Advertisment

Husband Wanted a Son: ୧୯ ବର୍ଷ ବାହାଘର, ପ୍ରତିବର୍ଷ ଗର୍ଭବତୀ ହେଉଥିଲା ସ୍ତ୍ରୀ

ପିଲାମାନଙ୍କ ବାପା ସଞ୍ଜୟ କୁମାର ଜଣେ ଶ୍ରମିକ । ୨୦୦୭ରେ ସେ ବିବାହ କରିଥିଲେ । ତାଙ୍କର ପ୍ରଥମ ସନ୍ତାନ କନ୍ୟା ହୋଇଥିଲା । ପରେ ସେମାନେ ପୁତ୍ର ସନ୍ତାନର ଆଶା ରଖିଥିଲେ । ତେଣୁ ୧୦ଟି ଝିଅ ଜନ୍ମନେବା ପରେ ଏବେ ସ୍ତ୍ରୀଙ୍କ ୧୧ ନମ୍ବର ଗର୍ଭରୁ ପୁଅଟିଏ ଜନ୍ମ ନେଇଛି ।

author-image
Tanmay Kumar Mahalik
Haryana Copule 11 Child

Haryana Copule 11 Child Photograph: (OTV)

୧୯ ବର୍ଷ ବାହାଘର, ୧୧ ଛୁଆ । ପ୍ରତିବର୍ଷ ଗର୍ଭବତୀ ହେଉଥିଲା ସ୍ତ୍ରୀ । ୧୦ ଝିଅ ଜନ୍ମ ପରେ କୋଳକୁ ଆସିଲା ପୁତ୍ର ସନ୍ତାନ । ବାହାଘରକୁ ୧୯ ବର୍ଷ, କିନ୍ତୁ ସ୍ବାମୀର ଖୁସି ପାଇଁ ଝିଅଟିଏ ସାଜିଲା ୧୧ ପିଲାଙ୍କ ମା’ ।

Advertisment

ଜଣେ ୩୭ ବର୍ଷୀୟ ମହିଳା ଦଶଟି କନ୍ୟା ସନ୍ତାନ ଜନ୍ମଦେବା ପରେ ଏବେ ପୁଣି ଗୋଟିଏ ପୁତ୍ର ସମନ୍ତାନକୁ ଜନ୍ମଦେଇଛନ୍ତି । ଆଉ ୧୧ ନଂ ପିଲାର ନାଁ ରହିଛି ଦିଲଖୁସ୍ । ଜଣେ ମହିଳା ବାରମ୍ବାର ଗର୍ଭବତୀ ହେବା ଏବଂ ପୁତ୍ର ସନ୍ତାନଟିଏ ପାଇଁ ୧୦ କନ୍ୟା ସନ୍ତାନକୁ ଜନ୍ମଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ମା’ର ସ୍ବାସ୍ଥ୍ୟ ଓ ପିଲାମାନଙ୍କ ଭବିଷ୍ୟତକୁ ନେଇ ଏବେ ଚିନ୍ତାର ବିଷୟ ପାଲଟିଛି । 

ପିଲାମାନଙ୍କ ବାପା ସଞ୍ଜୟ କୁମାର ଜଣେ ଶ୍ରମିକ । ୨୦୦୭ରେ ସେ ବିବାହ କରିଥିଲେ । ତାଙ୍କର ପ୍ରଥମ ସନ୍ତାନ କନ୍ୟା ହୋଇଥିଲା । ପରେ ସେମାନେ ପୁତ୍ର ସନ୍ତାନର ଆଶା ରଖିଥିଲେ । ତେଣୁ ୧୦ଟି ଝିଅ ଜନ୍ମନେବା ପରେ ଏବେ ସ୍ତ୍ରୀଙ୍କ ୧୧ ନମ୍ବର ଗର୍ଭରୁ ପୁଅଟିଏ ଜନ୍ମ ନେଇଛି । ଆଉ ଖୁସିରେ ପରିବାର ପିଲାଟିର ନାଁ ଦିଲଖୁସ୍ ରଖିଛି ।

Advertisment

ହରିୟାଣାର ଜିନ୍ଦ ଜିଲ୍ଲା ଉଚାନା ସହରର ଓଜସ୍ ହସ୍ପିଟାଲରେ ମହିଳା ଜଣକ ଶିଶୁଟିକୁ ଜନ୍ମଦେଇଛନ୍ତି । ମହିଳାଙ୍କ ପ୍ରସବ ସମୟରେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଡାକ୍ତରମାନେ କହିଥିଲେ । ଆଉ ଶିଶୁଟି ଜନ୍ମ ନେବା ପରେ ମହିଳାଙ୍କୁ ୩ ୟୁନିଟ୍ ରକ୍ତ ବି ଦିଆଯାଇଥିଲା । ଏବେ ମା’ ଓ ନବଜତକ ସ୍ବାସ୍ଥ୍ୟ ସ୍ଥିର ରହିଛି ।

