Advertisment

Police SI Scam: ପୋଲିସ SI କେଳେଙ୍କାରୀ ତଦନ୍ତକୁ ବାଟବଣା ପାଇଁ ଚେଷ୍ଟା, ଶଙ୍କର ଓ ସୁରେଶର ହୋଇପାରେ ଲାଇ ଡିଟେକସନ୍ ଟେଷ୍ଟ

ମିଛ କହୁଛି ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି। ଶଙ୍କରର ମିଛ ଧରିବା ପାଇଁ ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି। ଖାଲି ଶଙ୍କର ନୁହଁ, ସିଲିକନ ଟେକ ମୁଖ୍ୟ ସୁରେଶ ନାୟକଙ୍କ ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ତଦନ୍ତକାରୀ ଏଜେନ୍ସି ଯୋଜନା କରିଥିବା ଜଣାପଡିଛି।

author-image
Tapan Swain
POLICE SI SCAM

POLICE SI SCAM Photograph: (OTV)

ପୋଲିସ SI ପରୀକ୍ଷା ମହାକେଳେଙ୍କାରୀ ଘଟଣାରେ ବଡ ଅପଡେଟ। ମିଛ କହୁଛି ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି। ଶଙ୍କରର ମିଛ ଧରିବା ପାଇଁ ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି। ଖାଲି ଶଙ୍କର ନୁହଁ, ସିଲିକନ ଟେକ ମୁଖ୍ୟ ସୁରେଶ ନାୟକଙ୍କ ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ତଦନ୍ତକାରୀ ଏଜେନ୍ସି ଯୋଜନା କରିଥିବା ଜଣାପଡିଛି। ସେପଟେ ୪ ଦିନିଆ ରିମାଣ୍ଡରେ ଥିବା ଶଙ୍କର ଓ ଦଲାଲ ଅରବିନ୍ଦ ଦାସର ଆସନ୍ତାକାଲି ସରିବ ମିଆଦ।....

Advertisment

ତଦନ୍ତକୁ ବାଟବଣା ପାଇଁ ଚେଷ୍ଟା
ଚାଲ୍ କରୁଛି ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି
ଯାଞ୍ଚରେ କରୁନି ସହଯୋଗ, ପ୍ରମାଣକୁ ବି ସତ ମାନୁନି
ଶଙ୍କର-ସୁରେଶ ସିଣ୍ଡିକେଟ ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚର ଯୋଜନା
ମିଛ ଧରାଇବ ଲାଇ ଡିଟେକ୍ସନ ଟେଷ୍ଟ

ପୋଲିସ SI ପରୀକ୍ଷା କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ପୃଷ୍ଠା ଖୋଲୁଛି କ୍ରାଇମବ୍ରାଞ୍ଚ। ଜଣଙ୍କ ପରେ ଜଣଙ୍କୁ ଗିରଫ ବି କରୁଛି । ଏହାରି ଭିତରେ ପର୍ଯ୍ୟାୟକ୍ରମେ ଗିରଫ ଦଲାଲଙ୍କୁ ଆଣି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟି ସହ କରୁଛି ମୁହାଁମୁହିଁ ଜେରା । ତଥାପି ବି ମୁହଁ ଖୋଲୁନି ଧୂର୍ତ୍ତ ଶଙ୍କର। ଯେତେ ଯାହା ପଚାରିଲେ ବି ଦେଉନି ଉତ୍ତର। ସମସ୍ତ ତଥ୍ୟ ପ୍ରମାଣକୁ ଦେଖାଇବା ପରେ ବି ମାନୁନି ସତ । ଗିରଫ ଦଲାଲଙ୍କ ସହ ସଂପର୍କ ଥିବା କଥାକୁ କରୁଛି ଅଗ୍ରାହ୍ୟ। ତଦନ୍ତକାରୀ ଅଫିସରଙ୍କ ସାମ୍ନାରେ ପୁରା ଚୁପ ବସୁଛି।

Advertisment

୫ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ଶଙ୍କର ପୃଷ୍ଟିର ଏଭଳି ସ୍ବଭାବ ଦେଖି ତାଜୁବ ତଦନ୍ତକାରୀ ସଂସ୍ଥା। ଯେଉଁଥି ପାଇଁ ବିକଳ୍ପ ଚିନ୍ତା କରିଛି କ୍ରାଇମବ୍ରାଞ୍ଚ। ଶଙ୍କରର ମିଛ ଧରିବା ପାଇଁ ଶେଷରେ ତାର ଲାଇ ଡିଟେକ୍ସନ ଟେଷ୍ଟ ତଥା ମିଛ ଧରା ପକାଇବା ପରୀକ୍ଷା କରିବାକୁ ହୋଇଛି ଯୋଜନା। ଯେଉଁଥିପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ। ଖାଲି ଶଙ୍କର ନୁହେଁ ସିଲିକନ ଟେକ ମାଲିକ ସୁରେଶ ନାୟକର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ ଯୋଜନା କରାଯାଇଛି। 

ଅନ୍ୟପକ୍ଷରେ ଏଭଳି ଠକେଇ ଅପରାଧରେ ଲାଇ ଡିଟେକ୍ସନ ଟେଷ୍ଟ ଦ୍ବାରା କିଛି ଫଳ ମିଳିବ ନାହିଁ ବୋଲି ମତ ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ହତ୍ୟାକାଣ୍ଡ କି କୌଣସି ଜଘନ୍ୟ ଅପରାଧ ବେଳେ ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ କାମ ଦେଇଥାଏ। କିନ୍ତୁ ପୋଲିସ ଏସଆଇ ପରୀକ୍ଷା ସ୍କାମ ଭଳି ମାମଲାରେ ଏଥିରୁ କୌଣସି ଫଳ ମିଳିବାର ଆଶା କମ୍। କେବଳ ତଦନ୍ତକୁ ଲମ୍ବା ସମୟ ଧରି ଚଲାଇବା ଓ କିଛି ମାତ୍ରାରେ ଅଭିଯୁକ୍ତ ଉପରେ ଚାପ ପକାଇ ସତ ଓଗାଳିବାରେ ତଦନ୍ତକାରୀ ସଂସ୍ଥା ସଫଳ ହୋଇପାରିବ।

କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ବାଲେଶ୍ବରରୁ ଗିରଫ ହୋଇଥିବା ଅରବିନ୍ଦ ଦାସର ଆସନ୍ତା କାଲି ସରୁଛି ୫ ଦିନିଆ ରିମାଣ୍ଡ ଅବଧି। ସେପଟେ ଏବେ ବି ଜେଲରେ ସୁରେଶ ସହ ଅନ୍ୟ ୯ ଦଲାଲ। ଏହାରି ଭିତରେ କ୍ରାଇମବ୍ରାଞ୍ଚର ତଦନ୍ତ ଶଙ୍କର-ସୁରେଶ ପାଖରେ ଅଟକି ଯାଇଥିବା ବେଳେ ସିଣ୍ଡିକେଟ ରହସ୍ୟ ଖୋଲିବାରେ ଅସମର୍ଥ। 

Recruitment Scam Odisha Police SI Exam
Advertisment
Related Articles
Advertisment