Advertisment

Unsolved Mystery: ରାଜାଙ୍କ ରକ୍ତରେ ଖେଳିଲେ ହୋଲି, ଆଜି ବି ରହସ୍ୟ ଘେରରେ

ଯୋଧପୁରର ରାଜକୀୟ ଇତିହାସର ଏକ ରକ୍ତାକ୍ତ ଫର୍ଦ୍ଦ ଆଜି ବି ରହସ୍ୟଜନକ। ଏହି ପରିବାରର ଏମିତି କିଛି କାହାଣୀ ରହିଛି, ଯାହାକି ଆଜିବି ରହସ୍ୟମୟ ହୋଇ ରହିଛି। ସେମିତି ଗୋଟିଏ ରହସ୍ୟମୟ କାହାଣୀ ହେଉଛି ରାଓ ରାଜା ହୁକମ ସିଂହଙ୍କର

author-image
Puspanjali Panda
unsloved

unsloved Photograph: (OTV)

ଯୋଧପୁରର ରାଜକୀୟ ଇତିହାସର ଏକ ରକ୍ତାକ୍ତ ଫର୍ଦ୍ଦ ଆଜି ବି ରହସ୍ୟଜନକ। ଏହି ପରିବାରର ଏମିତି କିଛି କାହାଣୀ ରହିଛି, ଯାହାକି ଆଜିବି ରହସ୍ୟମୟ ହୋଇ ରହିଛି। ସେମିତି ଗୋଟିଏ ରହସ୍ୟମୟ କାହାଣୀ ହେଉଛି ରାଓ ରାଜା ହୁକମ ସିଂହଙ୍କର। ସେ ଟୁଟୁ ବାନ୍ନା ଭାବରେ ମଧ୍ୟ ପରିଚିତ। ତାଙ୍କ ମୃତ୍ୟୁ ୪୪ ବର୍ଷ ପରେ ବି ଅନ୍ଧାର ଭିତରେ। ଆଜକୁ ଚାରି ଦଶନ୍ଧି ତଳେ ତାଙ୍କୁ ହତ୍ୟା କରାଯାଇଥିଲା। ୧୯୮୧ ଏପ୍ରିଲ୍ ୧୭ରେ ତାଙ୍କୁ ହତ୍ୟା କରାଯାଇଥିଲା। ଏବେ ବି ରାଜାଙ୍କ ହତ୍ୟାର ପ୍ରକୃତ ରହସ୍ୟ ରାଜ ନଅର ବାହାରକୁ ଡେଇଁପାରିଲା ନାହିଁ।
 

Advertisment

ଯେବେ ପିତା ମାତାଙ୍କ ମୃତ୍ୟୁ ହୁଏ…

୧୯୫୧ ମସିହା। ଯୋଧପୁରର ମହାରାଜା ହନୱନ୍ତ ସିଂହ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ଜୁବେଇଦାଙ୍କ ଔରସରୁ ଜନ୍ମ ନିଅନ୍ତି ଜଣେ ଶିଶୁ ପୁତ୍ର। ଆଉ ସେ ଶିଶୁ ପୁତ୍ର ପରବର୍ତ୍ତି ସମୟରେ ହୁଅନ୍ତି ରାଓ ରାଜା ହୁକୁମ ସିଂହ। ୧୯୫୨ ମସିହାରେ ରାଜା ହୁକୁମଙ୍କ ବୟସ ମାତ୍ର ଏକ ବର୍ଷ ହୋଇଥାଏ। ଏକ ବିମାନ ଦୁର୍ଘଟଣାରେ ତାଙ୍କ ପିତାମାତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପିତାମାତାଙ୍କ ମୃତ୍ୟୁ ପରେ ରାଜା ହୁକୁମଙ୍କୁ ତାଙ୍କ ସାବତ ମା ରାଜମାତା କୃଷ୍ଣା ଦେବୀ ଏବଂ ସାବତ ଭାଇ ମହାରାଜା ଗଜ ସିଂହ ଦ୍ୱିତୀୟ ଲାଳନପାଳନ କରିଥିଲେ।
 

