Advertisment

ED Raids I-PAC: Mamata's Dramatic Intervention: ED-ମମତା ମୁହାଁମୁହିଁ, ସର୍ଚ୍ଚ ବେଳେ ବଳପୂର୍ବକ ନେଇଗଲେ ଡକ୍ୟୁମେଣ୍ଟ!

ଇଡି ରେଡ୍ ବେଳେ ଘଟଣାସ୍ଥଳରେ ପହଞ୍ଚିଲେ ସିଏମ୍ ମମତା ବାନାର୍ଜୀ। ଆଉ ରେଡକୁ ନେଇ ଇଡି ସହ ମୁହାଁମୁହିଁ ହେଲେ। ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି କୋଲକତାରେ।

author-image
Chinmayee Sahoo
ED-Mamata Banerjee

ED-Mamata Banerjee Photograph: (OTV)

ଇଡି ରେଡ୍ ବେଳେ ଘଟଣାସ୍ଥଳରେ ପହଞ୍ଚିଲେ ସିଏମ୍ ମମତା ବାନାର୍ଜୀ। ଆଉ ରେଡକୁ ନେଇ ଇଡି ସହ ମୁହାଁମୁହିଁ ହେଲେ। ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି କୋଲକତାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ନିର୍ବାଚନ କନସଲଟାଣ୍ଟ ଆଇପେକ୍ ର କୋଲକତା କାର୍ଯ୍ୟାଳୟରେ ରେଡ୍ କରାଯାଇଥିଲା। 

Advertisment

ଆଇପେକର ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ କେନ୍ଦ୍ରୀୟ ଏଜେନ୍ସିର ଯାଞ୍ଚ ଖବର ପାଇ ସିଧା ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଉ ସେଠାରେ ସେ ଯାଞ୍ଚ କରୁଥିବା ଇଡି ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। 

ଚଢଉ ନେଇ ପ୍ରଶ୍ନ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଅନ୍ୟପକ୍ଷରେ ଇଡି ଅଭିଯୋଗ କରିଛି ଯେ, ମମତା ବାନାର୍ଜୀ ଘରୁ ଜବରଦସ୍ତି ଲ୍ୟାପଟପ, ଫୋନ୍ ଏବଂ ଅନ୍ୟ ଡକ୍ୟୁମେଣ୍ଟ ନିଜ ସାଥିରେ  ନେଇଯାଇଛନ୍ତି।

Advertisment
ED Raid West Bengal Chief Minister Mamata Banerjee
Advertisment
Related Articles
Advertisment