/odishatv-khabar/media/media_files/2025/12/27/silver-2025-12-27-20-05-47.jpg)
SILVER Photograph: (OTV)
ସୁନା କିଣି ପାରୁ ନଥିବା ଗ୍ରାହକଙ୍କ ହୋସ୍ ଉଡ଼ାଇ ଦେଇଛି ରୁପା ଦାମ। ନିଇତି ରେକର୍ଡ ପରେ ରେକର୍ଡ କରୁଛି। ଦୁଇ ଗୁଣାରୁ ଅଧିକ ସ୍ପିଡରେ ବଢ଼ି ୩ ଲକ୍ଷ ମୁହାଁ ହେଲାଣି ଦର। ଆଜି ଗୋଟିଏ ଦିନରେ ରୁପା କିଲୋ ୨୦ ହଜାର ଟଙ୍କା ବଢିଛି। ଗତକାଲି ଦାମ୍ ରହିଥିଲା ୨ ଲକ୍ଷ ୫୪ ହଜାର ଟଙ୍କା। ଆଜି ରୁପା କିଲୋ ପ୍ରତି ଦର ୨ ଲକ୍ଷ ୭୪ ହଜାର ଛୁଇଁଛି। ସେହିପରି ଗତ ବର୍ଷେ ଭିତରେ ତିନି ଗୁଣାରୁ ଅଧିକ ମହଙ୍ଗା ହୋଇଛି ଚାନ୍ଦିର ଦାମ୍। ଗତବର୍ଷ ଠିକ୍ ଏହି ସମୟରେ ରୁପା କିଲୋ ୮୧ ହଜାର ୪୧୨ ଟଙ୍କା ଥିଲା। ଆଜି ଯାହା ୨ ଲକ୍ଷ ୭୪ ହଜାର ହୋଇଛି। ଅର୍ଥାତ ବର୍ଷକ ଭିତରେ ବଢ଼ିଛି ଲକ୍ଷେ ୯୨ ହଜାର ଟଙ୍କା। ଆଜି ରୁପା ଦାମ୍ ୪୬ ବର୍ଷର ରେକର୍ଡ ବି ଭାଙ୍ଗିଛି। ବ୍ୟବସାୟୀଙ୍କ ମତରେ ଅନ୍ତର୍ଜାତୀୟ ବଜାରରେ ରୁପା ମହଙ୍ଗା ହେଉଥିବାରୁ ସ୍ଥାନୀୟ ବଜାରରେ ଏହାର ସିଧାସଳଖ ପ୍ରଭାବ ପଡିଛି।
କାହିଁକି ହୁ ହୁ ବଢୁଛି ରୁପା ମୂଲ୍ୟ ? ଏହା ପଛରେ ଅସଲ କାରଣ କଣ ? ବଜାର ଏକ୍ସପର୍ଟଙ୍କ ମତରେ ବିଦେଶରେ ରୁପା ଆଉନ୍ସ ପିଛା ଦର ୭୫ ଡଲାର ବଢି ଉଚ୍ଚସ୍ତରରେ ପହଞ୍ଚିଛି। ସେହିପରି ଚାହିଦା ଅନୁସାରେ ଯୋଗାଣ ନାହିଁ। ଯେଉଁ ଅଭାବ ସୃଷ୍ଟି ହୋଇଛି ପୂରଣ ପାଇଁ ଅତି କମରେ ଆହୁରି ୧୦ ମାସ ସମୟ ଲାଗିଯିବ। ସେହିପରି ଇଲେକ୍ଟ୍ରିକ୍ ଭେଇକ୍ଲି ଓ ସୋଲାର ଉପକରଣ ଆଦି ଶିଳ୍ପରେ ବହୁଳ ବ୍ୟବହାର ଚାହିଦା ବଢୁଛି। ଅନ୍ୟପଟେ ସୁନା ତୁଳନାରେ ରୁପା ଅଧିକ ରିଟର୍ଣ୍ଣ ଦେଉଥିବାରୁ ଏଥିରେ ନିବେଶ ଦର ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ। ...
ରୁପା ସହ ତାଳ ଦେଇ ବଢୁଛି ସୁନା। ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ପ୍ରାୟ ୨ ହଜାର ଟଙ୍କା ବଢ଼ି ଲକ୍ଷେ ୩୦ ହଜାର ୨୫୦ରେ ପହଁଚିଛି। ସେହିପରି ୨୪ କ୍ୟାରେଟ୍ ସୁନାର ଦାମ ପାର କରିଛି ୨ ଲକ୍ଷ ୪୦ ହଜାର ଟଙ୍କା। ଆନ୍ତର୍ଜାତୀୟ ବଜାରରେ ଟଙ୍କା ତୁଳନାରେ ଡଲାର ମୂଲ ବୃଦ୍ଧି ଓ ଚାହାଦା ବଢୁଥିବାରୁ ଆଗକୁ ସୁନା ଓ ରୁପାର ଦର ଆହୁରି ଆକାଶ ଛୁଆଁ ହୋଇପାରେ।
Why Silver Price is Rising: ରୁପା ଟପିଲା ଅଢେଇ ଲକ୍ଷ, ଦିନକରେ ବଢିଲା ୨୦ ହଜାର; ରୁପା ଦର ବଢିବାର ଅସଲ କାରଣ ହେଉଛି...

Salman Khan Turns 60: ୬୦ ବର୍ଷରେ ପାଦ ରଖିଲେ ଭାଇଜାନ୍, ବାନ୍ଦ୍ରା ଘର ଆଗରେ ପ୍ରଶଂସକଙ୍କ ପ୍ରବଳ ଭିଡ଼

Jatra Actor Dies: ସତ ହୋଇଗଲା ନାଟକ ...ରାତିରେ ଅଭିନୟ , ସକାଳେ ମୃତ୍ୟୁ

Contaminated Pond Water: ପୋଖରୀ ପାଣିରେ ବିଷ ! ଦେଖାଦେଇଛି ମାରାତ୍ମକ ରୋଗର ଭୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)