Advertisment

Husband Attacks Wife: ବଞ୍ଚିବା ପାଇଁ ଚିତ୍କାର କରୁଥିଲା ସ୍ତ୍ରୀ, ସ୍ବାମୀ ମାରୁଥିଲା ବାରମ୍ବାର କଟୁରୀ ଚୋଟ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁର ଏ ଅଭାବନୀୟ ଘଟଣା । ସ୍ବାମୀ ପ୍ରତାପ ମଳିକ ହଠାତ୍ ବିଳମ୍ବିତ ରାତିରେ ସ୍ତ୍ରୀ ଭାରତୀ ମଳିକଙ୍କ ସହ ଝଗଡ଼ା କରିଥିଲେ । ପରେ ତାଙ୍କୁ କଟୁରୀରେ ହାଣିଥିଲେ ।

author-image
Tanmay Kumar Mahalik
Pattamundai Family Dispute

Pattamundai Family Dispute Photograph: (OTV)

ବଞ୍ଚିବା ପାଇଁ ଆର୍ତ୍ତ ଚିତ୍କାର କରୁଥିଲା ସ୍ତ୍ରୀ । ସ୍ବାମୀ ମାରୁଥିଲା ବାରମ୍ବାର କଟୁରୀ ଚୋଟ । ରକ୍ତରେ ଭିଜୁଥିଲା ଘର ବାରଣ୍ଡା, ସୈତାନ ସାଜିଥିଲା ସ୍ବାମୀ । ସ୍ତ୍ରୀକୁ ହାଣିବା ପରେ ନିଜେ ବିଷ ପିଇଦେଲା ସ୍ବାମୀ । ପାରିବାରିକ କହଳ ଗରିବ ସଂସାରଟାକୁ ଗତକାଲିର କାଳ ରାତି ଉଚ୍ଛନ କରିଦେଲା ।

Advertisment

ଗୁରୁତର ଅବସ୍ଥାରେ ଦୁହେଁ ମେଡିକାଲରେ ଭର୍ତ୍ତି ହେଲେ । ପ୍ରଥମେ ଉଭୟଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେମାନଙ୍କୁ କଟକ ବଡ଼ ମେଟିକାଲକୁ ସ୍ଥାନାସ୍ତର କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁର ଏ ଅଭାବନୀୟ ଘଟଣା । ସ୍ବାମୀ ପ୍ରତାପ ମଳିକ ହଠାତ୍ ବିଳମ୍ବିତ ରାତିରେ ସ୍ତ୍ରୀ ଭାରତୀ ମଳିକଙ୍କ ସହ ଝଗଡ଼ା କରିଥିଲେ । ପରେ ତାଙ୍କୁ କଟୁରୀରେ ହାଣିଥିଲେ । ଭାରତୀଙ୍କ ଚିତ୍କାର ଶୁଣି ପାଖ ପୋଡ଼ଶୀ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Advertisment

ହେଲେ ତାଙ୍କ ଅବସ୍ଥା ଗୁରୂତର ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ସ୍ବାମୀ ପ୍ରତାପଙ୍କୁ ଗାଁ ପୋଖରୀ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଗାଁର କିଛି ଲୋକ । ତାଙ୍କ ନିକଟରୁ ବିଷ ବୋତଲ ଓ ରକ୍ତାତ କଟୁରୀ ମଧ୍ୟ ଜବତ ହୋଉଛି । ପ୍ରତାପଙ୍କୁ ମଧ୍ୟ ଗାଁ ଲୋକେ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ମେଡିକାଲରେ ଭର୍ତ୍ତି କରିଛନ୍ତି । 

ତେବେ ଏପରି ପରିସ୍ଥିତି କେଉଁ କାରଣରୁ ଉପୁଜିଲା ତା’ କାହାକୁ ଜଣାନାହିଁ । ପରିବାରିକ କଳହ ଯୋଗୁ ଏହି ଘଟଣା ଘଟିଥିବା କୁହାଯାଉଛି । କିନ୍ତୁ ଏନେଇ ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିବ । 

Attack Poison Kendrapada Husband Wife
Advertisment
Related Articles
Advertisment