Advertisment

Cash Shocker: ଆଲମାରୀରେ ବିଡ଼ା ବିଡ଼ା ନୋଟ୍, ଏତେ ପରିମାଣର ଟଙ୍କା ଦେଖି ଇଡି ଅଧିକାରୀ ଟେରା

ଆଲମାରୀରେ ବିଡ଼ା ବିଡ଼ା ନୋଟ୍ ରଖାଯାଇଛି। ରେଡ୍ ବେଳେ ଏତେ ପରିମାଣର ଟଙ୍କା ଦେଖି ଇଡି ଅଧିକାରୀ ଟେରା ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

author-image
Tapan Swain
ED

ED Photograph: (OTV)

ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ଆଲମାରୀରେ ବିଡ଼ା ବିଡ଼ା ନୋଟ୍ ରଖାଯାଇଛି। ରେଡ୍ ବେଳେ ଏତେ ପରିମାଣର ଟଙ୍କା ଦେଖି ଇଡି ଅଧିକାରୀ ଟେରା ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 

Advertisment

ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି ସ୍ଥାନରେ ଚଢ଼ାଉ ଚାଲିଛି। ହୃଷିକେଶ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ରହିଛନ୍ତି। ତାଙ୍କ ଲିଙ୍କରେ ବ୍ରହ୍ମପୁର ସହରର ବିଜିପୁର, ଲାଞ୍ଜିପଲି, ଜୟପ୍ରକାଶ ନଗର, ନୂଆ ବସ ଷ୍ଟାଣ୍ଡ ନିକଟ ଆଦି ସ୍ଥାନରେ ରହୁଥିବା ଅନେକ ବ୍ୟବସାୟୀଙ୍କ ଘରେ ବି ରେଡ୍ କରିଛି ED।

ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ହୃଷିକେଶ ପାଢ଼ୀ ଓ ତାଙ୍କ ଲିଙ୍କରେ ଚଢ଼ାଉ ଜାରି ରହିଛି। ତେବେ ଏହି ଟଙ୍କା କେଉଁଠୁ ମିଳିଛି, ସେନେଇ ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି। ... 

Advertisment

ଆଲମାରୀ ଭର୍ତ୍ତି ଟଙ୍କା

ଇଡି ରେଡରୁ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା
ବିଡ଼ା ବିଡ଼ା ନୋଟ୍ ଦେଖି ଇଡି ଆଖି ଟେରା
ଆଲମାରୀରେ ଥାକ ମାରି ରଖାଯାଇଥିଲା ଟଙ୍କା

କେଉଁଠୁ ମିଳିଲା, କାହା ଟଙ୍କା ସ୍ପଷ୍ଟ ସୂଚନା ଦେଇନି ଇଡି
ଶେରଗଡ଼ର ଠିକାଦାର ତଥା ବିଜେଡି ନେତାଙ୍କ ଘରେ ଚଢ଼ାଉ
ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ED ରେଡ୍

Raid ED
Advertisment
Related Articles
Advertisment