/odishatv-khabar/media/media_files/2025/12/05/baliguda-children-friendly-police-station-2025-12-05-10-32-00.jpg)
Baliguda-Children-Friendly-Police-Station Photograph: (OTV)
ଖେଳକୁଦରେ ମଜିଛନ୍ତି ପିଲାଏ । ପାଠପଢା ସହ ଭରପୂର ମନୋରଞ୍ଜନ । ଭଳିକି ଭଳି ଖେଳନା ଥୁଆ ହୋଇଛି, ଟିଭିରେ କାର୍ଟୁନ ଚାଲିଛି । ଆପଣଙ୍କୁ ଲାଗୁଥିବ ଏଇ କୌଣସି ପ୍ଲେ ସ୍କୁଲ । ହେଲେ ନାଇଁ ଆଜ୍ଞା ! ଇଏ କୋଉ ସ୍କୁଲ ନୁହେଁ ବରଂ ଥାନା । ଥାନା ଭିତରେ ହୋଇଛି ପ୍ଲେ ସ୍କୁଲ ଭଳି ବ୍ୟବସ୍ଥା । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା । ଏହି ଥାନା ପରିସରରେ କୁନି କୁନି ପିଲାଙ୍କ ପାଇଁ ଉଦଘାଟିତ ହୋଇଛି ଚିଲଡ୍ରେନ ଫ୍ରେଣ୍ଡଲି କୋଠା ।
ଥାନାରେ ଆଉ ଅବହେଳିତ ହେବେନି ଛୋଟ ଛୁଆ । ସାଙ୍ଗରେ ଛୁଆଙ୍କୁ ନେଇ ଥାନାକୁ ଆସୁଥିବା ଅଭିଯୋଗକାରୀମାନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ଅଭିଯୋଗକାରୀ ନିଜ କାମରେ ବ୍ୟସ୍ତ ରହିଲେ ପିଲାଙ୍କୁ ଥାନା ପରିସରରେ ଅନୁକୂଳ ପରିବେଶରେ ରହିବାର ସୁଯୋଗ ମିଳିବ । ଥାନାକୁ ନେଇ ପିଲାଙ୍କ ମନରେ ଥିବା ଭୟ ବି ରହିବ ନାହିଁ । ସେଥିପାଇଁ ଏମିତି ଏକ ଚିଲ୍ଡେନ ଫ୍ରେଣ୍ଡଲି ଥାନାର ଲୋକାର୍ପଣ କରିଛନ୍ତି କନ୍ଧମାଳ ଏସପି ହରିଶ ବିଶି । ଏଠି ପିଲାମାନେ ପାଠ ପଢିବା ସହ ଖେଳକୁଦ କରିବାର ସବୁପ୍ରକାର ବ୍ୟବସ୍ଥା ରହିଛି ।
କେବଳ ଅଭିଯୋଗକାରୀ ନୁହେଁ, ପୋଲିସ କର୍ମଚାରୀ ଓ ସର୍ବସାଧାରଣଙ୍କ ପାଇଁ ଏହି ଚିଲ୍ଡେନ ଫ୍ରେଣ୍ଡଲି ଥାନା ବ୍ୟବହାର ହେବ । ଅନ୍ୟ ପିଲାମାନେ ଏଠାକୁ ଆସି ପାଠପଢା, ଖେଳକୁଦ କରିପାରିବେ ବୋଲି କହିଛନ୍ତି ଏସପି । କନ୍ଧମାଳ ପୋଲିସର ଏଭଳି ଉଦ୍ୟମକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି ।
Shock in Drama Department:ନାଟକ ବିଭାଗର ନଟି ସାର୍, ଛାତ୍ରୀଙ୍କୁ ଫେଭର୍ ମାଗୁଥିଲେ

Drunk Son Sets His Mother On Fire: ମାଆ ଦେଲାନି ଟଙ୍କା, ଜାଳିଦେଲା ପୁଅ

World’s Safest Car: କାର ନୁହଁ ତ ଗୋଟିଏ ବଙ୍କର , ୪ଟି ଚକରେ ଚାଲୁଥିବା ଅଭେଦ୍ୟ ଦୁର୍ଗ

Barabati Chaos: ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼, ଅସମ୍ଭାଳ ସ୍ଥିତି ...ଲୋକଙ୍କୁ ଅଟକାଇବାକୁ ପୋଲିସ ନାକେଦମ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)