Advertisment

Rahul Gandhi Appears in Bhiwandi Court: ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି କୋର୍ଟ, RSS ମାନହାନୀ ମାମଲାରେ ହାଜର ହେଲେ

ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି କୋର୍ଟ। ଗତକାଲି ଉତ୍ତର ପ୍ରଦେଶ ସୁଲତାନପୁର କୋର୍ଟରେ ହାଜର ହୋଇଥିଲେ ଆଜି ପୁଣି ମହାରାଷ୍ଟ୍ର ଭିୱାଣ୍ଡି କୋର୍ଟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ।

author-image
Chinmayee Sahoo
Rahul Gandhi

Rahul Gandhi Photograph: (OTV)

ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି କୋର୍ଟ। ଗତକାଲି ଉତ୍ତର ପ୍ରଦେଶ ସୁଲତାନପୁର କୋର୍ଟରେ ହାଜର ହୋଇଥିଲେ ଆଜି ପୁଣି ମହାରାଷ୍ଟ୍ର ଭିୱାଣ୍ଡି କୋର୍ଟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ଗତକାଲି ଅମିତ ଶାହାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ହାଜର ହୋଇଥିବାବେଳେ ଆଜି RSS ମାନହାନୀ ମାମଲାରେ କୋର୍ଟରେ ହାଜର ହୋଇଛନ୍ତି। 

Advertisment

୨୦୧୪ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିଷୟରେ ଏକ ବିବାଦୀୟ ବୟାନ ଦେଇଥିଲେ। ଏନେଇ ଆରଏସଏସ ନେତା ରାଜେଶ କୁଣ୍ଟେ ରାହୁଲଙ୍କ ବିରୋଧରେ ଅଭିଯୋଗ କରି ଭିୱାଣ୍ଡି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ରାହୁଲ ଗାନ୍ଧୀ ତାଙ୍କ ନୂତନ ଜାମିନଦାର ପ୍ରଦାନ କରିବା ପାଇଁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ। 

ସୂଚନା ଅନୁସାରେ ରାହୁଲଙ୍କ ଜାମିନଦାର ଥିବା ଶିବରାଜ ପାଟିଲଙ୍କର ଗତ ବର୍ଷ ଦେହାନ୍ତ ହୋଇଥିଲା। ତେଣୁ ନୂତନ ଜାମିନଦାର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଆଜି କୋର୍ଟରେ ହାଜର ହୋଇ ମହାରାଷ୍ଟ୍ର କଂଗ୍ରେସ କମିଟିର ସଭାପତି ହର୍ଷବର୍ଦ୍ଧନ ସତପାଲଙ୍କୁ ନୂଆ ଜମିନଦାର ଭାବେ ଦାଖଲ କରାଯାଇଛି।

Advertisment
Rahul Gandhi
Advertisment
Related Articles
Advertisment