Advertisment

Top Maoist Leader: ମାଓ ସଙ୍ଗଠନକୁ ବଡ଼ ଝଟକା, ବେଣୁଗୋପାଳଙ୍କ ଆତ୍ମସମର୍ପଣ

ଟପ୍ ମାଓବାଦୀ ନେତା ବେଣୁଗୋପାଳ ଆତ୍ମସମର୍ପଣ କରିଛନ୍ତି। ମହାରାଷ୍ଟ୍ର ଗଡଚିରୋଲି ପୋଲିସ ନିକଟରେ ବେଣୁଗୋପାଳଙ୍କ ସହ ୬୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିବା ସହ ଅନେକ ଅସ୍ତ୍ରଶସ୍ତ୍ର ସମର୍ପଣ କରିଛନ୍ତି।

author-image
Chinmayee Sahoo
MAO

MAO Photograph: (OTV)

ମାଓ ସଙ୍ଗଠନକୁ ବଡ଼ ଝଟକା । ମହାରାଷ୍ଟ୍ର ଗଡଚିରୋଲି ପୋଲିସ ନିକଟରେ ଟପ୍ ମାଓବାଦୀ ନେତା ବେଣୁଗୋପାଳ ଓରଫ ଭୂପତିଙ୍କ ସହ ୬୦ରୁ ଅଧିକ ନକ୍ସଲଙ୍କ ଆତ୍ମସମର୍ପଣ । ବେଣୁଗୋପାଳ କେନ୍ଦ୍ରୀୟ କମିଟି ସଦସ୍ୟ ହୋଇଥିବାରୁ ସଙ୍ଗଠନକୁ ଲାଗିଛି ବଡ ଧକ୍କା । ଏଥିସହ ଏକେ-୪୭ ଭଳି ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ସେମାନେ ସମର୍ପଣ କରିଥିବା ସୂଚନା ମିଳିଛି । 
ଛତିଶଗଡରେ ମାଓ ଦମନ ଅଭିଯାନ ଜୋରଦାର ହେବା ପରେ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଆଦି ସୀମାରେ କମ୍ବିଂ ଏବଂ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ପୂର୍ବରୁ କେନ୍ଦ୍ରୀୟ କମିଟି ସଦସ୍ୟ ସୋନୁ ସରକାରଙ୍କୁ ଚିଠି ଲେଖି ଅସ୍ତ୍ରବିରତି ଅନୁରୋଧ କରିଥିଲା। 
ଆସନ୍ତା ୬ ମାସ ମଧ୍ୟରେ ପୋଲିସ ପକ୍ଷରୁ ଅପରେସନ ବନ୍ଦ କରାଗଲେ ଆମେ କୌଣସି ଅଘଟଣ ଘଟାଇବୁନି । ହେଲେ ନକ୍ସଲ ବିରୋଧୀ ଅଭିଯାନରେ ନିଜର ଓ ନିଜ ସଙ୍ଗଠନର ଅସ୍ତିତ୍ବ ପ୍ରତି ସଙ୍କଟ ସୃଷ୍ଟି ହୋଇଥିଲା । ଫଳରେ ବେଣୁଗୋପାଳ ଆତ୍ମସମର୍ପଣ କରିଥିବା କୁହାଯାଉଛି ।

Advertisment

ଅଧିକ ଦେଖନ୍ତୁ:

Maoist Leader
Advertisment
Related Articles
Advertisment