/odishatv-khabar/media/media_files/2025/10/30/bolangir-rape-murder-2025-10-30-16-54-19.jpg)
BOLANGIR-RAPE-MURDER Photograph: (OTV)
ଶାଢ଼ି କହୁଛି ଦୁଷ୍କର୍ମ କାହାଣୀ ! ଭଙ୍ଗା ଚୁଡ଼ି ବି ବଖାଣୁଛି ବ୍ୟଥା ! ଜଙ୍ଗଲ ଭିତରେ ପଡ଼ିଛି ମହିଳାଙ୍କ ଦରପୋଡ଼ା ମୃତଦେହ । ଘଟଣାର ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ସନ୍ଦେହ କରାଯାଇଛି । ହେଲେ ହତ୍ୟା କଲା କିଏ ? ହତ୍ୟା ପଛର କାରଣ କ’ଣ ? ମହିଳାଙ୍କ ପରିଚୟ ବି ଅସ୍ପଷ୍ଟ । ଏସବୁ ପ୍ରଶ୍ନର ଉଦ୍ଧର ଏବେ ପୋଲିସ ଖୋଜୁଛି । କ୍ରାଇମ୍ ସ୍ପଟରେ ପହଞ୍ଚି ସାରିଥିଲେ ବି ପୋଲିସକୁ ଅପରାଧୀଙ୍କ ବିନ୍ଦୁ ବିଷୟରେ ଜାଣିବା ଏବେ ମୁସ୍କିଲ୍ ହୋଇପଡ଼ିଛି ।
ଗୋଟିଏ ଜାଗାରେ ପଡ଼ିରହିଛି ମହିଳାଙ୍କ ଶାଢ଼ି । ଅନ୍ୟ ଏକ ସ୍ଥାନରେ ଭଙ୍ଗା ଚୁଡ଼ି ବି ପଡ଼ିଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଂଚଳର ଘଟିଛି ଏହି ହତ୍ୟାକାଣ୍ଡ । ଜଣେ ମହିଳାକୁ ଦୁଷ୍କର୍ମ ପରେ ପୋଡିଦେଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଗୋଏଲପିଟା ଗାଁ ନିକଟରେ ଥିବା ଜଙ୍ଗଲ ଭିତରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ମହିଳା ଜଣଙ୍କ ଅର୍ଦ୍ଧନଗ୍ନ ହୋଇ ପଡ଼ିରହିଥିଲେ । ପୋଲିସ ପାଖରେ ଖବର ପହଞ୍ଚିବା ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୁହଁକୁ ପୋଡି ଦିଆଯାଇଥିବାରୁ ଚିହ୍ନି ହେଉନି । ତେଣୁ ଦେଓଗାଁ ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ।
Hurricane Melissa: ଇତିହାସର ସବୁଠୁ ଶକ୍ତିଶାଳୀ ମହାବାତ୍ୟା, ୧୯୯୯ ଠାରୁ ବି ଆହୁରି ଭୟଙ୍କର

Homeless Animal Lover: ସୁବର୍ଣ୍ଣପୁରର ସୁପରଷ୍ଟାର , କଥା ଦେଇଥିଲେ...କଥା ରଖିଲେ

Woman Slips While: ଚଳନ୍ତା ଟ୍ରେନ୍ରୁ ଖସିପଡିଲେ, ଆଉ ତା’ ପରେ ଯାହା ଘଟିଲା

Taxi Driver Rapes: ଟ୍ୟାକ୍ସିରେ ଆସିଲା, ଦୁଷ୍କର୍ମ କଲା....ଘରେ ନେଇ ଛାଡି ଆସିଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)