Advertisment

Premanand Maharaj: ଭ୍ୟୁଜ୍ ଟଙ୍କା ଦେଇପାରେ, କିନ୍ତୁ ଅପରାଧରୁ ମୁକ୍ତ କରିପାରିବ ନାହିଁ ...ପ୍ରେମାନନ୍ଦ ମହାରାଜଙ୍କ କଡା ଚେତାବନୀ

ଗତ କିଛି ଦିନ ହେଲା ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଭିଡିଓ ଭାଇରାଲ୍ ହେଉଛି। ତେବେ ଏସବୁ ଫେକ୍ ବୋଲି ନିଜେ ମହାରାଜ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନଙ୍କୁ ମହାରାଜ କହିଛନ୍ତି, “ଭ୍ୟୁଜ୍ ବଢାଇବା ଚକ୍କରରେ ଆପଣମାନେ ଏପରି ଅପରାଧ କରୁଛନ୍ତି

author-image
Manas Ranjan Mohanty
Premanand-Maharaj-Health-Update

Premanand-Maharaj-Health-Update Photograph: (OTV)

ଗତ କିଛି ଦିନ ହେଲା ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଭିଡିଓ ଭାଇରାଲ୍ ହେଉଛି। ତେବେ ଏସବୁ ଫେକ୍ ବୋଲି ନିଜେ ମହାରାଜ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନଙ୍କୁ ମହାରାଜ କହିଛନ୍ତି, “ଭ୍ୟୁଜ୍ ବଢାଇବା ଚକ୍କରରେ ଆପଣମାନେ ଏପରି ଅପରାଧ କରୁଛନ୍ତି, ଯେତେବେଳେ ଏହାର ଦଣ୍ଡ ମିଳିବ, ତାହାକୁ ସହ୍ୟ କରିପାରିବେ ନାହିଁ। ଏହା ଭାବନାର ଖେଳ, ଏହାକୁ ନେଇ ଖେଳ ଖେଳିବା ଉଚିତ୍ ନୁହେଁ। 

Advertisment

ସେ ପୁଣି କହିଛନ୍ତି, ଫେକ୍ ଭିଡିଓ ତାଙ୍କୁ ଆଘାତ ଦେଉନାହିଁ, ବରଂ ବିଶ୍ୱାସ ରଖୁଥିବା ଭକ୍ତମାନଙ୍କୁ ଆଘାତ ଦେଉଛି। ସେମାନେ ଏ ବିଷୟରେ ଜାଣିବା ପାଇଁ ଦୂରଦୂରାନ୍ତରୁ ଆଶ୍ରମକୁ ଆସୁଛନ୍ତି। ସତ୍ୟ ପ୍ରକାଶ କରିବା ଉଚିତ। ଯେଉଁମାନେ ମିଥ୍ୟା ଖବର ପ୍ରସାରଣ କରନ୍ତି, ସେମାନେ ଏହାର ପରିଣାମ ଭୋଗ କରିବେ।

ପ୍ରକୃତ କଥା ହେଲା, ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ପଦଯାତ୍ରା ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରହିବା ପରେ, ସୋସିଆଲ୍ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଫେକ୍ ଏବଂ ପୁରୁଣା ଭିଡିଓର ବନ୍ୟା ହୋଇଛି। ଏହା ଦେଖି ତାଙ୍କ ଭକ୍ତମାନେ ଚିନ୍ତାରେ ପଡିଯାଇଛନ୍ତି। ତେବେ ଏହାରି ଭିତରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ଏହି ଚିନ୍ତାକୁ ଦୂରକରିପାରିବ।

Advertisment

ତେବେ ସୋସିଆଲ ମିଡିଆରେ ଏଭଳି ଫେକ୍ ଖବର ପ୍ରସାରଣ କରୁଥିବା ଲୋକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମହାରାଜ। "ଏହି ଖବର ଶୁଣି ହଜାର ହଜାର ଲୋକ ଦୁଃଖି ହୋଇଛନ୍ତି, ଆପଣ ଏହି ଦୁଃଖର କାରଣ। ଆପଣଙ୍କୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି।"

Advertisment
Related Articles
Advertisment