/odishatv-khabar/media/media_files/2026/02/21/jharsuguda-2026-02-21-12-58-12.jpg)
Jharsuguda Photograph: (OTV)
ଘର ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ସ୍ତ୍ରୀର ମୃତଦେହକୁ ୩ ଦିନ ଧରି ଜଗି ରହିଥିଲା ସ୍ୱାମୀ। ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ସନଯୋବ ଗାଁରେ।
Advertisment
ସୂଚନା ଅନୁଯାୟୀ, ଗାଁର ଗୋବିନ୍ଦ ଭୋଇ ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଭୋଇ ସେହି ଘରେ ରହୁଥିଲେ। ହେଲେ ଗତ କିଛି ଦିନ ଧରି ଭିତରପଟୁ କବାଟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଏହି ଖବର ପାଇ ରୁକ୍ମିଣୀଙ୍କ ଭଉଣୀ ଆସି ରୁକ୍ମିଣୀଙ୍କ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।
ପୋଲିସ ପହଞ୍ଚି ରୁକ୍ମିଣୀଙ୍କ ମୃତଦେହ ସହ ଗୋବିନ୍ଦ ଭୋଇଙ୍କୁ ବେହୋସ ଅବସ୍ଥାରେ ଦେଖିବକୁ ପାଇଥିଲେ। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ପରେ ମେଡିକାଲରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଛି। ରୁକ୍ମିଣୀଙ୍କ ମୃତ୍ୟୁ ୩ ଦିନ ପୂର୍ବରୁ ହୋଇଥିବା ପୋଲିସ ଅନୁମାନ କରିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
Advertisment
Advertisment



Related Articles
Odia Youth’s Body Returns from Saudi Arabia: ମୃତ୍ୟୁର ୯ ଦିନ ପରେ ପହଞ୍ଚିଲା ମରଶରୀର, ସାଉଦିରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ
POSTED

Lingaraj Temple Handivanga Yatra: ୧୧ ବର୍ଷ ପରେ ଆଜି ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ, ପୂର୍ଣ୍ଣ ହେବ ଦେବନୀତି ଦର୍ଶନର ଅପେକ୍ଷା
POSTED

Terror alert in Delhi: ଆତଙ୍କବାଦୀଙ୍କ ନିଶାନାରେ ଦିଲ୍ଲୀ! ବଡ଼ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ହାଇ ଆଲର୍ଟ ଜାରି
POSTED

Rinku Jena Murder Sparks Political Slugfest: ରିଙ୍କୁ ଜେନା ହତ୍ୟା, ପୂର୍ବତନ ବିଧାୟକଙ୍କ ଆରୋପକୁ ଖଣ୍ଡନ କରି ଅଭିଯୁକ୍ତ ସହ ଫଟୋ ଦେଖାଇଲେ ପ୍ରକାଶ ସେଠୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)