/odishatv-khabar/media/media_files/2025/12/02/sanchar-sathi-2025-12-02-21-52-19.jpg)
SANCHAR-SATHI Photograph: (OTV)
ରାଜନୈତିକ ବିବାଦରେ 'ସଂଚାର ସାଥୀ' । ଅସାମ୍ବିଧାନିକ କହି ଘେରିଲେ ବିରୋଧୀ । ଗୁପ୍ତଚରୀ ଆପ୍ କହି କଂଗ୍ରେସର ସମାଲୋଚନା । ଅପୋଜିସନଙ୍କୁ ସାଇବର ସୁରକ୍ଷା ପାଠ ପଢାଇଲେ ସିନ୍ଧିଆ । ସାଇବର୍ ସୁରକ୍ଷା ଆପ୍ ସଂଚାର ସାଥୀକୁ ନେଇ ବିରୋଧୀଙ୍କ ହଙ୍ଗାମା। ସବୁ ମୋବାଇଲ୍ କମ୍ପାନୀଙ୍କୁ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲ୍ ପାଇଁ ଟେଲିକମ୍ ବିଭାଗର ନିର୍ଦ୍ଦେଶ ପରେ ବଢିଲା ବିବାଦ।
ଗୋପନୀୟତା ଅଧିକାର ଉଲ୍ଲଂଘନ ଅଭିଯୋଗ ଆଣି କେନ୍ଦ୍ର ଉପରେ ବର୍ଷିଛନ୍ତି ବିରୋଧୀ ଦଳ। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏହାକୁ ଗୁପ୍ତଚରୀ ଆପ୍ କହି ସଂଗୀନ ଅଭିଯୋଗ ଉଠାଇଥିବାବେଳେ ରାଜ୍ୟସଭା ସାଂସଦ କେ.ସି. ବେଣୁଗୋପାଳ କହିଛନ୍ତି, ବିଗ୍ ବ୍ରଦର ଆମ ଉପରେ ନଜର ରଖିପାରିବେ ନାହିଁ। ଏହାକୁ ପ୍ରତ୍ୟେକ ଭାରତୀୟଙ୍କ ଉପରେ ନଜର ରଖିବା ପାଇଁ ଡିଜାଇନ୍ କରାଯାଇଛି । ଯାହାର କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ବିରୋଧୀଙ୍କୁ ସାଇବର ସୁରକ୍ଷା ପାଠ ପଢାଇ ସିନ୍ଧିଆ କହିଛନ୍ତି, ସଞ୍ଚାର ସାଥୀ ଆପ୍ ସମ୍ପୂର୍ଣ୍ଣ ରୂପେ ଇଚ୍ଛାଧୀନ। ଏହା କୌଣସି ବାଧ୍ୟତାମୂଳକ କିମ୍ବା ଗୁପ୍ତଚରୀ ନୁହେଁ । ଲୋକେ ଚାହିଁଲେ ମୋବାଇଲରୁ ଆପକୁ ହଟାଇ ପାରିବେ। ବିରୋଧୀ ଦଳ କେବଳ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଏହି ଆପ୍ ମୋବାଇଲ୍ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଲଞ୍ଚ କରାଯାଇଥିବା ସ୍ପଷ୍ଟ କରିଛନ୍ତି ସିନ୍ଧିଆ।
ତେବେ କଣ ଏହି ସଂଚାର ସାଥୀ ? କାହିଁକି ସଂଚାର ସାଥୀକୁ ନେଇ ବିବାଦ ? ସଂଚାର ସାଥୀ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ଏକ ସାଇବର୍ ସୁରକ୍ଷା ଟୁଲ୍। ଯାହା ଗତ ଜାନୁଆରୀ ୧୭ ତାରିଖରେ ଲଞ୍ଚ୍ ହୋଇଥିଲା। ଫୋନର IMEI ନମ୍ବର ବ୍ୟବହାର କରି ତାହାର ସତ୍ୟତା ଯାଞ୍ଚ କରିବାକୁ ଅନୁମତି ଦେଇଥାଏ ଏହି ଆପ୍ । ବିଶେଷକରି ନକଲି IMEI ନମ୍ବର ସ୍କାମ୍, ସାଇବର ଠକେଇ ଓ ଫୋନ୍ ଚୋରି ରୋକିବାରେ ସହାୟକ ହୋଇଥାଏ । IMEI ନମ୍ବର ଚେକ୍ କରି ଚୋରି କିମ୍ବା ହଜିଯାଇଥିବା ଫୋନକୁ ବ୍ଲକ୍ କରିବାର କ୍ଷମତା ରଖିଛି। ଏହି ସାଇବର୍ ଟୁଲ୍ ପୋଲିସକୁ ଡିଭାଇସ୍ ଟ୍ରେସ୍ କରିବାରେ ମଧ୍ୟ ସହାୟ ହୋଇଥାଏ। ରିପୋର୍ଟ ଅନୁସାରେ ୭ ଲକ୍ଷରୁ ଅଧିକ ଚୋରି ଫୋନ୍ ଫେରାଇ ଆଣିବାରେ ସହାୟକ ହୋଇଛି ସଂଚାର ସାଥୀ। ଏହି ଆପକୁ ସବୁ ନୂଆ ଫୋନରେ ପ୍ରି ଇନଷ୍ଟଲ୍ ସହିତ ପୁରୁଣା ଫୋନରେ ସଫ୍ଟୱେର୍ ଅପଡେଟ୍ ଜରିଆରେ ଇନଷ୍ଟଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।...
୯୦ ଦିନ ଭିତରେ ସମସ୍ତ ନୂତନ ଡିଭାଇସରେ ସଞ୍ଚାର ସାଥୀ ଆପ୍ ପ୍ରି-ଇନଷ୍ଟଲ୍ କରିବାକୁ ମୋବାଇଲ୍ କମ୍ପାନୀଙ୍କୁ କୁହାଯାଇଛି। ତେବେ ରାଜନୈତିକ ବିବାଦ ଭିତରେ ସଞ୍ଚାର ସାଥୀକୁ ଆପଲ୍ ତରଫରୁ ବିରୋଧ କରାଯିବ ବୋଲି ସୂଚନା ମିଳିଛି। ନିଜର ସ୍ମାର୍ଟଫୋନରେ ଆପଲ୍ ଏହି ଆପକୁ ପ୍ରିଲୋଡ୍ ନକରିବାକୁ ଯୋଜନା କରୁଛି। ତେବେ ଏନେଇ କମ୍ପାନୀ ତରଫରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନି।.
Example Of Humanity: ପାଖରେ ପଡିଥିଲା ବିଡା ବିଡା ଟଙ୍କା , ମାନବିକତା ଭୁଲିଲେନି ଅଟୋ ଡ୍ରାଇଭର

India Defeats Pakistan: ପାକିସ୍ତାନୀ ଖେଳାଳିଙ୍କ କମେଣ୍ଟର ଜବାବ ମୈଦାନରେ ଦେଲେ

Chennai Metro Passengers: ଟନେଲ୍ ଭିତରେ ଫସେଇ ଦେଲା ମେଟ୍ରୋ ରେଳ , ଶୁଭିଲା ଏମିତି କୋଳାହଳ...ଭିଡିଓ ଭାଇରାଲ

SOP & Guidelines: ଦଶମ, ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର , ଆସିଲା ପ୍ରାକ୍ଟିକାଲ ପରୀକ୍ଷା ଗାଇଡଲାଇନ....

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)