Advertisment

BJP Again Banks on Odia Leaders: ପୁଣି ଓଡ଼ିଆ ନେତାଙ୍କ ଉପରେ କେନ୍ଦ୍ର ବିଜେପିର ଭରସା, ଧର୍ମେନ୍ଦ୍ରଙ୍କୁ ବିହାର ଓ ବୈଜୟନ୍ତଙ୍କୁ ତାମିଲନାଡୁ ନିର୍ବାଚନ ଦାୟିତ୍ବ

ପୁଣି ଓଡ଼ିଆ ନେତାଙ୍କ ଉପରେ କେନ୍ଦ୍ର ବିଜେପିର ବଡ଼ ଭରସା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ପାଇଁ ନିଯୁକ୍ତି ମିଳିଥିବା ବେଳେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଇଲେକସନ୍ ଇନଚାର୍ଜ ଭାବେ ନିଯୁକ୍ତି ମିଳିଛି।

author-image
Tapan Swain
BJP

BJP Photograph: (OTV)

ପୁଣି ଓଡ଼ିଆ ନେତାଙ୍କ ଉପରେ କେନ୍ଦ୍ର ବିଜେପିର ବଡ଼ ଭରସା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆସନ୍ତା ନଭେମ୍ବର ଆଡକୁ ହେବାକୁ ଥିବା ବିହାର ନିର୍ବାଚନ ପାଇଁ ପ୍ରଭାରୀ ପାଇଁ ନିଯୁକ୍ତି ମିଳିଥିବା ବେଳେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଇଲେକସନ୍ ଇନଚାର୍ଜ ଭାବେ ନିଯୁକ୍ତି ମିଳିଛି। ତାମିଲନାଡୁରେ ଆସନ୍ତା ବର୍ଷ ଏପ୍ରିଲ-ମେ’ ଆଡକୁ ନିର୍ବାଚନ ହୋଇପାରେ। ସେହିପରି ଆସନ୍ତା ବର୍ଷ ମାର୍ଚ୍ଚ ଆଡ଼କୁ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ବ ଦିଆଯାଇଛି।....

Advertisment

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର । ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ । ଭୂପେନ୍ଦ୍ର ଯାଦବଙ୍କୁ ପଶ୍ଚିମବଙ୍ଗ । ବିଜେପିର ୩ ବଡ ନେତାଙ୍କୁ ମିଳିଲା ନିର୍ବାଚନ ପ୍ରଭାରୀ ଦାୟିତ୍ବ । ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଜି ତାମିଲନାଡୁ ଭଳି ଗୁରୁତ୍ବପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ ଇନଚାର୍ଜ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି। 

ୟା ପୂର୍ବରୁ ଦିଲ୍ଲୀ ବିଜେପିର ସଂଗଠନ ଦାୟିତ୍ବ ସାଙ୍ଗକୁ ବିଧାନସଭା ନିର୍ବାଚନ ଇନଚାର୍ଜ ବି ଥିଲେ ବୈଜୟନ୍ତ। ସେଠି କେଜ୍ରିୱାଲ ସରକାରର ପତନ ଘଟାଇ ଦୀର୍ଘ ବର୍ଷ ପରେ ପଦ୍ମ ଫୁଟାଇବା ପରେ ବିଜେପି ଟପ୍ ନେତୃତ୍ବଙ୍କ ଭରସା ତାଙ୍କ ଉପରେ ଆହୁରି ବଢିଛି। ୨୦୨୨ରେ ମଣିପୁର ବିଧାନସଭା ନିର୍ବାଚନ ଇନଚାର୍ଜ ବି ଥିଲେ ବୈଜୟନ୍ତ, ସେଠି ସେ ଗେମ ଚେଞ୍ଜର ସାଜି ବିଜେପିକୁ କ୍ଷମତାସୀନ କରାଇଥିଲେ। ଏଥିସହ ଆସାମ ଓ ୟୁପିରେ ବି ନିର୍ବାଚନ ଇନଚାର୍ଜ ଦାୟିତ୍ବକୁ ବେଶ୍ ଦକ୍ଷତାର ସହ ତୁଲାଇଥିଲେ ବୈଜୟନ୍ତ। 