ସ୍ପଷ୍ଟବାଦୀ ରାଓ ରାଜା ହୁକୁମ ସିଂହ

ରାଜା ହୁକୁମ ଜଣେ ଅତ୍ୟନ୍ତ ଆକର୍ଷଣୀୟ ଓ ସ୍ପଷ୍ଟବାଦୀ ବ୍ୟକ୍ତିତ୍ବ ଥିଲେ। ସେ ସ୍ବଭାବରେ ଅସ୍ଥିର ଥିଲେ। ସବୁଠାରୁ ବଡ଼ କଥା ହେଲେ ସେ ରାଜ ନଅରଠାରୁ ଆରମ୍ଭ କରି ବାହାର ବ୍ୟବସାୟୀ ଯାଏ ସମସ୍ତଙ୍କୁ ନିଜର କରିନେଉଥିଲେ। ସହଜରେ ସମସ୍ତଙ୍କ ସହିତ ମିଶିଯାଉଥିବା ଚରିତ୍ର ଥିଲେ ରାଜା।  
 

Advertisment

କଂଗ୍ରେସରେ ମିଶିବା ପରେ ବିଦ୍ରୋହ

ଏକଦା ରାଜା ତାଙ୍କ ପରିବାରର ରାଜନୈତିକ ମତକୁ ଏଡ଼ାଇ ଯୁବ କଂଗ୍ରେସରେ ମିଶିଥିଲେ। ଏ ପ୍ରକାର ନିଷ୍ପତ୍ତି ରାଜପ୍ରାସାଦରେ ହଟଚମଟ ସୃଷ୍ଟି କରିଥିଲା। ରାଜପ୍ରାସାଦରେ ଥାଇ ସେ ଏକ ପ୍ରକାର ବିଦ୍ରୋହ କରିବା ଆରମ୍ଭ କରିଥିଲେ। ଅନେକ ସମୟରେ ନିଜର ସମ୍ପତ୍ତି, ଅଳଙ୍କାର ଏବଂ ଉତ୍ତରାଧିକାରରୁ ନିଜର ଭାଗ ଦାବି କରୁଥିଲେ। ଏଭଳି ଦାବି ବାରମ୍ବାର କରିବା ଦ୍ବାରା ରାଜପରିବାର ଭିତରେ ଫାଟ ବଢ଼ିଥିଲା। ଗୋଟିଏ ପଟେ ରାଜ ପ୍ରାସାଦରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତାଙ୍କୁ ଏହି ସମୟରେ ରାଜେଶ୍ୱରୀ ଦେବୀଙ୍କ ସହିତ ବିବାହ କରାଯାଇଥିଲା। ବିବାହ ପରେ ରାଜାଙ୍କ ମନ ଭିତରେ ଥିବା କ୍ରୋଧ ଶାନ୍ତ ହେବାର ଆଶା କରାଯାଇଥିଲା। କିନ୍ତୁ ବିବାହ ପରେ ସେଭଳି କିଛି ସୁଫଳ ମିଳିଲା ନାହିଁ।
 
 

ରାଜାଙ୍କୁ ଖଣ୍ଡାରେ ହାଣିଲେ?
 

୧୯୮୧ ଏପ୍ରିଲ୍ ୧୭। ସେଦିନ ଅନ୍ଧାର ରାତିରେ ହୁକୁମ ସିଂହଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ସରକାରୀ ଭାବେ ଏହି ହତ୍ୟାକାଣ୍ଡକୁ ଭିନ୍ନ ଢଙ୍ଗରେ ବର୍ଣ୍ଣନା କରାଯାଇଥିଲା। ହୁକୁମ ସିଂହ ସେହି ଦିନ ପ୍ରଚୁର ପିଇଥିଲେ। ତାଙ୍କର ଚାରି ଜଣ ମଦ୍ୟପ ବନ୍ଧୁଙ୍କ ସହିତ ପାଟିତୁଣ୍ଡ ହେବାରୁ ସେମାନେ ଖଣ୍ଡାରେ ରାଜାଙ୍କୁ ହତ୍ୟା କରିଥିଲେ। ଏ ପ୍ରକାର କାହାଣୀ ସାକ୍ଷୀଙ୍କ ବୟାନ ଆଧାରରେ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ତଦନ୍ତକାରୀ ଅଧିକାରୀଙ୍କୁ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ତାଙ୍କ ସ୍ୱାମୀ ତଥା ରାଜା ମୃତ୍ୟୁର ଗୋଟିଏ ବର୍ଷ ପୂର୍ବରୁ ମଦ ପିଇବା ଛାଡ଼ି ଦେଇଥିଲେ। ତେବେ ରାଜା ନିଶାସକ୍ତ ଅବସ୍ଥାରେ ଥିବା ବେଳେ ପାଟିତୁଣ୍ଡ ହେଇ ହତ୍ୟା ହେବା ଘଟଣାକୁ ନେଇ ରହସ୍ୟ ସୃଷ୍ଟି ହୋଇଥିଲା।
 

