Advertisment

Young Man Climbed Tower: ଉଚ୍ଚ ଟାୱାର ଉପରେ ଯୁବକ, ନାକେଦମ ଦମକଳ ବାହିନୀ

ଉଚ୍ଚ ଟାୱାର ଉପରେ ଯୁବକ। ଟାୱାର ଉପରେ ଚଢି ଯୁବକ ଜଣଙ୍କ ଦମକଳ ବାହିନୀଙ୍କୁ ନାକେଦମ କରିସାରିଲେଣି। ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣାl

author-image
Chinmayee Sahoo
Young man on high tower

Young man on high tower Photograph: (OTV)

ଉଚ୍ଚ ଟାୱାର ଉପରେ ଯୁବକ। ଟାୱାର ଉପରେ ଚଢି ଯୁବକ ଜଣଙ୍କ ଦମକଳ ବାହିନୀଙ୍କୁ ନାକେଦମ କରିସାରିଲେଣି। ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣାl ସହରର ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଟାୱାରରେ ସୁନାରିପଡାର ଯୁବକ ସୁମିତ ସାହୁ ଚଢ଼ି ଯାଇଥିବାବେଳେ ଆଉ ଓହ୍ଲାଉ ନାହାନ୍ତିl 

Advertisment

ଖବର ପାଇ ଦମକଳ ବାହିନୀ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ଯେତେ ବୁଝା ସୁଝା କରୁଥିଲେ ବି ସୁମିତ ଶୁଣୁ ନାହାନ୍ତି। କିମ୍ବା କହିଲେ ବି ତଳକୁ ଓହ୍ଲାଉ ନାହାନ୍ତି। ତେବେ ସୁମିତ ଟାୱାର ଉପରେ କାହା ସହିତ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି l ତେବେ ସୁମିତ କାହିଁକି ଟାୱାର ଉପରେ ଚଢ଼ିଛନ୍ତି ତାହା ସ୍ପଷ୍ଟ ହୋଇନାହିଁl

ଉଚ୍ଚ ଟାୱାର ଉପରେ ଯୁବକ
ଟାୱାରରେ ଚଢିଥିବା ଯୁବକଙ୍କ ପାଇଁ ଦମକଳ ବାହିନୀ ନାକେଦମ
ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଘଟଣା
ଏକ ଟାଓ୍ୱାର ଉପରକୁ ଚଢି ଯୁବକ ଜଣଙ୍କ ଓହ୍ଲାଉ ନାହାନ୍ତି
ଟାଓ୍ୱାର ଉପରକୁ ଚଢିବାର କାରଣ ସ୍ପଷ୍ଟ ହୋଇନି

Advertisment
Sonepur
Advertisment
Related Articles
Advertisment