Advertisment

Indigo crisis : ଇଣ୍ଡିଗୋ ବିମାନ ବିଭ୍ରାଟ ଘଟଣା, ଯାତ୍ରୀଙ୍କୁ ଦିଆଯିବ ୫ ହଜାର ଟଙ୍କାର ଦୁଇଟି ଟ୍ରାଭେଲ୍ ଭାଉଚର

ଇଣ୍ଡିଗୋ ବିଭ୍ରାଟ: ମିଳିବ ଭାଉଚର୍। ସୂଚନା ଦେଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ରିଫଣ୍ଡ ପ୍ରକ୍ରିୟା ଶେଷ ଓ କ୍ଲିୟର କରାଯାଇଛି। ୫ ହଜାର ଟଙ୍କାର ଦୁଇଟି ଟ୍ରାଭେଲ୍ ଭାଉଚର ଦିଆଯିବ।

author-image
Satyajeet Sahoo
INDIGO

ଇଣ୍ଡିଗୋ ବିମାନ ଉଡ଼ାଣରେ ବିଭ୍ରାଟ ଓ ଅବ୍ୟବସ୍ଥାକୁ ନେଇ ଯାତ୍ରୀଙ୍କୁ ରିଫଣ୍ଡ ମଞ୍ଜୁର ହୋଇଛି। ଏନେଇ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ।

Advertisment

DGCA କହିଛି ଡିସେମ୍ବର ୩ରୁ ୫ତାରିଖ ମଧ୍ୟରେ ବାତିଲ ସମସ୍ତ ବିମାନର ରିଫଣ୍ଡ ପ୍ରକ୍ରିୟା ସମ୍ପୂର୍ଣ୍ଣ ଓ କ୍ଲିୟର କରାଯାଇଛି। ୫ ହଜାର ଟଙ୍କାର ଦୁଇଟି ଟ୍ରାଭେଲ୍ ଭାଉଚର ଦିଆଯିବ। ଭାଉଚରର ବୈଧତା ୧୨ ମାସ ପର୍ଯ୍ୟନ୍ତ ରହିବ। ବିମାନ ବାତିଲ କିମ୍ବା ୩ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲେ ମିଳିବ କ୍ଷତିପୂରଣ।

ଯାତ୍ରୀଙ୍କୁ ମୋବାଇଲ୍ ନମ୍ବର, ଇମେଲ ଠିକଣା ସଠିକ୍ ଦେବାକୁ ପରାମର୍ଶ ଦିଆଯାଇଛି। ଭବିଷ୍ୟତରେ ଯେକୌଣସି ଇଣ୍ଡିଗୋ ବିମାନ ବୁକ୍ କରିବା ପାଇଁ ଏହି ଭାଉଚରକୁ ବ୍ୟବହାର କରାଯାଇପାରିବେ ଯାତ୍ରୀ। ଗତବର୍ଷ ଡିସେମ୍ବର ୩ରୁ ୫ ତାରିଖ ଭିତରେ ଇଣ୍ଡିଗୋ ବିମାନ ଉଡ଼ାଣରେ ବିଭ୍ରାଟ ଯୋଗୁ ହନ୍ତସନ୍ତ ହୋଇଥିଲେ ଯାତ୍ରୀ। 

Advertisment
DGCA Indigo indigo crisis
Advertisment
Related Articles
Advertisment