Advertisment

Don Brothers’ Drug Empire: ଧରାପଡ଼ିଲେ ଡନ ବ୍ରଦର୍ସ; ଚଳାଉଥିଲେ ବ୍ରାଉନ ସୁଗାର ସିଣ୍ଡିକେଟ୍

ପୋଲିସ୍ ହାତରେ ଧରାପଡ଼ିଲେ ଡନ ବ୍ରଦର୍ସ। ଚଳାଉଥିଲେ ବ୍ରାଉନ ସୁଗାର ସିଣ୍ଡିକେଟ୍। ସାରା ରାଜ୍ୟରେ ମେଲାଇଥିଲେ ଚେର ।

author-image
Chinmayee Sahoo
Jagatsinghpur

Jagatsinghpur Photograph: (OTV)

ଜଗତସିଂହପୁର ପୋଲିସ ହାତରେ ବ୍ରାଉନ ସୁଗାର ସିଣ୍ଡିକେଟ ଚଳାଉଥିବା ଡ଼ନ ବ୍ରଦର୍ସ। ସଦର ଥାନା ଓହଳ ଗ୍ରାମର ଭିକି ଓରଫ ସୌମ୍ୟାଜିତ ପରିଜା ଓ ଜାକି ଓରଫ ସ୍ବପ୍ନଜିତ ପରିଜା ସମେତ ୬ଜଣଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ରାଉନ ସୁଗାର ବ୍ୟବସାୟର ସିଣ୍ଡିକେଟ ଚଳାଉଥିଲେ ଡ଼ନ ବ୍ରଦର୍ସ। 
ସେମାନଙ୍କ ସହ ଓହଳ ଗ୍ରାମର ତୁଷାର ରଞ୍ଜନ ଦାସ, ଆଭିଜାତ୍ୟ ସାହୁ, ରଞ୍ଜନ କୁମାର ଗୋଛାୟତ ଓ କୋକିଢି଼ଅ ଗ୍ରାମର ରଞ୍ଜିତ ଦାସ ମଧ୍ୟ ସାମିଲ ଥିଲେ। ସମସ୍ତ ଅଭିଯୁକ୍ତ ମାନେ ସ୍ଥାନୀୟ ମଙ୍ଗଳପୁର ଠାରେ ଥିବା ବେଳେ ଖବର ପାଇ ପୋଲିସ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଥିଲା ବେଳେ ଜଣେ ଫେରାର ହୋଇ ଯାଇଛନ୍ତି।
ପୋଲିସ ସେମାନଙ୍କ ଠାରୁ ୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏକ ବାଇକ ଓ ୩ ଟି ମୋବାଇଲ ଜବତ କରିଛି। ଜବତ ବ୍ରାଉନ ସୁଗାର ମୂଲ୍ୟ ୭ ଲକ୍ଷରୁ ଉର୍ଦ୍ଧ୍ବ ହେବ। ଏମାନେ ମୁର୍ସିଦାବାଦରୁ ବ୍ରାଉନ ସୁଗାର କିଣି ସାରା ଜିଲାରେ ବ୍ୟବସାୟ କରୁଥିଲେ। ଡ଼ନ ବ୍ରଦର୍ସର ମୁଖ୍ୟ ଭିକି ପୂର୍ବରୁ ଏସଟିଏଫ ହାତରେ ଭୁବନେଶ୍ୱରରୁ ଗିରଫ ହୋଇଥିବା ବେଳେ ତାଙ୍କ ଠାରୁ ୩ କେଜି ବ୍ରାଉନ ସୁଗାର ଓ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିଲା। ଏବେ ସିଏ ୫ ସାଥୀଙ୍କ ସହ ପୁଣି ପୋଲିସ ଜାଲରେ ପଡ଼ିଛି ।

Advertisment

ଅଧିକ ଦେଖନ୍ତୁ: 

Brown Sugar Racket
Advertisment
Related Articles
Advertisment