Advertisment

Pakistan’s misinformation blown away: ପାକିସ୍ତାନ ମିଛର ପର୍ଦ୍ଦାଫାସ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଫେଲ ପାଇଲଟ ଶିବାଙ୍ଗୀ ସିଂହ

ଶିବାଙ୍ଗୀ ସିଂହ କିଏ? ପାକିସ୍ତାନର ମିଛ ପୁଣି ଥରେ ସାମ୍ନାକୁ ଆସିଛି। ରାଫେଲ ଲଢ଼ୁଆ ବିମାନର ମହିଳା ପାଇଲଟ ଶିବାଙ୍ଗୀ ସିଂହଙ୍କ ସହ ଆକାଶରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫଟୋ ବି ଶେୟାର କଲେ ।

author-image
Tapan Swain
Shivangi Singh With President

Shivangi Singh With President Photograph: (OTV)

ରାଫେଲ୍ ଉଡ଼ାଇଲେ ଆଉ ପାକିସ୍ତାନକୁ ଦେଲେ ଶକ୍ତ ଚାପୁଡ଼ା। ଭାରତୀୟ ବାୟୁ ବୀରଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଅମ୍ବାଲା ଏୟାରବେସରେ ଭାରତର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ୍ ଉଡ଼ାଇଛନ୍ତି ରାଷ୍ଟ୍ରପତି।  ଆଉ ଏ ସମୟରେ ମିଛୁଆ ପାକିସ୍ତାନର ଗାଲକୁ ଶକ୍ତ ଚାପୁଡ଼ା ମାରିଛନ୍ତି। ଅପରେସନ୍ ସିନ୍ଦୂର ବେଳେ ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ହିଁ ପାକିସ୍ତାନକୁ ଧୂଳି ଚଟାଇଥିଲା। ପାକିସ୍ତାନର ଗୋଟି ଗୋଟି ଷଡ଼ଯନ୍ତ୍ରକୁ ଆକଶରେ ହିଁ ଫୁସ୍ କରିଥିଲା।

Advertisment

ଆଜି ସେଇ ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ରେ ବସି ଆକାଶ ମାର୍ଗରେ ରାଫେଲର ପରାକ୍ରମ ପରଖିଥିଲେ ରାଷ୍ଟ୍ରପତି। ଖାଲି ସେତିକି ନୁହେଁ ଯେଉଁ ମିଛୁଆ ପାକିସ୍ତାନ ଭାରତର ବୀର ସ୍କ୍ବାର୍ଡନ୍ ଲିଡର୍ ଶିବାଙ୍ଗୀ ସିଂଙ୍କୁ ଯୁଦ୍ଧ ବନ୍ଦୀ ରଖିଥିବା ସେତେବେଳେ କହିଥିଲା ତାଙ୍କର ସହ ଫଟୋ ମଧ୍ୟ ସେୟାର କରିଛନ୍ତି। ଏ ଫଟୋ ସାରା ବିଶ୍ବ ଆଗରେ ପାକିସ୍ତାନର ଚେହେରାକୁ ପଦାରେ ପକାଇଛି। 

 ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ କହିଥିବା ମିଛର ପର୍ଦ୍ଦାଫାସ ହୋଇଛି । ପାକିସ୍ତାନ ଭାରତୀୟ ରାଫେଲ୍ ଜେଟ୍ ଖସାଇ ଦେଇଥିବା ଏବଂ ଜଣେ ପାଇଲଟ୍‌ଙ୍କୁ ବନ୍ଦୀ କରିଥିବା ଦାବି କରିଥିଲା। ପାଇଲଟ୍ ଶିବାଙ୍ଗୀ ସିଂହଙ୍କୁ ବନ୍ଦୀ କରାଯାଇଥିବା ନେଇ ସୋସିଆଲ ମିଡିଆରେ ମିଛ ରିପୋର୍ଟ ମଧ୍ୟ ପ୍ରସାରିତ କରିଥିଲା ପାକିସ୍ତାନ ।

ଭାରତ ପକ୍ଷରୁ ସେତେବେଳେ ଏହାକୁ ଭିତ୍ତିହୀନ ବୋଲି କୁହାଯାଇ ତୁରନ୍ତ ଖଣ୍ଡନ କରାଯାଇଥିଲା । ନିକଟରେ ଶିବାଙ୍ଗୀଙ୍କୁ ବାୟୁସେନା ପକ୍ଷରୁ ଚେନ୍ନାଇରେ ସମ୍ୱର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସହ ଶିବାଙ୍ଗୀଙ୍କ ଫଟୋ ପାକିସ୍ତାନକୁ ଏକ ଶକ୍ତ ଚାପୁଡା ସଦୃଶ ହୋଇଛି । କାରଣ ଶିବାଙ୍ଗୀ ଯୁଦ୍ଧ ବନ୍ଦୀ ବୋଲି ପାକିସ୍ତାନ ସେତେବେଳେ କହିଥିଲା ।  