ଏ କାହାଣୀ ପଛରେ କିଏ?

ରାଜାଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଦ୍ୱିତୀୟ ଥର ଏକ କାହାଣୀ ବି ସାମନାକୁ ଆସିଥିଲା। ହୁକୁମ ସିଂହ ତାଙ୍କ ଘର ରାଇ କା ବାଗର ବଗିଚାରେ ଏକ ଖଟିଆରେ ଶୋଇଥିଲେ। ଏହି ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଘଟଣା ସ୍ଥଳରେ ତାଙ୍କ ଖଟିଆ ଭଙ୍ଗା ଅବସ୍ଥାରେ ପଡ଼ିଥିବା ବେଳେ ହାତ ଘଣ୍ଟା ମଧ୍ୟ ଭାଙ୍ଗି ତଳେ ପଡ଼ିଥିଲା। ଏ କାହାଣୀକୁ ମଧ୍ୟ ଗୋଟିଏ ସମୟରେ ବିଶ୍ବାସ କରାଯାଉନଥିଲା।
 

ହତ୍ୟାକାଣ୍ଡକୁ ନେଇ ଶେଷ କାହାଣୀ

ରାଜାଙ୍କ ହତ୍ୟା ଘଟଣା ସମ୍ପର୍କରେ ତୃତୀୟ ଥର ଆଉ ଏକ କାହାଣୀ ମଧ୍ୟ ସାମନାକୁ ଆସିଥିଲା। ଚଳଚ୍ଚିତ୍ର ନିର୍ମାତା ଇସମାଇଲ୍ ମର୍ଚାଣ୍ଟ ତାଙ୍କ ଆତ୍ମଜୀବନୀ "ମାଇଁ ପାସେଜ୍ ଫ୍ରମ୍ ଇଣ୍ଡିଆ" ରେ ଦାବି କରିଛନ୍ତି ଯେ ସେ ଏବଂ ତାଙ୍କ ସାବତ ଭାଇ ମହାରାଜା ଗଜ ସିଂହ ଉମେଦ ଭବନ ପ୍ୟାଲେସରେ ଏକ ରାତ୍ରୀଭୋଜନରେ ଯୋଗ ଦେଉଥିଲେ। ଏହି ସମୟରେ ହୁକୁମ୍ ସିଂହ ହଠାତ୍ ଏକ ଖଣ୍ଡା ଧରି ସେଠାରେ ପହଞ୍ଚିଲେ। ଇଏ ସେହି ସ୍ଥାନ ଥିଲା ଯେଉଁଠାରେ ରାଜାଙ୍କୁ ହତ୍ୟା କରାଯାଇଥିଲା।
 

ତେବେ ରାଜାଙ୍କ ରକ୍ତରେ ହୋଲି ଖେଳିଲା କିଏ?

ହୁକୁମ ସିଂହଙ୍କ ହତ୍ୟା ପରେ ଗୁମାନ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ମାମଲା ଆଉ ଆଗକୁ ବଢ଼ିପାରିଲା ନାହିଁ। ଗୋଟିଏ ବର୍ଷ ମଧ୍ୟରେ ଗୁମାନ ସିଂହ ନିଖୋଜ ହୋଇଗଲେ। ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ମିଳିଲା ନାହିଁ। ମାମଲାଟି ବନ୍ଦ ହୋଇଗଲା। କିନ୍ତୁ ଆଜି ପର୍ଯ୍ୟନ୍ତ ରାଜା ହୁକୁମଙ୍କ ହତ୍ୟାର ରହସ୍ୟ ଏକ କଳା ଫର୍ଦ୍ଦ ହେଇ ରହିଗଲା। 

Advertisment
Related Articles
Advertisment