/odishatv-khabar/media/media_files/2025/11/20/nitish-kumar-2025-11-20-13-48-01.jpg)
Nitish Kumar Photograph: (OTV)
ବିହାରରେ ପୁଣି ନୀତୀଶ ରାଜ। ବିହାରରେ ଆଜିଠୁ ଆରମ୍ଭ ହେଲା ନୀତୀଶ ୧୦.୦। ଆଜି ୧୦ମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ସମାରୋହ ନୀତୀଶ ଓ ବିହାର ନୂଆ ମନ୍ତ୍ରୀ ମଣ୍ଡଳର ଅନ୍ୟ ୨୬ ଜଣ ସଦସ୍ୟଙ୍କୁ ପଦ ଓ ଗୋପନୀୟତରା ଶପଥ ପାଠ କରାଯାଇଥିଲେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍।
ନୀତିଶଙ୍କ ମନ୍ତ୍ରୀ ମଣ୍ଡଳରେ ବିଜେପିର ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ବିଜେପିରୁ ୧୪, ଜେଡିୟୁରୁ ୮, ଏଲଜେପିରୁ ୨, ହାମରୁ ଓ ଆରଏଲଏମରୁ ଜଣେ ଲେଖାଏଁ ସଦସ୍ୟ ସ୍ଥାନ ପାଇଛନ୍ତି।
ଆଜିର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ।
ଏଥର ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ଦଳ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ୨୪୩ ଆସନରୁ ବିଜେପିକୁ ୮୯, ଜେଡିୟୁକୁ ୮୫, ଏଲଜେପି ଆରଭିକୁ ୧୯, ହାମକୁ ୫ ଏବଂ ଆରଏଲଏମକୁ ୪ଟି ଆସନ ମିଳିଥିଲା।ଏଥର ନିର୍ବାଚନରେ ଅଧିକ ଆସନ ପାଇ ବିଜେପି ବଡ଼ ଭାଇ ଆସନକୁ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଜେଡିୟୁ ଦେବାକୁ ସହଯୋଗୀ ଦଳ ମଧ୍ୟରେ ନିଷ୍ପତ୍ତି ହୋଇଥିଲା।
ମଙ୍ଗଲ ପାଣ୍ଡେ, ଦିଲ୍ଲୀପ ଜୟଶ୍ବାଲ, ନୀତୀନ ନବୀନ, ରାମ କୃପାଳ ଯାଦବ, ସଂଜୟ ସିଂ ଟାଇଗର, ଅରୁଣ ଶଙ୍କର ପ୍ରସାଦ, ସୁରେନ୍ଦ୍ର ମେହଟ୍ଟା, ନାରାୟଣ ପ୍ରସାଦ, ରମା ନିଷାଦ, ସୁଶ୍ରୀ ଶ୍ରେୟସି ସିଂ, ଲକ୍ଷେନ୍ଦ୍ର ପାଶ୍ବାନ ପ୍ରମୁଖ ଶପଥ ନେଇଛନ୍ତି।
Massive Police Operation: ଅପରେସନ ବେଆଇନ ବାଂଲାଦେଶୀ: ଚାଲିଛି ଜୋରଦାର ଚଢ଼ାଉ

Driving License Apply Process: ଏଥର ଘରେ ବସି ହେବ DL, ଯିବାକୁ ପଡିବ ନାହିଁ RTO: ଜାଣନ୍ତୁ କେମିତି କରିବେ

New Aadhaar Design: ଆଧାର କାର୍ଡ ହେବ ପରିବର୍ତ୍ତନ: ରହିବ ନାହିଁ ନାଁ, ଠିକଣା କି ଆଧାର ନମ୍ବର

Jay Dholakia's Oath Ceremony: ଆଜି ଶପଥ ନେବେ ନୂଆପଡ଼ା ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)