/odishatv-khabar/media/media_files/2026/02/23/bomb-threat-2026-02-23-11-46-22.jpg)
Bomb Threat Photograph: (OTV)
ଲଗାତାର କିଛି ମାସ ଧରି ବିଭିନ୍ନ ସ୍କୁଲକୁ ବୋମା ଧମକ ମିଳୁଛି। ଆଜି ମଧ୍ୟ ରାଜଧାନୀ ଦିଲ୍ଲୀର ଦୁଇଟି ସେନା ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଯାହା ପରେ ସ୍କୁଲକୁ ଖାଲି କରି ଯାଞ୍ଚ କରାଯାଉଛି। ପୋଲିସ୍ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ତଦନ୍ତ କରିଛନ୍ତି।
ସୋମବାର ଦିଲ୍ଲୀର ଦୁଇଟି ସ୍କୁଲ , ଧୌଲା କୁଆଁର ଆର୍ମି ପବ୍ଲିକ୍ ସ୍କୁଲ ଏବଂ ଲୋଧି ରୋଡରେ ଥିବା ବାୟୁସେନା ବାଲ ଭାରତୀ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ୍ଣ ଇମେଲ୍ ମିଳିଛି। ପୋଲିସ ଅଧିକାରୀ ଏବଂ ଦିଲ୍ଲୀ ଅଗ୍ନିଶମ ସେବା ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି।
କ୍ୟାମ୍ପସରେ କିଛି ବିସ୍ଫୋରକ ଉପକରଣ ରଖାଯାଇଥିବା ଧମକପୂର୍ଣ୍ଣ ଇମେଲ୍ ପ୍ରଶାସନ ପାଇବା ପରେ ସୋମବାର ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ଆର୍ମି ପବ୍ଲିକ୍ ସ୍କୁଲକୁ ଖାଲି କରାଯାଇଥିଲା।
ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀମାନେ କହିଛନ୍ତି ଯେ ସ୍କୁଲ୍ ଖବର ପାଇବା ପରେ ସକାଳେ କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଥିଲା। ଦିଲ୍ଲୀ ପୋଲିସ ସମେତ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସ୍କୁଲ ପରିସରରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି: "ଆମେ ଇମେଲର ଉତ୍ସ ଯାଞ୍ଚ କରୁଛୁ। ଏପର୍ଯ୍ୟନ୍ତ କିଛି ସନ୍ଦେହଜନକ ମିଳିନାହିଁ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ସ୍କୁଲ ପରିସରରେ ଏକ ପୂର୍ଣ୍ଣ ତଲାସୀ ଅଭିଯାନ ଚାଲିଛି, ସ୍କୁଲକୁ ଖାଲି କରିଦିଆଯାଇଛି।"
ଦିଲ୍ଲୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଟିମ୍, କୁକୁର ସ୍କ୍ୱାର୍ଡ ଏବଂ ଅଗ୍ନିଶମ ବିଭାଗର ଟିମ୍ ଯାଞ୍ଚ ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
Engineer-Contractor Clash: ପୂର୍ତ୍ତ ବିଭାଗ ଯନ୍ତ୍ରୀ-ଠିକାଦାର ବିବାଦ ଉଗ୍ର, ଭିନ୍ନ ମୋଡ଼ରେ ପହଞ୍ଚିଲା ମାମଲା

El Mencho Killed: ବିଶ୍ବର ସବୁଠୁ ବଡ଼ ନିଶା ମାଫିଆ ଏଲ ମେଞ୍ଚୋକୁ ଏନକାଉଣ୍ଟର, ଧ୍ୱଂସ ହେବ ଡ୍ରଗ୍ସ ବ୍ୟବସାୟ!

Chandra Grahan: ଦୋଳ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ, କେତେବେଳେ ହାଣ୍ଡିଛାଡ଼ ?

Budget Session: ଆଜି ବଜେଟ ଅଧିବେଶନର ଷଷ୍ଠ ଦିନ; ସ୍ବାଭାବିକ ହେବ ତ ଗୃହ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)