/odishatv-khabar/media/media_files/2026/02/09/matric-exam-2026-02-09-14-39-52.jpg)
Matric Exam Photograph: (OTV)
ଆସନ୍ତା ୧୯ରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା କାଲିଠାରୁ ଯିବ ପ୍ରଶ୍ନପତ୍ର । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଏହା କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା କରାଯାଉଛି ।
ବୋର୍ଡ ସଭାପତି କହିଛନ୍ତି ଯେ ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି । ମାଟ୍ରିକ୍ ପାଇଁ ୫ ଲକ୍ଷ ୬୧ ହଜାର ୯୭୯ ପିଲା ଫର୍ମ ଫିଲ୍ ଅପ୍ କରିଛନ୍ତି । ସମସ୍ତ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଜଣେ ବୋର୍ଡ ଅଫିସରେ ବସି ସିସିଟିଭିରେ ସବୁ ଦେଖିପାରିବ। ସବୁ ସେଣ୍ଟରରେ କ୍ୟାମେରା ଲଗାଯାଉଛି । ପରୀକ୍ଷା କିପରି ଚାଲିଛି ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମ୍ ରୁ ଦେଖିହେବ ।
ପ୍ରଶ୍ନପତ୍ର ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍ ଭଳି ବ୍ୟବସ୍ଥା
ପ୍ରଶ୍ନପତ୍ର ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍ ଭଳି ବ୍ୟବସ୍ଥା କରାଯାଇଛି । ବୋର୍ଡ ଅଫିସରୁ ପ୍ରଶ୍ନପତ୍ର କେଉଁ ରୁଟରେ ଯିବ ଓ କେଉଁଠି ରହିବ, ସେ ସବୁ ସ୍ଥିର କରାଯାଇଛି । ତେବେ ନକ୍ସଲ ପ୍ରଭାବିତ କନ୍ଧମାଳ ଓ ମାଲକାନଗିରି ଜିଲ୍ଲାର ୧୭ଟି ଥାନାରେ ସୁରକ୍ଷା ଦୃଷ୍ଟିରୁ ପ୍ରଶ୍ନପତ୍ର ରଖାଯିବ ବୋଲି ସେ କହିଛନ୍ତି ।
ପ୍ରଶ୍ନପତ୍ର ଯାଉଥିବା ଗାଡିରେ ଜିପିଏସ୍ ଲାଗିଥିବା କହିଛନ୍ତି ବୋର୍ଡ ସଭାପତି । ଅଭିଯୋଗ ଥିବା ଗତ ବର୍ଷର କିଛି ସେଣ୍ଟରକୁ ଏ ବର୍ଷ ସେଣ୍ଟର କରାଯାଇନି । ଆସନ୍ତା ୧୭ ସୁଦ୍ଧା ନିର୍ଦ୍ଧାରିତ ସ୍ଥାନରେ ପ୍ରଶ୍ନପତ୍ର ପହଞ୍ଚିଯିବ । ଏଥର ବି AIର ବ୍ୟବହାର କରାଯାଉଛି । ଅବ୍ୟବସ୍ଥା ନଜରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)