Advertisment

ବୁଧବାର ଦିନ ଅମ୍ବାଲା ଏୟାରବେସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଫେଲ୍ ଫାଇଟର ପାଇଲଟ୍ ଶିବାଙ୍ଗୀ ସିଂହଙ୍କୁ ଦେଖାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଫେଲ୍ ଫାଇଟର ଜେଟରେ ସଫଳତାର ସହ ଉଡାଣ ଭରିଥିଲେ । ସ୍କ୍ୱାଡ୍ରନ୍ ଲିଡର ଶିବାଙ୍ଗୀ ସିଂହ ହେଉଛନ୍ତି ପ୍ରଥମ ମହିଳା ରାଫେଲ୍ ପାଇଲଟ୍। ଫଟୋରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଶିବାଙ୍ଗୀ ସିଂହ ହସୁଥିବା ଦେଖାଯାଉଛନ୍ତି।

ରାଫେଲ୍ ବିମାନର ପ୍ରଥମ ମହିଳା ପାଇଲଟ୍ ଶିବାଙ୍ଗୀ 

ଶିବାଙ୍ଗୀ ସିଂହଙ୍କୁ ଫାଇଟର ପାଇଲଟ୍ ପଦରେ ନିଯୁକ୍ତି ଦିଆଯାଇଥିଲା। ସେ ବହୁ ବର୍ଷ ଧରି ଧରି ବାୟୁସେନାରେ ନିଷ୍ଠାର ସହିତ କାର୍ଯ୍ୟ କରିଛନ୍ତି। ତାଙ୍କ ସ୍ୱାମୀ ମଧ୍ୟ ଜଣେ ଫାଇଟର ପାଇଲଟ୍। ସେ ପ୍ରଥମ ଭାରତୀୟ ମହିଳା ଯିଏକି ଫ୍ରାନ୍ସ ନିର୍ମିତ ସିଙ୍ଗଲ-ସିଟର ରାଫେଲ ଫାଇଟର ଜେଟ୍ ଉଡ଼ାଇଛନ୍ତି। ଏହି ୨୯ ବର୍ଷୀୟ ପାଇଲଟ୍ ୨୦୧୭ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ । ଶିବାଙ୍ଗୀଙ୍କ ଘର ଉତ୍ତରପ୍ରଦେଶର ବାରଣାସୀରେ । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ କରିଥିଲେ। ତାଙ୍କୁ ସୁରକ୍ଷା ଦେବା ପାଇଁ ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହ ମଧ୍ୟ ସେଠାରୁ ଏକ ପୃଥକ ବିମାନରେ ଉଡ଼ାଣ କରିଥିଲେ। ରାଫେଲ ବିମାନରେ ଚଢ଼ିବା ପୂର୍ବରୁ ରାଷ୍ଟ୍ରପତି ଏକ ଜି-ସୁଟ୍ ପିନ୍ଧିଥିଲେ। ସକାଳ ୧୧ଟା୨୭ରେ ଉଡ଼ାଣ ପୂର୍ବରୁ ରାଷ୍ଟ୍ରପତି ବିମାନ ଭିତରୁ ହାତ ହଲାଇଥିଲେ। ଏୟାରବେସରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଇଥିଲା।

ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ ୮ ଏପ୍ରିଲ୍, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନରେ ମଧ୍ୟ ଉଡାଣ କରିଥିଲେ ।  ଏପରି କରିବାରେ ସେ ତୃତୀୟ ରାଷ୍ଟ୍ରପତି । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ଯଥାକ୍ରମେ ୮ ଜୁନ୍ ୨୦୦୬ ଏବଂ ୨୫ ନଭେମ୍ବର ୨୦୦୯ରେ ପୁଣେ ନିକଟସ୍ଥ ଲୋହେଗାଓଁ ବାୟୁସେନା ଷ୍ଟେସନରୁ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଉଡ଼ାଇଥିଲେ।

ଫରାସୀ ମହାକାଶ କମ୍ପାନୀ ଡାସଲ୍ଟ ଆଭିଏସନ୍ ଦ୍ୱାରା ନିର୍ମିତ ରାଫେଲ୍ ଯୁଦ୍ଧ ବିମାନଗୁଡ଼ିକୁ ସେପ୍ଟେମ୍ବର ୨୦୨୦ ରେ ଅମ୍ବାଲା ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ପ୍ରଥମ ପାଞ୍ଚଟି ରାଫେଲ୍ ଜେଟ୍ ସପ୍ତଦଶ ସ୍କ୍ୱାଡ୍ରନ୍, ଗୋଲ୍ଡେନ୍ ଆରୋଜ୍ ରେ ସାମିଲ କରାଯାଇଥିଲା। ଏହି ଯୁଦ୍ଧ ବିମାନଗୁଡ଼ିକ ୨୭ ଜୁଲାଇ, ୨୦୨୦ ରେ ଫ୍ରାନ୍ସରୁ ଅଣାଯାଇଥିଲା। 

President Droupadi Murmu Shivangi Singh
Advertisment
Related Articles
Advertisment