Advertisment

Pakistan Softens: ମ୍ୟାଚ୍ ଖେଳିବାକୁ ପାକିସ୍ତାନର ୩ ସର୍ତ୍ତ, ICC କଠୋର ହେବା ପରେ ଭାଙ୍ଗିଛି ମୁହଁତୋଡ଼

ଗୋଟିଏ ପଟେ ବୟକଟ୍, ଅନ୍ୟପଟେ ଭାରତ ସହ ହାତ ମିଳାଇବାକୁ ମନ। ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମୁକାବିଲା ବର୍ଜନ ନିଷ୍ପତ୍ତି ଉପରେ ବଦଳାଇପାରେ ମତ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ମଧ୍ୟରେ ସଂଘର୍ଷ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବାକୁ ଯାଉଛି ।

author-image
Tapan Swain
Pakistan

Pakistan Photograph: (OTV)

ୟୁ-ଟର୍ଣ୍ଣ ମାରିବ କି ପାକିସ୍ତାନ ? ଗୋଟିଏ ପଟେ ବୟକଟ୍, ଅନ୍ୟପଟେ ଭାରତ ସହ ହାତ ମିଳାଇବାକୁ ମନ। ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମୁକାବିଲା ବର୍ଜନ ନିଷ୍ପତ୍ତି ଉପରେ ବଦଳାଇପାରେ ମତ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ମଧ୍ୟରେ ସଂଘର୍ଷ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବାକୁ ଯାଉଛି ।

Advertisment

ICC କଠୋର ହେବା ପରେ PCB ଏବେ ଆଲୋଚନା ଟେବୁଲକୁ ଆସିବାକୁ ବାଧ୍ୟ ହୋଇଛି। ତଥାପି ପାକିସ୍ତାନ କ୍ରିକେଟ ବୋର୍ଡର ନାଟକ ଥମିନାହିଁ । ଭାରତ ବିପକ୍ଷରେ ବିଶ୍ୱକପ୍ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ICC ଆଗରେ ୩ଟି ସର୍ତ୍ତ ରଖିଛି। ଏଥିରେ ଆଇସିସି ପକ୍ଷରୁ ମିଳୁଥିବା ପାଣ୍ଠି ବୃଦ୍ଧି, ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ପୁନଃଆରମ୍ଭ ଏବଂ ଉଭୟ ଟିମ୍ ହାତ ମିଳାଇବା ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବା ପାଇଁ ଦାବି ରହିଛି ।

ଗତକାଲି ପିସିବି ଅଧ୍ୟକ୍ଷ ଆଇସିସିର ଉପସଭାପତିଙ୍କୁ ଭେଟି ଲମ୍ବା ସମୟ ଆଲୋଚନା କରିଥିଲେ । ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ-ପାକିସ୍ତାନ ଗ୍ରୁପ୍ ମ୍ୟାଚ୍ ରହିଛି ।

Advertisment

 ୟୁ-ଟର୍ଣ୍ଣ ମାରିବ କି ପାକିସ୍ତାନ ?

ଗୋଟିଏ ପଟେ ବୟକଟ୍, ଅନ୍ୟପଟେ ହାତ ମିଳାଇବାକୁ ମନ
ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମୁକାବିଲା ଖେଳିବାକୁ ସର୍ତ୍ତ
ତଥାପି ପାକିସ୍ତାନ କ୍ରିକେଟ ବୋର୍ଡର ନାଟକ ଥମିନାହିଁ 
ମ୍ୟାଚ୍ ଖେଳିବାକୁ ICC ଆଗରେ ୩ଟି ସର୍ତ୍ତ ରଖିଛି PCB
ICC ପକ୍ଷରୁ ମିଳୁଥିବା ପାଣ୍ଠି ବୃଦ୍ଧି, ଦ୍ୱିପାକ୍ଷିକ କ୍ରିକେଟ୍ ପୁନଃଆରମ୍ଭ ଦାବି
ଉଭୟ ଟିମ୍ ହାତ ମିଳାଇବା ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବାକୁ ଦାବି

Pakistan Cricket T20 World Cup
Advertisment
Related Articles
Advertisment