Advertisment

Black Pagoda Opens Its Doors: ସୂର୍ଯ୍ୟ ମନ୍ଦିର ଭିତରକୁ ଯାଇପାରିବେ ପର୍ଯ୍ୟଟକ, ଦେଖିପାରିବେ ବ୍ଲାକ୍ ପାଗୋଡ଼ା ଭିତର କାରୁକାର୍ଯ୍ୟ

ବ୍ଲାକ୍ ପାଗୋଡ଼ାକୁ ନେଇ ବଢୁଛି ଉତ୍କଣ୍ଠା। କାହିଁକିନା ଦୀର୍ଘ ୧୨୨ ବର୍ଷ ପରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ପୋତାଯାଇଥିବା ବାଲିକୁ ବାହାର କରିବାକୁ ଅଣ୍ଟା ଭିଡିଛି ଏଏସ୍ଆଇ। ଗର୍ଭଗୃହରୁ ସମସ୍ତ ବାଲିକୁ କାଢିବା ସହିତ ଏହାକୁ ସଂରକ୍ଷିତ କରି ରଖାଯିବ।

author-image
Tapan Swain
Konark

Konark Photograph: (OTV)

ବ୍ଲାକ୍ ପାଗୋଡ଼ାକୁ ନେଇ ବଢୁଛି ଉତ୍କଣ୍ଠା। କାହିଁକିନା ଦୀର୍ଘ ୧୨୨ ବର୍ଷ ପରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ପୋତାଯାଇଥିବା ବାଲିକୁ ବାହାର କରିବାକୁ ଅଣ୍ଟା ଭିଡିଛି ଏଏସ୍ଆଇ। ଗର୍ଭଗୃହରୁ ସମସ୍ତ ବାଲିକୁ କାଢିବା ସହିତ ଏହାକୁ ସଂରକ୍ଷିତ କରି ରଖାଯିବ। ୟା ଭିତରେ ଗର୍ଭଗୃହ କାନ୍ଥ ଫୁଟେଇ ଭିତରେ ଥିବା ବାଲି ପର୍ଯ୍ୟନ୍ତ ଖନନ କାମ ପହଞ୍ଚିି ସାରିଛି। ଗର୍ଭଗୃହ କାନ୍ଥର ଚଉଡା ଆଠ ମିଟର ଥିବାରୁ ମନ୍ଦିର ପ୍ରତି କିଛି ବିପଦ ନଥିବା ଏଏସଆଇ ସ୍ପଷ୍ଟ କରିଛି।...

Advertisment

ଗର୍ଭଗୃହ ବୁଲିବାର ସୁଯୋଗ ବି ପାଇ ପାରିବେ ।  ଅସମ୍ଭବକୁ ସମ୍ଭବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ । ସୂର୍ଯ୍ୟମନ୍ଦିର ଗର୍ଭଗୃହକୁ ବାଲିମୁକ୍ତ କରିବାର ପ୍ରକ୍ରିୟା ଭିତରେ ଏମିତି କିଛି ବଡ଼ ସମ୍ଭାବନା ଆଡ଼କୁ ସଂକେତ ଦେଇଛି ୟୁନେସ୍କୋ। ଏଭିତରେ ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଗର୍ଭଗୃହର ଡାହଣ ପାର୍ଶ୍ବରେ କୋର୍ ଡ୍ରିଲ କାର୍ଯ୍ୟ ଆରମ୍ଭ ହୋଇଛି। ୧୬ ସେଣ୍ଟିମିଟର ଗୋଲେଇରେ ନଅ ମିଟର ଲମ୍ବର ବଡ଼ ଛିଦ୍ର ଖୋଳା ଯାଇଛି। ଯାହା ଗର୍ଭଗୃହରେ ଥିବା ବାଲିକୁ ଛୁଇଁଛି।

ଏଏସ୍ଆଇ ଅଧୀକ୍ଷକଙ୍କ ସୂଚନା ଅନୁସାରେ ଏହି ଖନନରୁ ଗର୍ଭଗୃହ କାନ୍ଥର ଚଉଡ଼ା ୮ ମିଟର ଥିବା ଜଣାପଡ଼ିଛି। ତେଣୁ ଏତେ ଚଉଡ଼ାର କାନ୍ଥ ଥିବାରୁ ମନ୍ଦିର ଭୁଶୁଡ଼ିବାର ଆଶଙ୍କା ନଥିବା ସେ ସ୍ପଷ୍ଟ କରି କିପରି ସୁରକ୍ଷିତ ଭାବରେ ବାଲି ବାହାର କରାଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।... 

