Advertisment

Pakistan Toilet Paper: 'ପାକିସ୍ତାନ ଆମେରିକାର ଟଏଲେଟ୍ ପେପର, ୟୁଜ୍ କରି ଫୋପାଡିଦେଲା'

ପାକିସ୍ତାନ ଆମେରିକାର ଟଏଲେଟ୍ ପେପର୍ । ୟୁଜ୍ କଲା, ଫିଙ୍ଗିଦେଲା । ସଂସଦରେ କାନ୍ଦିଲା କାଙ୍ଗାଳ ପାକିସ୍ତାନ । ଆମେରିକାକୁ ଖୁସି କରିବାକୁ ଯାଇ ପାକିସ୍ତାନର ବିନାଶ ଘଟିଲା ।

author-image
Namita Biswal
US-Used-Pakistan-As-Toilet-Paper

Pakistan Photograph: (OTV)


ପାକିସ୍ତାନ ଆମେରିକାର ଟଏଲେଟ୍ ପେପର୍ । ୟୁଜ୍ କଲା, ଫିଙ୍ଗିଦେଲା ।
ସଂସଦରେ କାନ୍ଦିଲା କାଙ୍ଗାଳ ପାକିସ୍ତାନ । ଆମେରିକାକୁ ଖୁସି କରିବାକୁ ଯାଇ ପାକିସ୍ତାନର ବିନାଶ ଘଟିଲା । ଆମେରିକା ଆମକୁ ଶୋଷଣ କରିବା ପରେ ଟଏଲେଟ୍ ପେପରଠୁ ବି ଆହୁରି ହୀନ ବ୍ୟବହାର କରି ଫୋପାଡିଦେଲା । 

Advertisment

ସଂସଦରେ କାନ୍ଦିଲା ପାକିସ୍ତାନ:

ଏ କଥା ଆମେ କହୁନୁ, ବରଂ ଖୋଦ୍ ସଂସଦରେ ଏଭଳି ବଡ଼ ବୟାନ ଦେଇଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ । ଭାରତ-ଆମେରିକା ଟ୍ରେଡ୍ ଡିଲ୍ ପରେ ବାଇୟା ପାକିସ୍ତାନ କେମିତି ଆମେରିକାର ଗୋଲାମଗିରି କରିବାରୁ ଭୟଙ୍କର ଦଶା ଭୋଗୁଛି, ତାହା ନିଜେ ମାନିଛି ।

ଆଫଗାନ ଯୁଦ୍ଧକୁ ଜିହାଦ୍ ନୁହେଁ, ଆମେରିକାର ସ୍ୱାର୍ଥ କହିଛନ୍ତି ଖ୍ୱାଜା ଆସିଫ୍ । ୧୯୮୦ ଦଶକରେ ଆଫଗାନିସ୍ତାନ ଯୁଦ୍ଧକୁ ଧାର୍ମିକ ରଙ୍ଗ ଦେବା ପାକିସ୍ତାନର ସବୁଠୁ ବଡ଼ ଭୁଲ୍ ଥିଲା । ଯେଉଁ ଯୁଦ୍ଧ ଆମର ନଥିଲା, ସେଥିରେ ସାମିଲ ହୋଇ ଆମର ବିନାଶ ହେଲା । ସେ ସ୍ୱୀକାର କରିଛନ୍ତି ଯେ, ପାକିସ୍ତାନୀମାନଙ୍କୁ ଜିହାଦୀ ନାମରେ ଯୁଦ୍ଧକୁ ପଠାଯାଇଥିଲା । ଆମେରିକାକୁ ଖୁସି କରିବାକୁ ପାକିସ୍ତାନ ବଳି ପଡିଲା ।  

Advertisment

 ପାକିସ୍ତାନ ଆମେରିକାର ଟଏଲେଟ ପେପର:

୨୦୦୧ ମସିହା ପରେ ପାକିସ୍ତାନ ତାଲିବାନ ବିରୋଧରେ ଆମେରିକାକୁ ସହଯୋଗ କରିଥିଲା । କିନ୍ତୁ ଆମେରିକା ପରେ ଚାଲିଗଲା, ହେଲେ ପାକିସ୍ତାନ ହିଂସା, ଉଗ୍ରବାଦ ଓ ଅର୍ଥନୈତିକ ସଂକଟରେ ରହିଗଲା । ପାକିସ୍ତାନ ଯେଉଁ କ୍ଷତି ସହୁଛି ତାହା କେବେ ବି ପୂରଣ ହୋଇପାରିବନି  । ଏହି ଭୁଲ ନିଷ୍ପତ୍ତିର ପରିଣାମ ଆଜି ପର୍ଯ୍ୟନ୍ତ ଭୋଗୁଛୁ ବୋଲି କହିଛନ୍ତି ଆସିଫ୍। ୯/୧୧ ପରେ ପାକିସ୍ତାନ ସହଜରେ 'ଭଡାରେ ମିଳୁଥିବା ଦେଶ' ବନିଗଲା ବୋଲି ସେ କହିଛନ୍ତି । 

ଏହି ଭୁଲ୍ ନିଷ୍ପତ୍ତି ପାଇଁ ଖ୍ୱାଜା ଆସିଫ୍ ଦେଶର ପୂର୍ବତନ ସାମରିକ ଶାସକ ଜିଆ-ଉଲ-ହକ୍ ଓ ପରବେଜ୍ ମୁସାରଫଙ୍କୁ ଦାୟୀ କରିଛନ୍ତି । ପାକିସ୍ତାନ ସଂସଦରେ ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ବ୍ୟୁରୋ ରିପୋର୍ଟ, ଓଟିଭି 

America pakistan toilet paper Taliban Pakistan
Advertisment
Related Articles
Advertisment