Advertisment

Shocking Incident: ଜୀବନ ନେଇଗଲା ପିନ୍ କଣ୍ଟା , ଶୁଣିଲେନି ସାର

ସପ୍ତମ ଶ୍ରେଣୀରେ ପଢୁଥିଲେ ତୁଷାର । ଜଣେ ମେଧାବୀ ଛାତ୍ର ଥିଲେ । ଫୁଲବାଣୀରେ ନିଜ ମାମୁଁ ଘରେ ରହି ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ୧୫ ତାରିଖ ଦିନ ତୁଷାର ସ୍କୁଲ ନୋଟିସ୍ ବୋର୍ଡରେ ଲାଗିଥିବା ପିନ୍ କଣ୍ଟାକୁ ଭୁଲରେ ଗିଳି ଦେଇଥିଲେ ।

author-image
Manas Ranjan Mohanty
Phulbani-student-Pin-death

Phulbani-student-Pin-death Photograph: (OTV)

ଛାତି ଫଟେଇ କାନ୍ଦୁଛି ମାଆ । ତା' ଗେଲ୍ଲା ପୁଅ ଆଉ ଏ ଦୁନିଆରେ ନାହିଁ । ପୁଅ ସ୍କୁଲରେ ଗୋଟିଏ ପିନ୍ କଣ୍ଟା ଗିଳି ଦେଇଥିଲା । ସାର୍‌ଙ୍କୁ କହିଲା, ହେଲେ କେହି ଶୁଣିଲେନି । ଭାତ ଖାଇଦେ, ଆପେ ଭଲ ହୋଇଯିବ ବୋଲି କହି ବସେଇଦେଲେ ସାର୍ । ଆଉ ସ୍କୁଲ କର୍ତ୍ତୃପକ୍ଷଙ୍କ ଏପରି ଚରମ ଅବହେଳା ନେଇଗଲା କୁନି ପିଲାଟିର ଜୀବନ । ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଫୁଲବାଣୀରୁ ।

Advertisment

ସପ୍ତମ ଶ୍ରେଣୀରେ ପଢୁଥିଲେ ତୁଷାର । ଜଣେ ମେଧାବୀ ଛାତ୍ର ଥିଲେ । ଫୁଲବାଣୀରେ ନିଜ ମାମୁଁ ଘରେ ରହି ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ୧୫ ତାରିଖ ଦିନ ତୁଷାର ସ୍କୁଲ ନୋଟିସ୍ ବୋର୍ଡରେ ଲାଗିଥିବା ପିନ୍ କଣ୍ଟାକୁ ଭୁଲରେ ଗିଳି ଦେଇଥିଲେ ।  ଏ ବିଷୟରେ ସେ କ୍ଲାସ୍ ଟିଚର୍ ଓ ଅନ୍ୟ ସାର୍‌ମାନଙ୍କୁ କହିଥିଲେ । ଆପ୍ଲିକେସନ୍ ବି ଦେଇଥିଲେ । ହେଲେ କେହି ତାଙ୍କ କଥା ଗୁରୁତ୍ୱର ସହ ନେଲେନି । ଭାତ ଖାଇଦେ, ପିନ୍ ମଳ ପଟେ ବାହାରିଯିବ ବୋଲି କହି କ୍ଲାସରେ ବସାଇ ଦେଇଥିଲେ । ତୁଷାର ବି ସାର୍‌ଙ୍କ କଥା ମାନି ଭାତ ଖାଇ ପାଣି ଦେଇଥିଲା । 



ସ୍କୁଲ ଛୁଟି ହେବା ପରେ ଘରକୁ ଫେରି ମାଇଁକୁ ସବୁ କଥା ଜଣାଇଥିଲେ ତୁଷାର । ହେଲେ ସେତେବେଳକୁ ବହୁ ଡେରି ହୋଇଯାଇଥିଲା । ପିନ୍ କଣ୍ଟା ଖାଦ୍ୟନଳୀରେ ନଯାଇ ଫୁସଫୁସ୍‌ରେ ପଶିଯାଇଥିଲା । ତାଙ୍କୁ କଟକ ଶିଶୁ ଭବନରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ଅପରେସନ କରି ଫୁସଫୁସ୍‌ରୁ ପିନ୍ ବାହାର କଲେ ।  କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ହେଲେ ଶେଷରେ ୨୬ ତାରିଖ ଦିନ ଜୀବନ ଯୁଦ୍ଧରେ ହାରିଯାଇଥିଲେ ତୁଷାର ।  

Advertisment

ସ୍କୁଲ କର୍ତ୍ତୃପକ୍ଷ ଘଟଣା ଘଟିବା ଦିନ ଏହା ପ୍ରତି ଧ୍ୟାନ ଦେଇଥିଲେ କି ଘରକୁ ଫୋନ୍ କରି ଜଣାଇଥିଲେ ଆଜି ତୁଷାରଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି ।

Advertisment
Related Articles
Advertisment