/odishatv-khabar/media/media_files/2026/01/22/manipur-2026-01-22-17-32-09.jpg)
Manipur Photograph: (OTV)
ରାକ୍ଷସ ପାଲଟିଲା ମଣିଷ । ମଣିପୁରରେ ପୁଣି ସୀମା ଟପିଲା ବର୍ବରତା । ଇତିହାସର ଲଜ୍ଜାଠୁ ଆହୁରି ଲୋମ ଟାଙ୍କୁରା । କାକୁତିମିନତି ହେଉଥିଲେ ଯୁବକ, ଗୁଳି ମାରିଦେଲା ଅମଣିଷ । ମଣିଷ ରୂପି ରାକ୍ଷସଙ୍କ ବୀଭତ୍ସ ଓ ବର୍ବରତାର ପୂରା କାହାଣୀ କ୍ୟାମେରାରେ କଏଦ ହୋଇଛି ।
ହେଲେ ଆମେ ଆପଣଙ୍କୁ ଭିଡିଓ ଦେଖାଇବାକୁ ଅସମର୍ଥ । କାରଣ ଅମୂଲ୍ୟ ଜୀବନଟିଏ ଛଟପଟ ହୋଇ ଚାଲିଯାଉଛି । ମଣିପୁରର ଏ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ । ଜଣେ ବ୍ୟକ୍ତିଙ୍କୁ ଅପହରଣ ପରେ ତାଙ୍କୁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା କରାଯାଇଛି ।
ପୂର୍ବରୁ ମଣିପୁରରେ ଜାତିଗତ ହିଂସାକୁ ନେଇ ସବୁବେଳେ ବିବାଦ ଲାଗି ରହିଆସିଛି । ଏମିତି ଅନେକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏବେ ଚୁରାଚାନ୍ଦପୁର ଜିଲ୍ଲାରେ ମୈତେଇ ସମ୍ପ୍ରଦାୟର ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ କିଛି ଅଜଣା ଲୋକ ଅପହରଣ କରିନେଇଥିଲେ ।
ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜୀବନ ଯିବା ପୂର୍ବରୁ ବ୍ୟକ୍ତି ଜଣକ ତାଙ୍କୁ ନମାରିବାକୁ ନିବେଦନ କରିଥିଲେ । ହେଲେ ଅପହରଣକାରୀ ମାନେ ତାଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣା ଏବେ ଭାଇରାଲ ହେବା ପରେ ପୋଲିସକୁ ତଦନ୍ତ ଆରମ୍ଭ କରିଛି ।
ଗତ ବୁଧବାର ବିଳମ୍ବିତ ରାତିରେ ଏହି ମର୍ଡର ହୋଇଛି । ଭାଇରାଲ ହେଉଥିବା ଭିଡିଓକୁ ଆଧାର କରି ପୋଲିସ ତଦନ୍ତ କରୁଛି । ମୃତ ବ୍ୟକ୍ତିଙ୍କ ନାଁ ମାୟାଙ୍ଗଲାମ୍ବମ୍ ଋଷିକାନ୍ତ । ତାଙ୍କ ବୟସ ୩୮, ସେ କାକଚିଂ ଜିଲ୍ଲାର ବାସିନ୍ଦା ବୋଲି ପୋଲିସ କହିଛି । ଋଷିକାନ୍ତ ଚୁରାଚାନ୍ଦପୁରର ଜଣେ କୁକି ମହିଳାଙ୍କୁ ବିବାହ କରିଥିଲେ । ତେଣୁ ସେ ଚାକିରିରୁ ଛୁଟି ନେଇ ନେପାଳରୁ ଚୁରାଚାନ୍ଦପୁର ଫେରିଥିଲେ ।
ବୁଧବାର ରାତି ସାଢ଼େ ୧୦ଟା ବେଳେ ଋଷିକାନ୍ତଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିଥଇଲେ । ପରେ ତାଙ୍କୁ ହତ୍ୟା କରାଯାଇଥିବା ବୋଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ଅପହରଣକାରୀମାନେ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମିର ସଦସ୍ୟ ବୋଲି ସନ୍ଦେହ କରାଯାଉଛି । ହେବେ ଏହି ହତ୍ୟା ଘଟଣା ଉପରୁ ପରଦା ହଟିନାହିଁ ।
Celebrity Spat: ଅଭିନେତା ପୀୟୂଷଙ୍କୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା, ସେ ହେଉଛି ସାଇଲେଣ୍ଟ ଆକ୍ଟର

Traffic Violations: ୫ ଥର ଚାଲାଣ କଟିଲେ ଡିଏଲ୍ ବାତିଲ୍, ୩ ମାସ ପାଇଁ ଗାଡ଼ି ଚଲାଇବା ମନା

Arabind vs BJD: ବିଜେଡିକୁ ଖୋଲା ଚାଲେଞ୍ଜ କଲେ ଅରବିନ୍ଦ, କହିଲେ ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସ

Water Scarcity Triggers Public Outrage: ପାଣି ପାଇଁ ଲୋକଙ୍କ ରାସ୍ତାରୋକ, ବୁଝାସୁଝା ପାଇଁ ଆସିଥିବା ଜେଇଙ୍କୁ ଅଟକ ରଖିଛନ୍ତି ଲୋକେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)