Advertisment

Haryana: IPS ଓ୍ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା; ହରିୟାଣା ଡିଜିପିଙ୍କୁ ଛୁଟି

ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର। ଚଣ୍ଡିଗଡ଼ ସ୍ଥିତ ବାସଭବନରେ ଗତ ୭ରେ ଡିଜିପିଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ପୂରନ ଆତ୍ମହତ୍ୟା କରିଥିଲେ।

author-image
Chinmayee Sahoo
IG-DEATH

IG-DEATH Photograph: (OTV)

ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । IPS ଓ୍ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲାରେ ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା । ଚଣ୍ଡିଗଡ଼ ସ୍ଥିତ ବାସଭବନରେ ଗତ ୭ରେ ଆତ୍ମହତ୍ୟା କରିଥିଲେ ପୁରନ କୁମାର । ରୋହତକର ସୁନାରିଆ ପୋଲିସ୍ ଟ୍ରେନିଂ ସେଣ୍ଟରରେ ଆଇଜି ଥିଲେ ପୁରନ । ସେ ସର୍ଭିସ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । 
ସୁଇସାଇଡ୍  ନୋଟରେ ଡିଜିପିଙ୍କ ସମେତ ୭ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଥିଲେ। ପରିବାରର ଅଭିଯୋଗ ଅନୁଯାୟୀ, ଡିଜିପିଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ପୂରନ ଆତ୍ମହତ୍ୟା କରିଛନ୍ତି । ମାମଲାରେ ଡିଜିପି ଶତ୍ରୁଜିତ୍  ସିଂ କପୁରଙ୍କୁ ବରଖାସ୍ତ ଦାବି ତେଜିଥିଲା। ଏଥିପାଇଁ ୪୮ ଘଣ୍ଟାର ମହଲତ୍  ଦେଇଥିଲା ମହାପଞ୍ଚାୟତ ।

Advertisment

ଅଧିକ ଦେଖନ୍ତୁ:

Haryana
Advertisment
Related Articles
Advertisment