Advertisment

Millet Mission: ମାଣ୍ଡିଆ ଦେଉଛି ରୋଜଗାର, ମହିଳା ପାଉଛନ୍ତି ବଢ଼ିଆ ଟଙ୍କା

ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ମହିଳାମାନେ ବଜାର ତଥା ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଯୋଗାଇଦେଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି।

author-image
Chinmayee Sahoo
Millet-Mission

Millet-Mission Photograph: (OTV)

ମାଣ୍ଡିଆରୁ ପ୍ରସ୍ତୁତ କରାଯାଉଛି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ। ଲଡୁ ଓ ବିସ୍କୁଟ ବି ତିଆରି କରାଯାଇ ମାର୍କେଟକୁ ଛଡାଯାଉଛି। ମହିଳାମାନେ ବଜାର ତଥା ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଯୋଗାଇ ଦେଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ କନ୍ଧଅଡବା ଗାଁର ମାଁ ମାଣିକେଶ୍ଵରୀ ମହିଳା ସଂଘ ମାଣ୍ଡିଆ ଚାଷ କରିବା ସହ ସେଥିରୁ ଭଳିକି ଭଳି ଖାଦ୍ୟ ତିଆରି କରୁଛି। 

Advertisment


କୋରାପୁଟର ମାଣ୍ଡିଆ ଜିଲ୍ଳାକୁ ଆଉ ଏକ ନୂଆ ପରିଚୟ ଦେଇଛି। ୩୦ ହଜାରରୁ ଉର୍ଦ୍ଧ୍ଵ ଚାଷୀ ଏଠି ମାଣ୍ଡିଆ ଚାଷ କରୁଛନ୍ତି। ଏଥର କୋରାପୁଟରେ ‘ଶ୍ରୀଅନ୍ନ ଅଭିଯାନ’ରେ ଚାରିଟି ନୂଆକିସମର ମାଣ୍ଡିଆ ଚାଷ କରାଯିବ। ନୂତନ ପ୍ରଣାଳୀରେ ଚାଷ କରି କିପରି ଉତ୍ପାଦନ ବୃଦ୍ଧି ହେବ ସେଥି ନିମନ୍ତେ ଚାଷୀମାନଙ୍କୁ ତାଲିମ ଦିଆଯାଉଛି। ଆଉ ଏବେ ଜିଲ୍ଲାରେ ୨.୫ ଲକ୍ଷ କ୍ଵିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହେଉଥିବା କହିଛନ୍ତି ଜିଲ୍ଲାପାଳ। ସେପେଟ ମାଣ୍ଡିଆରେ ପ୍ରଚୁର ପରିମାଣର ଆଇରନ, ପ୍ରୋଟିନ, ଫାଇବର୍ ଓ ମିନେରାଲ ରହିଛି। ଏତଣୁ ଏହା ସ୍ବାସ୍ଥ୍ୟ ପ୍ରତି ହିତକର ବୋଲି କହିଛନ୍ତି ଡାଏଟିସିଆନ। 
ସରକାରଙ୍କ ତରଫରୁ ମିଲେଟ୍ ମିଶନକୁ ବେଶ୍ ଗୁରୁତ୍ଵ ଦିଆଯାଉଛି । ବିଭିନ୍ନ ସ୍ଥାନରେ ପ୍ରୋସେସିଂ ୟୁନିଟ ଖୋଲି ମିଲେଟର ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଆଉ ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ସହ ବ୍ୟବସାୟ କରି ରୋଜଗାରକ୍ଷମ ହେଉଛନ୍ତି ମହିଳା ।

Millets Mission
Advertisment
Advertisment