/odishatv-khabar/media/media_files/2025/10/07/pensioners-2025-10-07-11-00-51.jpg)
Pensioners Photograph: (OTV)
ଅନେକଙ୍କ ପାଇଁ ପେନସନ ହେଉଛି ସେମାନଙ୍କ ଆର୍ଥିକ ଜୀବନରେଖା, ଯାହା ଔଷଧ, ଦୋକାନ ସଉଦା ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଖର୍ଚ୍ଚକୁ ଭରଣା କରେ। କିନ୍ତୁ ବେଳେବେଳେ, ସାମାନ୍ୟ ତ୍ରୁଟି କିମ୍ବା ସୂଚନାର ଅଭାବ ଯୋଗୁଁ, ପେନସନ ହଠାତ୍ ବନ୍ଦ ହୋଇଯାଏ। ସବୁଠାରୁ ସାଧାରଣ କାରଣ ହେଉଛି ଠିକ୍ ସମୟରେ “ଲାଇଫ୍ ସାର୍ଟିଫିକେଟ୍” ଦାଖଲ ନ କରିବା।
କିନ୍ତୁ ଏବେ ସରକାର ଏହି ପ୍ରକ୍ରିୟାକୁ ଖୁବ୍ ସହଜ କରିଦେଇଛନ୍ତି। ଆପଣ ଘରେ ବସି, ମୋବାଇଲ୍ ଫୋନ୍ରେ ହିଁ କରିଦେବେ ସବୁ କାମ। ସରକାର ଏବେ Jeevan Pramaan App ମାଧ୍ୟମରେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିଦେଇଛନ୍ତି।
ଏଥିପାଇଁ, କେବଳ ଏହି ଆପ୍ଟିକୁ ଡାଉନଲୋଡ୍ କରିଦେଲେ ଏବଂ ଆଧାର ଆଧାରିତ ଫେସ୍ କିମ୍ବା ଟିପଚିହ୍ନ ଦେଇଦେଲେ ହୋଇଯିବ କାମ। ଏହା ପରେ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ କିଛି ମିନିଟ୍ରେ ହୋଇଯିବ ଦାଖଲ।
ତେବେ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ପ୍ରମାଣପତ୍ର ପାଇଁ ସେମାନଙ୍କ ଘରକୁ ଯାଇ ଦାଖଲ କରିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି।
EPFO ମଧ୍ୟ ପେନସନଭୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲାଇଜ କରିଛି। ଏବେ, EPFO ସଦସ୍ୟମାନେ ମୋବାଇଲ୍ ଫୋନ୍ ବ୍ୟବହାର କରି ଫେସ୍ ସ୍କାନ କରି ସେମାନଙ୍କର Life Certificate ଦାଖଲ କରିପାରିବେ।
ଏହି ସୁବିଧା ପାଇବା ପାଇଁ:
Aadhaar Face RD App ଏବଂ Jeevan Pramaan App ଡାଉନଲୋଡ୍ କରନ୍ତୁ।
Aadhaar Face RD App କୁ ଯାଇ ଫେସ୍ ସ୍କାନ କରନ୍ତୁ।
Jeevan Pramaan App ରେ ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବର ଏଣ୍ଟ୍ରୀ କରନ୍ତୁ ଏବଂ OTP ଦେଇ ଭେରିଫାଏ କରନ୍ତୁ।
ଫ୍ରଣ୍ଟ୍ କ୍ୟାମେରାରେ ଏକ ଫଟୋ କ୍ଲିକ୍ କରନ୍ତୁ ଏବଂ ଏହାକୁ ସବ୍ମିଟ୍ କରନ୍ତୁ।
ଏହା ପରେ, Certificate ID ଏବଂ PPO ନମ୍ବର ସହିତ ଏକ ଡାଉନଲୋଡ୍ ଲିଙ୍କ୍ ମିଳିବ।
ଏଥିରୁ ଆପଣ ନିଶ୍ଚିତ ହେବେ ଯେ ଆପଣଙ୍କର Life Certificate ସଫଳତାର ସହ ସବ୍ମିଟ୍ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)