Advertisment

ମନ୍ଦିର ଭୁଶୁଡ଼ିବାର ଆଶଙ୍କା ନଥିବା ସ୍ପଷ୍ଟ

ତେବେ ବ୍ଲାକ୍ ପାଗୋଡ଼ାରେ କିଏ କାହିଁକି ଭରିଥିଲା ବାଲି ? ଗର୍ଭଗୃହକୁ କିଛି ବିପଦ ଥିଲା କି ? ଯଦି ଥିଲା ତେବେ ମରାମତି ନକରି ବାଲି କାହିଁକି ରଖାଗଲା ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଥିବା ବେଳେ କୁହାଯାଉଛି ଭଗ୍ନ ମନ୍ଦିରର ସୁରକ୍ଷା ପାଇଁ ଏଭଳି କରାଯାଇଥିଲା। ମନ୍ଦିର ଗର୍ଭଗୃହ ଛାତରୁ ପଥର ଖଣ୍ଡ ଝୁଲନ୍ତ ଅବସ୍ଥାରେ ଥିବା ଦେଖି କାଳେ ଭୁଶୁଡ଼ି ପଡ଼ିବ ସେଥିପାଇଁ ଏଭଳି ପଦକ୍ଷେପ ନେଇଥିଲେ ଇଂରେଜ ସରକାର।

୧୯୦୩ ମସିହାରେ ଆରମ୍ଭ ହୋଇଥିଲା ବାଲି ଭର୍ତ୍ତି ପ୍ରକ୍ରିୟା ଯାହା ୬ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଏଥିପାଇଁ ମନ୍ଦିର ଗର୍ଭଗୃହର କାନ୍ଥକୁ ଛାଡ଼ି ଭିତର ପଟେ ଚତୁଃପାର୍ଶ୍ବରେ ୧୫ ଫୁଟ ଉଚ୍ଚତାରେ ଆଉ ଏକ ପଥର କାନ୍ଥ ନିର୍ମାଣ କରିଥିଲେ। ଆଉ ଏହାରି ଭିତରେ ହିଁ ବାଲି ଓ ପଥର ଖଣ୍ଡ ଭର୍ତ୍ତି କରି ପୂରା ଗର୍ଭ ଗୃହକୁ ବନ୍ଦ କରି ଦିଆଯାଇଥିଲା।...

ଦୀର୍ଘ ୧୨୨ ବର୍ଷ ପରେ ଆରମ୍ଭ ହୋଇଥିବା ଏ ବାଲିକଢ଼ା ପ୍ରକ୍ରିୟା କେବେ ଏବଂ କେତେ ସଫଳତାର ସହ ସରୁଛି? ବାଲିକଢ଼ା ସରିବା ପରେ ବାସ୍ତବରେ ଗର୍ଭମନ୍ଦିରର ଭିତର ପାର୍ଶ୍ବ କିଭଳି ସ୍ଥିତିରେ ରହିଛି? ଭିତର ପାର୍ଶ୍ବ ଛାତରୁ ଝୁଲନ୍ତା ଅବସ୍ଥାରେ ଥିବା ପଥରଖଣ୍ଡ ସବୁକୁ କିଭଳି ସ୍ଥାୟୀ ସପୋର୍ଟ ଦିଆଯାଇ ପାରୁଛି ଏବେ ତା ଉପରେ ନଜର।..

Konark Buried In Sand
Advertisment
Related Articles
Advertisment