Advertisment

Supreme Court Cracks Down: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଶିକ୍ଷାନୁଷ୍ଠାନ, ହସ୍ପିଟାଲ ପରିସରରୁ ହଟିବେ ବୁଲା କୁକୁର

ସ୍କୁଲ୍, ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନରୁ ହଟାଅ ବୁଲା କୁକୁର। ସେମାନଙ୍କୁ ଧରି ବନ୍ଧ୍ୟାକରଣ ଓ ଟିକାକରଣ କରି ପଠାଅ ସେଲଟର୍ ହୋମ୍। ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

author-image
Tapan Swain
Dog

Dog Photograph: (OTV)

ସ୍କୁଲ୍, ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନରୁ ହଟାଅ ବୁଲା କୁକୁର। ସେମାନଙ୍କୁ ଧରି ବନ୍ଧ୍ୟାକରଣ ଓ ଟିକାକରଣ କରି ପଠାଅ ସେଲଟର୍ ହୋମ୍। ସର୍ବସାଧାରଣଙ୍କ ପ୍ରବେଶ ଥିବା ସରକାରୀ ଓ ବେସରକାରୀ ଶିକ୍ଷା ଓ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ବୁଲା କୁକୁର ମୁକ୍ତ କରିବାକୁ ସବୁ ରାଜ୍ୟକୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ ୮ ସପ୍ତାହ ସମୟ ଦେଇଛନ୍ତି।

Advertisment

ସୁପ୍ରିମକୋର୍ଟଙ୍କ ରାୟକୁ କେହି କେହି ସ୍ବାଗତ କରିଥିବା ବେଳେ ପଶୁ ପ୍ରେମୀଙ୍କ ଆଖିରୁ ଲୁହ ଝରି ଆସିଛି। କଥା କହିପାରୁ ନଥିବା ପ୍ରାଣୀଙ୍କ ପାଇଁ ଏହା ଅବିଚାର କହିବା ସହ ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ବି ପ୍ରଶ୍ନ ଉଠାଇଛନ୍ତି ଅନେକ।...
ଶିକ୍ଷାନୁଷ୍ଠାନ, ହସ୍ପିଟାଲ ପରିସରରୁ ହଟିବେ ବୁଲା କୁକୁର

ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନରେ ନଜର ଆସିବେନି
ବନ୍ଧ୍ୟାକରଣ ଓ ଟୀକାକରଣ କରି ଆଶ୍ରୟସ୍ଥଳରେ ଛାଡ଼
ବୁଲା କୁକୁରଙ୍କୁ ନେଇ ପୁଣି ଆସିଲା ସୁପ୍ରିମ ରାୟ
ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କଡ଼ା ନିର୍ଦ୍ଦେଶ

Advertisment

ରାଜରାସ୍ତାରେ ବୁଲା କୁକୁରଙ୍କ ଉତ୍ପାତ ବଢୁଥିବା ବେଳେ ବିଭିନ୍ନ ସମୟରେ ଅନେକ ଅଘଟଣ ଘଟୁଛି। ଏଣିକି ସର୍ବସାଧାରଣଙ୍କ ପ୍ରବେଶ ଥିବା ସ୍କୁଲ କଲେଜ, ବସ୍ ଷ୍ଟାଣ୍ଡ, କ୍ରୀଡା କମ୍ପ୍ଲେକ୍ସ ଓ ରେଲୱେ ଷ୍ଟେସନ ଭଳି ସ୍ଥାନରୁ ହଟିବେ ବୁଲା କୁକୁର। ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଓ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ବୁଲା କୁକୁରଙ୍କୁ ଧରି ପଠାଯିବ ଆଶ୍ରୟସ୍ଥଳ। ସରକାରୀ, ବେସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ କୁକୁରଙ୍କ ଆତଯାତ ରୋକିବା ପାଇଁ ବାଡ଼ ଦିଆଯିବ। ଧରାଯାଇଥିବା ବୁଲା କୁକୁର ଯେଭଳି ପୂର୍ବ ସ୍ଥାନକୁ ନଫେରିବେ ତା ଉପରେ ରହିବ କଡ଼ା ନଜର। ସେସବୁ ସ୍ଥାନର ତଦାରଖ ପାଇଁ ରହିବେ ଜଣେ ନୋଡାଲ ଅଧିକାରୀ। 

