Advertisment

‘Caste’ Dispute Ends: ତୁଟିଲା `ଜାତି' ବିବାଦ, ସୋମବାରଠୁ ନିୟମିତ ଅଙ୍ଗନବାଡ଼ି ଆସିବେ ପିଲା

ରାଜନଗରରେ ତୁଟିଲା `ଜାତି' ବିବାଦ। ସୋମବାରଠୁ ଅଙ୍ଗନବାଡ଼ି ଆସି ପାଠ ପଢିବେ ପିଲା। ମହିଳା କମିଶନ ସଦସ୍ୟା ଓ ଜିଲ୍ଲା ପ୍ରଶାସନର ବୁଝାସୁଝା ପରେ ହୀନ ପରମ୍ପରାକୁ କବର ଦେବାକୁ ନିଷ୍ପତ୍ତି ନେଇଛନ୍ତି ଘଡ଼ିଆମାଳ ପଞ୍ଚାୟତ ନୂଆଗାଁର ଲୋକେ। ପିଲାଙ୍କୁ ଅଙ୍ଗନବାଡ଼ି ଛାଡ଼ିବାକୁ ମିଳିତ ଭାବେ ନେଇଛନ୍ତି ଶପଥ।

author-image
Tapan Swain
RAJNAGAR

RAJNAGAR Photograph: (OTV)

ସଚେତନ ହେଲା ନୂଆଗାଁ
ଭାଙ୍ଗିଲା ଭେଦଭାବର ପାଚେରୀ
ସୋମବାରଠୁ ପିଲା ଆସିବେ ଅଙ୍ଗନବାଡ଼ି

ଯେଉଁ ଜାତିପ୍ରଥାର ଖରାପ ପରମ୍ପରା ପାଇଁ ରାଜନଗରରୁ ଦେଶର ରାଜଧାନୀ ଯାଏଁ ଉଦବେଗ ପ୍ରକାଶ ପାଇଲା, ସଂସଦରେ ବି କଥା ଉଠିଲା। କେନ୍ଦ୍ରାପଡ଼ା ଜିଲ୍ଲା ଘଡିଆମାଳ ପଞ୍ଚାୟତ ନୂଆଗାଁ । ଲୋକଙ୍କ ମନରୁ ଜାତିପ୍ରଥାର କଳଙ୍କ ହଟାଇବାକୁ କାହିଁ କେତେ ପଦକ୍ଷେପ।

Advertisment

ଜିଲ୍ଲା ପ୍ରଶାସନଠୁ ମହିଳା କମିଶନ ପର୍ଯ୍ୟନ୍ତ, ଗାଁରେ ପହଞ୍ଚି ବୁଝାସୁଝା ସହିତ ପାଲା ମାଧ୍ୟମରେ ଜାତିଗତ ଭେଦଭାବ ବିରୋଧରେ ଲୋକଙ୍କୁ ସଚେତନ କରାଗଲା। ଯେଉଁ ଅଙ୍ଗନବାଡ଼ି ସହାୟିକାଙ୍କୁ ନେଇ ଭେଦଭାବର ମଞ୍ଜି ପୋତାହୋଇଥିଲା, ଶେଷରେ ସେହି ଶର୍ମିଷ୍ଠାଙ୍କ ହାତରନ୍ଧା ଖାଦ୍ୟକୁ ଏକାଠି ବସି ଖାଇଥିଲେ ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀ। 

ଭାଙ୍ଗିଲା ଭେଦଭାବ ପାଚେରୀ

ପିଲାଙ୍କୁ ଆସନ୍ତା ସୋମବାରରୁ ଅଙ୍ଗନବାଡ଼ି ପଠାଇବାକୁ ମଧ୍ୟ ମିଳିତଭାବେ ଭାବେ ଶପଥ ନେଇଥିଲେ। ସେପଟେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଖୁବଶୀଘ୍ର ଅଙ୍ଗନାବାଡ଼ି ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ।....

Advertisment

ଜଣେ ଅନୁସୂଚିତ ଜାତିର ଯୁବତୀ ସହାୟିକା ଭାବେ ନିଯୁକ୍ତ ହେବାପରେ ଅଭିଭାବକମାନେ ପିଲାଙ୍କୁ ଅଙ୍ଗନବାଡ଼ି ଛାଡୁନଥିବା ଅଭିଯୋଗ ହୋଇଥିଲା। ପ୍ରଶାସନର ବାରମ୍ବାର ବୁଝାସୁଝା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପ୍ରାୟ ତିନି ମାସ ଧରି ପିଲା ଆସୁନଥିବାରୁ କାନ୍ଦକାନ୍ଦ ହୋଇପଡ଼ିଥିଲେ ସହାୟିକା।

ଘଟଣାକୁ ନେଇ କେନ୍ଦ୍ରାପଡ଼ାରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରକାଶ ପାଇଥିବା ଉଦବେଗ। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହି ପ୍ରସଙ୍ଗ ଉଠାଇ କ୍ଷୋଭ ପ୍ରକାଶ କରିଥିଲେ । ଏପଟେ ଆଜି ମହିଳା କମିଶନ ସଦସ୍ୟାଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଗାଁକୁ ଯାଇ ବୁଝାସୁଝା କରିବା ପରେ ବିବାଦ ହଟିଛି। ତେବେ ଅଭିଭାବକମାନେ ଜାତିପ୍ରଥାକୁ ଅସ୍ବୀକାର କରିବା ସହ ଅଙ୍ଗନବାଡି ଘର ନଥିବାରୁ ଛୁଆଙ୍କୁ ଛାଡୁନଥିଲେ ବୋଲି କହିଛନ୍ତି।... 

Anganwadi Caste Discrimination
Advertisment
Related Articles
Advertisment