/odishatv-khabar/media/media_files/2026/01/08/arrest-2026-01-08-17-37-26.jpg)
Arrest Photograph: (OTV)
ବାଂଲାଦେଶର ମୟମେନସିଂହ ଅଞ୍ଚଳରେ ଜଣେ ହିନ୍ଦୁ ଦୀପୁ ଦାସଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ୟାସିନ ଆରାଫାତକୁ ପୋଲିସ ଗିରଫ କରିଛି।
ବାଂଲାଦେଶ ପୋଲିସ କହିଛି ଯେ ଧର୍ମକୁ ନିନ୍ଦା ଅଭିଯୋଗକୁ ନେଇ ଘଟିଥିବା ଏହି ଲିଞ୍ଚିଂ ଘଟଣାରେ ପୂର୍ବତନ ଶିକ୍ଷକ ୟାସିନ ଆରାଫାତ ଯୋଜନା କରି ମୁଖ୍ୟ ଭୂମିକା ନେଇଥିବା ଆଶଙ୍କା କରାଯାଉଛି। ଏହି ଘଟଣା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ଆଉ ଏକ ଫର୍ଦ୍ଦ ଥିଲା । ଏହାକୁ ନେଇ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା।
ଗତ ଡିସେମ୍ବର ୧୮ ତାରିଖରେ ମୟମେନସିଂହ ଜିଲ୍ଲାରେ ୨୭ ବର୍ଷୀୟ ଦୀପୁ ଦାସଙ୍କୁ କାରଖାନା ସୁପରଭାଇଜରମାନେ ଜବରଦସ୍ତ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ। ପରେ ତାଙ୍କୁ କାର୍ଯ୍ୟସ୍ଥଳରୁ ବାହାରକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ହାତରେ ଛାଡି ଦିଆଯାଇଥିଲା। ଭିଡ଼ରେ ତାଙ୍କୁ ପିଟି ପିଟି ହତ୍ୟା କରି ଶବକୁ ଝୁଲାଇ ନିଆଁ ଲଗାଇ ଦେଇଥିଲେ। ଖବର ଅନୁଯାୟୀ, ତାଙ୍କ ସହକର୍ମୀମାନେ ମଧ୍ୟ ଏହି ହତ୍ୟାରେ ସାମିଲ ଥିଲେ।
ପୋଲିସ କହିଛି ଯେ ଦୀପୁ ଦାସଙ୍କ ହତ୍ୟା ପରେ ଆରାଫାତ ଅଞ୍ଚଳ ଛାଡ଼ି ପଳାଇ ଯାଇ ଲୁଚିଥିଲେ। ଗୁରୁବାର ତାଙ୍କୁ ଗିରଫ କରାଯାଇଛି। ଅଧିକାରୀମାନଙ୍କ ମତାନୁସାରେ, ସେ ଆକ୍ରମଣର ଯୋଜନା କରି ଅନ୍ୟମାନଙ୍କୁ ଏକତ୍ରିତ ହେବାକୁ କହିଥିଲା । ଦୀପୁ ଦାସଙ୍କୁ ମାରିବା ପାଇଁ ସେ ଲୋକମାନଙ୍କୁ ଉସକାଇଥିଲା। ଏହି ଘଟଣାଟି ଘାତକ ରୂପ ନେଇଥିଲା।
ପୋଲିସ ଆହୁରି କହିଛି ଯେ ଆରାଫାତ କେବଳ ଉସକାଇନଥିଲେ, ବରଂ ସେ ବ୍ୟକ୍ତିଗତ ଭାବେ ଦୀପୁ ଦାସଙ୍କୁ ଟାଣି ଟାଣି ନେଇଥିଲା ।
ମୁଖ୍ୟ ଅଭିଯୁକ୍ତ ଜଣେ ଶିକ୍ଷକ
ଆରାଫାତ ଜଣେ ସ୍ଥାନୀୟ ବାସିନ୍ଦା ଏବଂ ପୂର୍ବରୁ ଏକ ମସଜିଦରେ ଶିକ୍ଷକତା କରୁଥିଲା । ଏହି ଘଟଣାକୁ ନେଇ ତାଙ୍କ ଶିକ୍ଷକ ଭୂମିକା ଏବେ ତଦନ୍ତ ଘେରରେ ରହିଛି । ଆରାଫାତଙ୍କ ଗିରଫ ସହିତ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ୨୧ରେ ପହଞ୍ଚିଛି। ଅଧିକ ଲୋକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।
ଡିପୁ ଦାସଙ୍କୁ ହତ୍ୟା ପରେ କିଛି ଦିନ ମଧ୍ୟରେ ବାଂଲାଦେଶରେ ଆଉ ପାଞ୍ଚ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି । ରାଜବାରୀ ଜିଲ୍ଲାରେ ଅମୃତ ମଣ୍ଡଳଙ୍କୁ ଗାଁ ଲୋକମାନେ ପିଟି ପିଟି ହତ୍ୟା କରିଥିବାବେଳେ ମୟମେନସିଂହରେ ବଜେନ୍ଦ୍ର ବିଶ୍ୱାସଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।
India’s Military: ବିଶ୍ବ ଦେଖିବ ଭାରତ ସେନାର ଶକ୍ତି, ଐତିହାସିକ ହେବ ସେନା ଦିବସ

Most Expensive Fish: ମାଛର ଦାମ୍ ୨୯ କୋଟି! ଜାଣନ୍ତୁ କେଉଁଠି ମିଳେ ଏହି ମାଛ, କ’ଣ ରହିଛି ସ୍ବତନ୍ତ୍ରତା

Supreme Court Raps Justice Yashwant Verma: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା; ଲୋକସଭା କମିଟି ସମ୍ମୁଖରେ ହାଜର ହେବାକୁ ପଡିବ

Bangladesh Violence: ହିନ୍ଦୁଙ୍କୁ ପୋଛିଦେବ ବାଂଲାଦେଶ, ଆଉ ଜଣଙ୍କୁ ବୀଭତ୍ସ ହତ୍ୟା !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)