Advertisment

Karur Stampede Case: କରୁର ଦଳାଚକଟା, ସିବିଆଇ କାର୍ଯ୍ୟାଳୟରେ ଥଲାପତି

ବିଜୟଙ୍କୁ କରୁର ଦଳାଚକଟା ଘଟଣାରେ ସିବିଆଇ ଅଧିକାରୀ ପଚରାଉଚରା କରିଥିବା ଜଣାପଡିଛି। ଭିଡ଼ ନିୟନ୍ତ୍ରଣ ତଥା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସମ୍ପର୍କରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ବିଜୟଙ୍କୁ ପଚରାଉଚରା କରୁଛି।

author-image
Madhupriya Mistry
TVK chief Vijay

TVK chief Vijay Photograph: (OTV)

ଅଭିନେତାରୁ ନେତା ପାଲଟିଥିବା ଟିଭିକେ ମୁଖ୍ୟ ବିଜୟ ଥଲାପତି ଆଜି ସିବିଆଇ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ଅବରସରେ ବିଜୟଙ୍କୁ କରୁର ଦଳାଚକଟା ଘଟଣାରେ ସିବିଆଇ ଅଧିକାରୀ ପଚରାଉଚରା କରିଥିବା ଜଣାପଡିଛି। ଭିଡ଼ ନିୟନ୍ତ୍ରଣ ତଥା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସମ୍ପର୍କରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ବିଜୟଙ୍କୁ ପଚରାଉଚରା କରୁଛି। 

Advertisment

ଆଜି ସିବିଆଇ ଜେରାରେ ସମ୍ମୁଖୀନ ହେବାକୁ ବିଜୟ ଚେନ୍ନାଇରୁ ଏକ ଚାର୍ଟାଡ ବିମାନରେ ଦିଲ୍ଲୀରେ ଆସି ପହଞ୍ଚି ଥିଲେ। ଏହାପରେ ଦିଲ୍ଲୀ ବିମାନବନ୍ଦରରୁ ସେ ସିବିଆଇ ମୁଖ୍ୟାଳୟକୁ ଯାଇଛନ୍ତି। ଯେଉଁଠାରେ ତାଙ୍କୁ ସେପ୍ଟେମ୍ବର ୨୭ର ଦଳାଚକଟା ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି। 

ଅଧିକାରୀଙ୍କ ମୁତାବକ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ କାର୍ଯ୍ୟକ୍ରମ ସମୟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁତ୍ବ ଦିଆଯିବ, ଯେଉଁଥିରେ ବିଜୟଙ୍କ ଗତିବିଧି, ତାଙ୍କ ଆସିବାରେ ବିଳମ୍ବ, ପ୍ରବଳ ଭିଡ଼ ପାଇଁ ଅବଦାନ ଥିଲା କି ନାହିଁ ସେ ସମ୍ପର୍କରେ ପଚରାଉଚରା କରାଯିବ ।

Advertisment

ସଂସ୍ଥାକୁ ରାଲି ପାଇଁ ମିଳିଥିବା ଅନୁମତି, ସ୍ୱେଚ୍ଛାସେବୀ ନିୟୋଜିତ, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଏବଂ ପୁଲିସ ସହିତ ସମନ୍ୱୟ ସମ୍ବନ୍ଧୀୟ ଦସ୍ତାବିଜ ମଧ୍ୟ ମଗାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ପାଇଁ ଭିତ୍ତିଭୂମି, ପରିବହନ, ଖାଦ୍ୟ ଏବଂ ପାଣି ବ୍ୟବସ୍ଥା ସହିତ ଜଡିତ ଆର୍ଥିକ ରେକର୍ଡ ମଗାଯାଇଛି।

ଗତବର୍ଷ ସେପ୍ଟେମ୍ବର ୨୭ରେ କରୁରରେ ବିଜୟଙ୍କ ଦଳ, ଟିଭିକେର ଏକ ରାଲି ସମୟରେ ଦଳାଚକଟା ହୋଇଥିଲା। ଏଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ରୁ ଅଧିକ ଆହତ ହୋଇଥିଲେ। ଏହି ମାମଲାରେ ବିଜୟଙ୍କ ପୂର୍ବରୁ ତାଙ୍କ ସିବିଆଇ ଟିଭିକେର ଅନ୍ୟ ପଦାଧିକାରୀଙ୍କୁ ଜେରା କରିସାରିଛି।  

CBI Vijay Thalapathy Tamilnadu Stampede
Advertisment
Related Articles
Advertisment