Advertisment

150th Birth Anniversary: ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ , ଦେଶ ପାଳିବ ରାଷ୍ଟ୍ରୀୟ ଏକତା ଦିବସ

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆୟୋଜନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ୯୦୦ କଳାକାର ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିବେ। ଏହା ଆମ ସଂସ୍କୃତିର ସମୃଦ୍ଧ ବିବିଧତା ଓ ଜାତୀୟ ଏକତା ଉପରେ ଆଲୋକପାତ କରିବ।

author-image
Manas Ranjan Mohanty
Sardar Vallabhbhai Patel

Sardar Vallabhbhai Patel Photograph: (GOOGLE)

ଭାରତର ଲୌହପୁରୁଷ ସର୍ଦ୍ଦାର ବଳ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ରାଷ୍ଟ୍ରୀୟ ଏକତା ଦିବସ ପ୍ରତିବର୍ଷ ଅକ୍ଟୋବର ୩୧ରେ ପାଳନ କରାଯାଉଛି । ରାଷ୍ଟ୍ରୀୟ ଏକତା ଦିବସ ଭାରତର ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତିର ପ୍ରତୀକ । ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ଚଳିତ ବର୍ଷର ରାଷ୍ଟ୍ରୀୟ ଏକତା ଦିବସ ପାଳନ ବିଶେଷ ଭାବରେ ସ୍ବତନ୍ତ୍ର । ଚଳିତ ବର୍ଷର ଉତ୍ସବ ଅନେକ ଦୃଷ୍ଟିରୁ ଅନନ୍ୟ ହେବ, ଯାହା ଏହି ଐତିହାସିକ ଅବସରକୁ ସ୍ମରଣୀୟ କରି ରଖିବ।

Advertisment

ଗୁଜରାଟର ନର୍ମଦା ଜିଲ୍ଲାର ଏକତା ନଗରରେ ଏକ ଭବ୍ୟ ପରେଡ ଓ ସାଂସ୍କୃତିକ ଉତ୍ସବ ଆୟୋଜିତ ହେବ। ପରେଡର ମୁଖ୍ୟ ଆକର୍ଷଣ ରହିବ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍) ଓ ରାଜ୍ୟ ପୋଲିସ ବ୍ୟାଣ୍ଡମାନଙ୍କର ଦକ୍ଷତା, ଶୃଙ୍ଖଳା ଓ ବୀରତ୍ୱ ପ୍ରଦର୍ଶନ। ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଉଥିବା 'ଗାର୍ଡ୍ ଅଫ୍ ଅନର୍'ର ନେତୃତ୍ୱ ଜଣେ ମହିଳା ଅଧିକାରୀ ଦ୍ୱାରା ହେବ।

Sardar Vallabhbhai Patel
Sardar Vallabhbhai Patel Photograph: (GOOGLE)

ସିଆଇଏସ୍ଏଫ୍ ଓ ସିଆର୍ପିଏଫ୍-କର୍ମଚାରୀମାନେ ସାମରିକ କଳା ଓ ଯୁଦ୍ଧ ଅଭ୍ୟାସ ପ୍ରଦର୍ଶନ କରିବେ। ସିଆରପିଏଫର ୫ଜଣ ଶୌର୍ଯ୍ୟଚକ୍ର ପୁରସ୍କାର ବିଜେତା ଓ ବିଏସ୍ଏଫର ୧୬ଜଣ ବୀରତ୍ୱ ପଦକ ବିଜେତା ଅଂଶଗ୍ରହଣ କରିବେ। ବିଏସ୍ଏଫର ଭାରତୀୟ ପ୍ରଜାତିର କୁକୁର, ଗୁଜରାଟ ପୋଲିସର ଅଶ୍ୱାରୋହୀ ବ୍ୟାଣ୍ଡ, ଆସାମ ପୋଲିସର ମୋଟରସାଇକେଲ୍ ଡେୟାଡ୍ରିଲ୍ ଟିମ୍ (ରୋଡ୍ ଡେଭିଲ୍ସ୍), ଓଟ-ବାହିନୀ ଓ ଓଟ-ମାଉଣ୍ଟେଡ୍ ବ୍ୟାଣ୍ଡକୁ ନେଇ ଏକ ପଦଯାତ୍ରା ପ୍ରଦର୍ଶିତ ହେବ ।

Advertisment

Sardar Vallabhbhai Patel
Sardar Vallabhbhai Patel Photograph: (GOOGLE)

ଜାତୀୟ କ୍ୟାଡେଟ୍ କର୍ପ୍ସ୍ (ଏନ୍‌ସିସି) ଓ ସ୍କୁଲ୍ ବ୍ୟାଣ୍ଡମାନଙ୍କର ଆକର୍ଷଣୀୟ ପ୍ରଦର୍ଶନ ସମାରୋହର ଭବ୍ୟତା ବୃଦ୍ଧି କରିବ। ଏନ୍‌ସିସି କ୍ୟାଡେଟ ମାନେ "ଏକତା ହିଁ ଶକ୍ତି" ବାର୍ତ୍ତା ପ୍ରଚାର କରିବେ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଦଳର ଚମତ୍କାର ବିମାନ ପ୍ରଦର୍ଶନୀ ଅତିଥିମାନଙ୍କୁ ମୁଗ୍ଧ କରିବ। ବିଏସ୍ଏଫ୍, ସିଆରପିଏଫ୍, ସିଆଇଏସ୍ଏଫ୍, ଏସ୍‌ଏସ୍‌ବି, ଆଇଟିବିପି, ଦିଲ୍ଲୀ ପୋଲିସ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଓ ଜମ୍ମୁ-କାଶ୍ମୀରର ବ୍ୟାଣ୍ଡ ମଧ୍ୟ ଅଂଶଗ୍ରହଣ କରିବେ ।

Sardar Vallabhbhai Patel
Sardar Vallabhbhai Patel Photograph: (GOOGLE)

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆୟୋଜନ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ୯୦୦ କଳାକାର ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିବେ। ଏହା ଆମ ସଂସ୍କୃତିର ସମୃଦ୍ଧ ବିବିଧତା ଓ ଜାତୀୟ ଏକତା ଉପରେ ଆଲୋକପାତ କରିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୦ଟି ପ୍ରଜ୍ଞାପଣ ମେଢ଼ ପ୍ରଦର୍ଶିତ ହେବ। 

ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ଏକତା ନଗର ଭାରତ ପର୍ବ ଆୟୋଜନ କରିବ। ବିଭିନ୍ନ ରାଜ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖାଦ୍ୟ ଉତ୍ସବ ପ୍ରଦର୍ଶିତ ହେବ। ୧୫ ନଭେମ୍ବରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ସହିତ ଏହି ଉତ୍ସବ ସମାପ୍ତ ହେବ, ଯାହା ଆଦିବାସୀ ସମ୍ପ୍ରଦାୟର ଗୌରବମୟ ସଂସ୍କୃତି ଓ ଆବେଗକୁ ପ୍ରତିଫଳିତ କରିବ।

Advertisment
Related Articles
Advertisment