ଗର୍ଭ ଯନ୍ତ୍ରଣା ହେବା ପରେ ମହିଳାଙ୍କୁ ଜାନୁୟାରୀ ୩ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଜାନୁୟାରୀ ୪ ତାରିଖରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ହେବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ଆଉ ସେମାନେ ଫତେହାବାଦ ଜିଲ୍ଲାରେ ଥିବା ତାଙ୍କ ଗାଁକୁ ଫେରିଯାଇଛନ୍ତି ।

୧୧ ପିଲାମାନଙ୍କ ବାପା ସଞ୍ଜୟ କହିଛନ୍ତି, ସେ ଏବଂ ତାଙ୍କ ବଡ଼ ଝିଅ ପୁଅଟିଏ ପାଇଁ ଆଶା ରଖିଥିଲେ । ଆଉ ଏବେ ତାଙ୍କର ପୁଅଟିଏ ହୋଇଛି । ସଞ୍ଜୟ ଆହୁରି କହିଛନ୍ତି, ମୁଁ ଜଣେ ଶ୍ରମିକ, ହେଲେ ମୋ ଝିଅମାନଙ୍କୁ ମୁଁ ପାଠ ପଢ଼ାଉଛି । ବଡ଼ ଝିଅ ଦ୍ବାଦଶରେ ପଢ଼ୁଥିବାବେଳେ ଅନ୍ୟ ଝିଅମାନେ ସ୍କୁଲରେ ପଢ଼ୁଛନ୍ତି । ମୋର ସୀମିତ ଅୟ ସତ୍ତ୍ବେ ସମସ୍ତ ପିଲା ପାଠ ପଢୁଛନ୍ତି । ତା’ ସହ ତାଙ୍କ ଝିଅ ସବୁ କ୍ଷେତ୍ରରେ ସଫଳତା ପାଇବାକୁ ସକ୍ଷମ ବୋଲି ସଞ୍ଜୟ କହିବା ସହ ଝିଅମାନେ ଭଗବାନଙ୍କ ଉପହାର ବୋଲି ସେ ମାନିନେଇଛନ୍ତି ।

ସଞ୍ଜୟଙ୍କ ବଡ଼ ଝିଅ, ପ୍ରାୟ ୧୮ ବର୍ଷ ବୟସ୍କା ସରିନା, ଦ୍ବାଦଶ ଶ୍ରେଣୀରେ ପଢ଼ନ୍ତି । ତାଙ୍କ ପରେ ଅମ୍ରିତା ଏକାଦଶ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ତୃତୀୟ ଝିଅ ସୁଶୀଳା ୭ମ ଶ୍ରେଣୀରେ, ୪ତୁର୍ଥ ଝିଅ କିରଣଙ୍କ ୬ଷ୍ଠ, ପଞ୍ଚମ ଝିଅ ଦିବ୍ୟା ୫ମ ଶ୍ରେଣୀରେ ପଢ଼ନ୍ତି, ଷଷ୍ଠ ଝିଅ ମନ୍ନତ ୩ୟ ଶ୍ରେଣୀରେ, ସପ୍ତମ ଝିଅ କୃତିକା ୨ୟ ଶ୍ରେଣୀରେ ଏବଂ ଅଷ୍ଟମ ଝିଅ ଅମ୍ନିଶ ୧ମ ଶ୍ରେଣୀରେ ପଢ଼ନ୍ତି ।

ସେହିପରି ନବମ ଏବଂ ଦଶମ ଝିଅ ଲକ୍ଷ୍ମୀ ଏବଂ ବୈଶାଳୀ ବର୍ତ୍ତମାନ ଛୋଟ ଅଛନ୍ତି । ଆଉ ଏବେ  ପୁଅ ଦିଲଖୁସ୍ ଜନ୍ମ ନେଇଛି । ହରିୟାଣାର ଲିଙ୍ଗ ଅନୁପାତର କରାଯାଥିବା ସର୍ଭେରେ ଏହି ମାମଲା ସାମ୍ନାକୁ ଆସିଛି । ୨୦୨୫ରେ ପ୍ରତି ହଜାରେ ପୁରୁଷରେ ୯୨୩ ଜଣ ମହିଳା ରହିଥିବା ଜଣାପଡ଼ିଛି । ଯାହାକି ଜାତୀୟ ହାରଠାରୁ କମ୍ ରହିଛି ।

Mother Child Husband New Born Baby
Advertisment