/odishatv-khabar/media/media_files/2026/02/23/notorious-naxalite-leader-surrendered-2026-02-23-13-06-21.jpg)
Notorious Naxalite Leader Surrendered Photograph: (OTV)
ଆତ୍ମସମର୍ପଣ କଲା କୁଖ୍ୟାତ ନକ୍ସଲ ନେତା ମଲ୍ଲା ରାଜି ରେଡ୍ଡି। କେବଳ ସେ ଏକା ନୁହାନ୍ତି ତାଙ୍କ ସହ ୫୦ ଜଣ ସମର୍ଥକ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଆଉ ଜଣେ କେନ୍ଦ୍ରୀୟ କମିଟି ନେତା, ଦେବଜୀ ଓରଫ ତ୍ରିପାରୀ ତିରୁପତି ମଧ୍ୟ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଲାଲ ଆତଙ୍କକୁ ଦୂର କରିବା ପାଇଁ ସୁରକ୍ଷା ବାହିନୀ ଦେଶବ୍ୟାପୀ ଅପରେସନ ବ୍ଲାକ ଫରେଷ୍ଟ-୨ ଜାରି ରଖିଥିବା ବେଳେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଗତ ତିନି ଦିନ ଚାରି ଦିନ ତଳେ କେରାଗୁଟ୍ଟା ଜଂଗଲରେ ଅପରେସନ ବ୍ଲାକ ଫରେଷ୍ଟ-୨ ଆରମ୍ଭ ହୋଇଥିବା ବେଳେ ନକ୍ସଲ ଆଉ କାରେଗୁଟ୍ଟା ଜଂଗଲରେ ସୁରକ୍ଷିତ ନଥିବା ଜାଣିବା ପରେ ଆତ୍ମସମର୍ପଣ କରୁଥିବା କୁହାଯାଉଛି।
ସିପିଆଇର ପଲିଟବ୍ୟୁରୋ ସଦସ୍ୟ ମଲ୍ଲା ରାଜି ରେଡ୍ଡି ଜଣେ ରଣନୀତିଜ୍ଞ, କ୍ୟାଡର ନେତା ଏବଂ ଅନେକ ବଡ଼ ଅପରେସନର ମାଷ୍ଟରମାଇଣ୍ଡ। ରାଜି ରେଡ୍ଡୀ ସାଥେନା, ସାୟନ୍ନା, ମୀସାଲନ୍ନା, ସାଗର, ଆଲୋକ, ଦେଶପାଣ୍ଡେ, ଏସଏନ, ଲକ୍ଷ୍ମଣ, ସଂଗ୍ରାମ ଏବଂ ମୁରଲୀ ଭଳି ଅନେକ ନାଁରେ ଜଣାଶୁଣା। ସେହିପରି ଗତ ୨୦୨୫ରେ ନକ୍ସଲ ସଂଗଠନର ମହାସଚିବ ବାସବରୁଜା ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟରରେ ନିହତ ହୋଇଥିଲେ।
ଏହା ପରେ ଦେବଜୀଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ଏବେ ଦେବଜୀ ଓ ରାଜିରେଡ୍ଡୀ ଆତ୍ମ ସମର୍ପଣ କରିବା ପରେ ମାଓ ସଂଗଠନର ମେରୁଦଣ୍ଡ ଦୁର୍ବଳ ହୋଇଯାଇଛି। ଆତ୍ମସମର୍ପଣ ନେଇ ତେଲେଙ୍ଗାନା ପୁଲିସ କୌଣସି ସ୍ପଷ୍ଟ କରିନଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ଏହି ନେତାମାନଙ୍କୁ ଗଣମାଧ୍ୟମ ନିକଟରେ ଅଣାଯିବ ବୋଲି କୁହାଯାଇଛି।
Army School Receive Bomb Threat: ସେନା ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ, ଖାଲି କରାଗଲା ଆର୍ମି ସ୍କୁଲ

Engineer-Contractor Clash: ପୂର୍ତ୍ତ ବିଭାଗ ଯନ୍ତ୍ରୀ-ଠିକାଦାର ବିବାଦ ଉଗ୍ର, ଭିନ୍ନ ମୋଡ଼ରେ ପହଞ୍ଚିଲା ମାମଲା

El Mencho Killed: ବିଶ୍ବର ସବୁଠୁ ବଡ଼ ନିଶା ମାଫିଆ ଏଲ ମେଞ୍ଚୋକୁ ଏନକାଉଣ୍ଟର, ଧ୍ୱଂସ ହେବ ଡ୍ରଗ୍ସ ବ୍ୟବସାୟ!

Chandra Grahan: ଦୋଳ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ, କେତେବେଳେ ହାଣ୍ଡିଛାଡ଼ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)