ପୌର କର୍ତ୍ତୃପକ୍ଷ ଓ ପଞ୍ଚାୟତଗୁଡ଼ିକୁ ଅତି କମରେ ତିନି ମାସ ପାଇଁ ଯାଞ୍ଚ କରିବେ। ଏଥିପାଇଁ ୮ ସପ୍ତାହ ସମୟ ଦିଆଯାଇଛି। ନିର୍ଦ୍ଦେଶନାମାର ପାଳନକୁ ସୁନିଶ୍ଚିତ କରିବେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ। ନହେଲେ ଅଧିକାରୀ ବ୍ୟକ୍ତିଗତ ଭାବରେ ଦାୟୀ ରହିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବୁଲା କୁକୁରଙ୍କ ସହ ଜାତୀୟ ରାଜପଥ ଓ ଏକ୍ସପ୍ରେସ ୱେରୁ ବୁଲା ଗୋରୁଙ୍କୁ ହଟାଇବାକୁ NHAIକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ... 

ବୁଲା କୁକୁରଙ୍କୁ ହଟାଇବା ନିର୍ଦ୍ଦେଶରେ ଖପ୍ପା ହୋଇଛନ୍ତି ପଶୁ ପ୍ରେମୀ। କେହି କେହି କ୍ୟାମେରା ସାମନାରେ କାନ୍ଦି ପକାଉଛନ୍ତି ତ କିଏ ଆକ୍ରୋଶ ଝାଡ଼ିଛି। ଆବେଦନକାରୀ ତଥା ଆଇନଜୀବୀ ନନିତା ଶର୍ମା ସୁପ୍ରିମକୋର୍ଟଙ୍କ ରାୟ ପରେ କୋହ ସମ୍ଭାଳି ପାରି ନଥିଲେ। ରାୟକୁ ଦୁର୍ଭାଗ୍ୟଜନକ କହିବା ସହ କଥା କହି ପାରୁନଥିବା ଏସବୁ ପ୍ରାଣୀଙ୍କ ପ୍ରତି ଅବିଚାର ବୋଲି କହିଛନ୍ତି। ସେହିପରି ବରିଷ୍ଠ ବିଜେପି ନେତ୍ରୀ ତଥା ପଶୁ ଅଧିକାର କର୍ମୀ ମାନେକା ଗାନ୍ଧି ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। 

ପୂର୍ବରୁ ଜଷ୍ଟିସ ପର୍ଦ୍ଦିୱଲା ଓ ଆର. ମହାଦେବନଙ୍କ ଖଣ୍ଡପୀଠ ଦିଲ୍ଲୀ ଏନସିଆରରୁ ବୁଲା କୁକୁରଙ୍କୁ ଧରି ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେବା ପରେ ତୀବ୍ର ହୋଇଥିଲା ଅସନ୍ତୋଷ। ପରେ ସେହି ନିର୍ଦ୍ଦେଶକୁ ବର୍ତ୍ତମାନର ତିନି ଜଣିଆ ଖଣ୍ଡପୀଠ ପରିବର୍ତ୍ତନ କରିଥିଲେ। ଟୀକାକରଣ ଓ ବନ୍ଧ୍ୟାକରଣ କରାଯାଇଥିବା କୁକୁରଙ୍କୁ ସ୍ଥାୟୀ ଭାବରେ ଆଶ୍ରୟସ୍ଥଳରେ ରଖିବା ପରିବର୍ତ୍ତେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

Supreme Court Stray Dog
Advertisment
Related Articles
Advertisment