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କୋଟି କୋଟି ମୂଲ୍ୟର ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ହୋଇଛି ଜବତ। ଏହାରି ଭିତରେ ଏକାଧିକ ବିଳାସପୂର୍ଣ୍ଣ ଗାଡ଼ି ମିଳିଛି।
Massive Odisha Police Raids: ବଡ଼ ରେଡ୍, ଯେଉଁଠି ଖୋଜିଲେ ସେଇଠି କ୍ୟାସ୍

Operation Kagar encounter continues: ଅପରେସନ୍ କାଗର ସଫଳ; ବଡ ନକ୍ସଲ ବିରୋଧୀ ଅଭିଯାନ

Massive Fire at Garbage Dump: କିଏ ଲଗାଇଲା ନିଆଁ? କଲବଲ ହେଲେ ବସ୍ତି ବାସିନ୍ଦା

Shree Mandir Committee Meeting: ହାଇଲେବୁଲ୍ ବୈଠକ, ଖୁବଶୀଘ୍ର ଗଣତିମଣତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)