Advertisment

ଏସବୁ ସଫଳତା ଓ ଅଭିଜ୍ଞତାକୁ ଦେଖି ଦଳ ତାଙ୍କୁ ତାମିଲନାଡୁ ନିର୍ବାଚନ ଇନଚାର୍ଜ ନିଯୁକ୍ତ କରିଛି। ଆସନ୍ତାବର୍ଷ ଏପ୍ରିଲ-ମେ’ ବେଳକୁ ତାମିଲନାଡୁରେ ଆସେମ୍ଲି ନିର୍ବାଚନ ହେବ। କ୍ଷମତାରେ ଥିବା ଷ୍ଟାଲିନ ସରକାରକୁ ହଟାଇବାକୁ ଗୋଟିଚାଳନା ହେବ ବୈଜୟନ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ତାଙ୍କୁ ସେଠି କେନ୍ଦ୍ରମନ୍ତ୍ରୀ ମୂରଲୀଧର ମୋହଲ କୋ ଇନଚାର୍ଜ ଭାବେ ସହାୟତା କରିବେ।....

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ କରିଛି ବିହାର ନିର୍ବାଚନ ଇନଚାର୍ଜ। ଆସନ୍ତା ନଭେମ୍ବର ସୁଦ୍ଧା ବିହାର ନିର୍ବାଚନ ହେବାକୁ ଥିବାରୁ ଧର୍ମେନ୍ଦ୍ରଙ୍କ ପାଇଁ ସେଠି ହେବ ଅଗ୍ନି ପରୀକ୍ଷା। ଏନଡିଏ ପୁଣି କିଭଳି ବିହାରରେ କ୍ଷମତା ବଜାୟ ରଖିବ ସେ ଲକ୍ଷ୍ୟରେ ଧର୍ମେନ୍ଦ୍ରଙ୍କ ହାତରେ ଦଳ ପ୍ରଭାରୀ କମାଣ ଦେଇଥିବାବେଳେ ତାଙ୍କୁ ସହଯୋଗ କରିବାକୁ କେନ୍ଦ୍ରମନ୍ତ୍ରୀ ସି.ଆର ପାଟିଲ ଓ ୟୁପି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତି କରିଛି। 
ଗତବର୍ଷ ହରିୟାଣା ନିର୍ବାଚନ ପ୍ରଭାରୀ ଦାୟିତ୍ବ ତୁଲାଇଥିଲେ ଧର୍ମେନ୍ଦ୍ର। ସେହିପରି ଦଳର ଅନ୍ୟତମ ଅଭିଜ୍ଞ ନେତା ଭୂପେନ୍ଦ୍ର ଯାଦବଙ୍କୁ ବିଜେପି କରିଛି ପଶ୍ଚିମବଙ୍ଗ ନିର୍ବାଚନ ଇନଚାର୍ଜ । ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ ପଶ୍ଚିମବଙ୍ଗ ନିର୍ବାଚନ ଥିବାବେଳେ ମମତା ସରକାରକୁ କ୍ଷମତାଚ୍ୟୁତ କରିବାରୁ ଭୂପେନ୍ଦ୍ରଙ୍କ ଗୋଟିଚାଳନା ଉପରେ ରହିଛି ସମସ୍ତଙ୍କ ନଜର। ସାଂସଦ ବିପ୍ଳବ ଦେବଙ୍କୁ ସେଠି ନିର୍ବାଚନ ସହ-ପ୍ରଭାରୀ ଭାବେ ଦାୟିତ୍ବ ତୁଳାଇବେ । 
ଏଥର ଦକ୍ଷ ନେତାଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରି ବିଜେପି ତାମିଲନାଡୁ ଓ ପଶ୍ଚିମବଙ୍ଗରେ ପଦ୍ମ ଫୁଟାଇବାକୁ ଲକ୍ଷ୍ୟ ରଖିଥିବାବେଳେ ବିହାରରେ କ୍ଷମତା ବଜାୟ ରଖିବାକୁ ଚଳାଇଛି ଚାଲ୍।...

Dharmendra Pradhan BJP Baijayanta Jay Panda
Advertisment
Related Articles
Advertisment